ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

Pakistan: ପାକିସ୍ତାନକୁ ଚେତାବନୀ ଦେଲା ଭାରତ; ଅସ୍ତ୍ରବିରତି ଉଲ୍ଲଂଘନ ବନ୍ଦ କରିବାକୁ ଉଭୟ ପକ୍ଷ ମଧ୍ୟରେ ହଟଲାଇନରେ ଆଲୋଚନା

Published By : Bijay Swain | April 30, 2025 7:02 PM

ନୂଆଦିଲ୍ଲୀ: ପାକିସ୍ତାନକୁ ନିୟନ୍ତ୍ରଣ ରେଖା (ଏଲଓସି) ଏବଂ ଆନ୍ତର୍ଜାତୀୟ ସୀମାରେ (IB) କରୁଥିବା ଅସ୍ତ୍ରବିରତି ଉଲ୍ଲଂଘନକୁ ତୁରନ୍ତ ବନ୍ଦ କରିବାକୁ ଭାରତ କଡ଼ା ଚେତାବନି ଦେଇଛି। ପହଲଗାମ ଆତଙ୍କୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଚରମ ସୀମାରେ ପହଞ୍ଚିଛି। ଏହାର ପ୍ରଭାବ ସୀମାରେ ମଧ୍ୟ ପଡିଛି। ଉଭୟ ଦେଶର ସେନା ହାଇ ଆଲର୍ଟରେ ଥିବା ବେଳେ ନିଜର ଅସଲ ରଙ୍ଗ ଦେଖାଉଛି ପାକିସ୍ତାନ। ପାକିସ୍ତାନ ପଟୁ ବାରମ୍ୱାର ଅସ୍ତ୍ରବିରତି ଉଲଘଂନ ବଢିବାରେ ଲାଗିଛି। ପାକିସ୍ତାନୀ ସେନା ଭାରତ ସୀମାକୁ ଲକ୍ଷ୍ୟ କରି ଫାଙ୍କା ଗୁଲିଚାଳନା କରୁଛନ୍ତି। ଏହି ଘଟଣା ଦୀର୍ଘଦିନ ହେବ ଜାରି ରହିବା ପରେ ଭାରତ ଓ ପାକିସ୍ତାନର ମିଲିଟାରୀ ଅପରେସନ୍ସର ମହାନିର୍ଦ୍ଦେଶକ (DGMO) ମାନେ ପରସ୍ପର ସହ  ହଟଲାଇନ ମାଧ୍ୟମରେ ଆଲୋଚନା କରିଛନ୍ତି। ଆଲୋଚନାରେ ଭାରତ ପାକିସ୍ତାନକୁ ଏହି ଅନୁଚିତ ଗୁଳିଚାଳନା ଗ୍ରହଣୀୟ ନୁହେଁ ବୋଲି ସତର୍କ କରିଛି।

ଏପ୍ରିଲ ୨୯-୩୦ ରାତିରେ ପାକିସ୍ତାନ ପ୍ରଥମ ଥର ପାଇଁ ଜମ୍ମୁର ପାରଗୱାଲ ସେକ୍ଟରରେ ଆନ୍ତର୍ଜାତୀୟ ସୀମାରେ ଗୁଳିଚାଳନା ଆରମ୍ଭ କରିଥିଲା।  ଯାହାକୁ ନେଇ ଉଭୟଦେଶରେ ଗୁରୁତର ଉତ୍ତେଜନା ସୃଷ୍ଟି ହୋଇଛି। ଭାରତୀୟ ସୀମା ସୁରକ୍ଷା ବାହିନୀ (ବିଏସଏଫ) ଏହାର ତୁରନ୍ତ ଜବାବ ମଧ୍ୟ ଦେଇଥିଲା। ତେବେ ବିଏସଏଫ ଏହାର ଜବାବରେ ଅତିରିକ୍ତ ସୈନ୍ୟମାନଙ୍କୁ ସୀମାକୁ ପଠାଇଛି।

ଏପ୍ରିଲ ୨୨ ତାରିଖରେ ପହଲଗାମର ବୈସରଣ ଘାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ତା’ପରଠୁ ଭାରତ ଓ ପାକିସ୍ତାନ ସମ୍ପର୍କ ଦିନକୁ ଦିନ ଖରାପ ହେବାରେ ଲାଗିଛି। କାରଣ ଏହି ଆକ୍ରମଣ ପାକିସ୍ତାନ ସମର୍ଥିତ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାର ଏକ ଛାୟା ଦଳ ‘ଦି ରେସିଷ୍ଟାନ୍ସ ଫ୍ରଣ୍ଟ’ (TRF) ଦ୍ୱାରା କରାଯାଇଥିବା ଦାବି କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜମ୍ମୁ-କାଶ୍ମୀରର ସୁରକ୍ଷା ପରିସ୍ଥିତିର ସମୀକ୍ଷା କରାଯାଇଛି। ଏହାପରେ ଭାରତ ପାକିସ୍ତାନ ଉପରେ କର୍ଯ୍ୟାନୁଷ୍ଟାନ ଗ୍ରହଣ କରି ଇଣ୍ଡସ ଜଳ ଚୁକ୍ତିକୁ ସ୍ଥଗିତ ରଖିଛି, ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ସେବା ବନ୍ଦ କରିବା ସହ କୁଟନୈତିକ ସମ୍ପର୍କକୁ ଛିନ୍ନ କରିଛି। ସୁରକ୍ଷା ବାହିନୀ କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀ ଭିତ୍ତିଭୂମି ବିରୁଦ୍ଧରେ ବ୍ୟାପକ ଅଭିଯାନ ଜାରି ରଖିଛନ୍ତି।

ପାକିସ୍ତାନ ନିଜକୁ ଆକ୍ରମଣରୁ ରକ୍ଷା କରିବା ପାଇଁ ସିଆଲକୋଟ ସେକ୍ଟରରେ ରାଡାର ସିଷ୍ଟମକୁ ଆଗକୁ ନେଇଛି। ଏହାସହ ଫିରୋଜପୁର ସେକ୍ଟର ନିକଟରେ ଇଲେକ୍ଟ୍ରୋନିକ ଯୁଦ୍ଧ ୟୁନିଟକୁ ମଧ୍ୟ ମୁତୟନ କରିଛି। ପାକିସ୍ତାନର ସୂଚନା ମନ୍ତ୍ରୀ ଅତାଉଲ୍ଲାହ ତାରାର ଦାବି କରିଛନ୍ତି ଯେ ଭାରତ ଆଗାମୀ ୨୪-୩୬ ଘଣ୍ଟା ମଧ୍ୟରେ ପାକିସ୍ତାନ ବିରୁଦ୍ଧରେ କଡା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ରହିଛି।

୨୦୨୧ ଫେବୃଆରୀରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଏବେ ଗୁରୁତର ଚାପରେ ରହିଛି। ଏପ୍ରିଲ ମାସରେ ଅନ୍ୟୂନ ୭ଟି ଅସ୍ତ୍ରବିରତି ଉଲ୍ଲଂଘନ ମାମଲା ରିପୋର୍ଟ କରାଯାଇଛି। ଯାହା ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବଢ଼ାଇଦେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.