ପ୍ରମୂଖ ଖବର
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଦିବ୍ୟାଙ୍ଗ ଚାମ୍ପିଅନ୍ସ ଟ୍ରଫି କ୍ରିକେଟ; ଇଂଲଣ୍ଡକୁ ହରାଇ ଚାମ୍ପିଅନ ଭାରତ

Published By : Ankita S | January 22, 2025 7:47 AM

କଲମ୍ବୋ,୨୨/୧: ଇତିହାସ ରଚିଲା ଭାରତ । ଦିବ୍ୟାଙ୍ଗ ଚାମ୍ପିଅନ୍ସ ଟ୍ରଫି କ୍ରିକେଟରେ ଦମଦାର ପ୍ରଦର୍ଶନ କରିଛି ଭାରତୀୟ ଦଳ । ଶ୍ରୀଲଙ୍କାରେ ଆୟୋଜିତ ପୁରୁଷ ଦିବ୍ୟାଙ୍ଗ କ୍ରିକେଟ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଚାମ୍ପିଅନ ହୋଇଛି । ଇଂଲଣ୍ଡକୁ ୭୯ରନରେ ହରାଇ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ ।

ଶ୍ରୀଲଙ୍କାର କାତୁନାୟକେଠାରେ ଦିବ୍ୟାଙ୍ଗ ଚାମ୍ପିଅନ୍ସ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯାଇଥିଲା । ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ଭାରତ ୧୯୭ ରନ କରିଥିଲା । ଯୋଗେନ୍ଦ୍ର ଭଦୋରିଆ ଦ୍ରୁତ ବ୍ୟାଟିଂ କରି ୪୦ବଲରେ ୭୩ରନ ଦମଦାର ପାଳି ଖେଳିଥିଲେ । ଯେଉଁଥିରେ ୪ଟି ଚୌକା ଓ ୫ଟି ଛକା ସାମିଲ ରହିଛି । ଅଧିନାୟକ ବିକ୍ରାନ୍ତ କେନି ସମଗ୍ର ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରି ଦଳକୁ ଚାମ୍ପିଅନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଫାଇନାଲ ଫାଇଟରେ କ୍ୟାପ୍ଟେନ ବିକ୍ରାନ୍ତ ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ । ଉଭୟ ବ୍ୟାଟିଂ ଓ ବୋଲିଂରେ ଯାଦୁ ଦେଖାଇଥିଲେ ବିକ୍ରାନ୍ତ ।

ଏହା ବି ପଢନ୍ତୁ...ନୂଆ ମୋଡ଼ ନେଲା ଆଇସିସି ଟ୍ରଫିର ଜର୍ସି ବିବାଦ; ବିସିସିଆଇର ପଦକ୍ଷେପକୁ ନେଇ ପ୍ରତିକ୍ରିୟା ରଖିଲା ଆଇସିସି


୧୯୮ରନର ବିଜୟ ଲକ୍ଷ୍ୟ ପିଛା କରି ବ୍ୟାଟିଂ ଆରମ୍ଭ କରିଥିଲା ଇଂଲଣ୍ଡ । ଭାରତୀୟ ବୋଲର ଇଂଲଣ୍ଡକୁ ଘାଇଲା କରିଥିଲେ । ଟାର୍ଗେଟର ପିଛା କରି ଇଂଲଣ୍ଡ ମାତ୍ର ୧୧୮ ରନ କରିବାକୁ ସକ୍ଷମ ହୋଇଥିଲା । ୭୯ରନରେ ବିଜୟ ହାସଲ କରିଥିଲା ଭାରତ । ଫାଇନାଲରେ ଭାରତ ପକ୍ଷରୁ ରାଧିକା ପ୍ରସାଦ ଘାତକ ବୋଲିଂ କରି ଇଂଲଣ୍ଡର ବିପର୍ଯ୍ୟୟ ଘଟାଇଥିଲେ । ସେ ୩.୨ ଓଭର ବୋଲିଂ କରି ୧୯ରନ ଦେଇ ୪ଟି ୱିକେଟ ଅକ୍ତିଆର କରିଥିଲେ । ଅଧିନାୟକ ବିକ୍ରାନ୍ତ କେନି ରବିନ୍ଦ୍ର ସାନ୍ତେ ୨ଟି ଲେଖାଏଁ ୱିକେଟ ନେବାରେ ସଫଳ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.