ନୂଆଦିଲ୍ଲୀ,୧୬/୦୭; ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଭାରତଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି ପାକିସ୍ତାନ । ୬୧ରନ୍‌ରେ ପାକିସ୍ତାନକୁ ହରାଇଛି ସୂର୍ଯ୍ୟସେନା । ଏହି ବିଜୟ ସହ ଭାରତ ବିଶ୍ୱକପ ସୁପର-୮ରେ ପ୍ରବେଶ କରିଛି । ୧୭୬ ରନର ଟାର୍ଗେଟ ପିଛା କରି ପାକିସ୍ତାନ ୧୧୪ ରନରେ ଆଲଆଉଟ ହୋଇଥିଲା । ଭାରତଠୁ ହାରିବା ପରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ପାକ୍ ଅଧିନାୟକ ସଲମାନ ଆଘା । ପରାଜୟ ପାଇଁ କାହାକୁ ଦାୟୀ କରିଛନ୍ତି ଜାଣନ୍ତୁ ରିପୋର୍ଟରେ ।

ଭାରତ ବିପକ୍ଷ ହାଇଭୋଲ୍ଟଜ ମ୍ୟାଚ ହାରିବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ପାକିସ୍ତାନ ଅଧିନାୟକ ସଲମାନ । ସେ ସ୍ୱୀକାର କରିଛନ୍ତି କି, ଦଳର ସ୍ପିନରମାନଙ୍କ ପ୍ରଦର୍ଶନ ଆଶାଠାରୁ କମ୍ ଥିଲା । ବୋଲିଂ ଏବଂ ବ୍ୟାଟଂ ବିଭାଗରେ ତ୍ରୁଟି ରହିଛି । ସେ କହିଛନ୍ତି ଯେ ସ୍ପିନରମାନଙ୍କ ଉପରେ ଏବେ ବି ଭରସା ଅଛି କିନ୍ତ ଦଳ ଏହି ବଡ଼ ମ୍ୟାଚରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ହାତଛଡା କରିଛି । ସ୍ପିନରମାନଙ୍କର ଦିନ ଭଲ ନଥିଲା । କିଛି କ୍ଷେତ୍ରରେ କାମ କରିବାକୁ ପଡ଼ିବ । ସେମାନେ ୬ ମାସ ଧରି ଚନତ୍କାର ପ୍ରଦର୍ଶନ କରିଛନ୍ତି । ତେଣୁ ଆମର ସେମାନଙ୍କ ଉପରେ ପୂର୍ଣ୍ଣ ଭରସା ଅଛି । ଭାରତ ବିପକ୍ଷରେ ଆମ ଯୋଜନାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିପାରିଲୁ ନାହିଁ ।''

ଏହା ବି ପଢନ୍ତୁ...ପାକ୍ ଅଣ୍ଟା ଭାଙ୍ଗିଲେ ସୂର୍ଯ୍ୟସେନା, କଲମ୍ବୋରେ ଭାରତ-ପାକିସ୍ତାନ ହାଇଭୋଲ୍ଟଜ ମ୍ୟାଚର ଦେଖନ୍ତୁ ଝଲକ

ସଲମାନ ଆହୁରି କହିଛନ୍ତି, ପ୍ରଥମ ଇନିଂସରେ ୱିକେଟ ଟିକେ କଷ୍ଟକର ଥିଲା । ବଲ୍ ଧୀରେ ଧୀରେ ଆସୁଥିଲା । ଆମେ ଭାବୁଥିଲୁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା ସହଜ ହେବ । କିନ୍ତୁ ପରିସ୍ଥିତି ଅନୁସାରେ ବୋଲିଂ କରିନଥିଲୁ । ଟି-ଟ୍ୱେଣ୍ଟି କ୍ରିକେଟରେ ଯଦି ପାୱାରପ୍ଲେରେ ୩ କିମ୍ବା ୪ ୱିକେଟ ହରାଇ ଦିଅନ୍ତି ତେବେ ମ୍ୟାଚର ବାକି ସମୟ ପାଇଁ ପିଛା କରିବାକୁ ପଡିବ । ଅନେ ନିଜକୁ ସ୍ଥିର ଏବଂ ମ୍ୟାଚକୁ ଗଭୀର ଭାବରେ ନେବାର ସୁଯୋଗ ଦେଇନଥିଲୁ ।'' ଚାପକୁ ନେଇ ସଲମାନ କହିଛନ୍ତି ଏପରି ମ୍ୟାଚରେ ଅନୁଭବ ଅଧିକ ନଥାଏ । ଆମକୁ ଆହୁରି ବଲ ପରିଚାଳନା କରିବାକୁ ପଡିବ । ନିଜକୁ ସଜାଡିବା ଗୁରୁତ୍ୱପୂର୍ଣ୍ଣ ।

ଭାରତଠୁ ହାରିବା ପରେ ବର୍ତ୍ତମାନ ପାକିସ୍ତାନ କର ବା ମର ସ୍ଥିତିରେ ଅଛି । ସୁପର ୮ରେ ସ୍ଥାନ ସୁରକ୍ଷିତ କରିବାକୁ ଦଳକୁ ନାମ୍ବିବିୟା ବିପକ୍ଷରେ ବଡ ରନରେ ଜିତିବାକୁ ପଡିବ । ପରବର୍ତ୍ତୀ ମ୍ୟାଚ ପାକିସ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଜିତି ଦଳ ସୁପର-୮ ରେ ଏଣ୍ଟ୍ରୀ କରିବାକୁ ପ୍ରୟାସ କରିବ ।