ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଭାରତ ଶ୍ରୀଲଙ୍କାକୁ ଚଟାଇଲା ଧୂଳି, ୬୦ରନରେ ଜିତିଲା ଅଣ୍ଡର ୧୯ ଟି-୨୦ ବିଶ୍ବକପର ମ୍ୟାଚ୍

Published By : Gurupada Nath | January 23, 2025 5:05 PM

ନୂଆଦିଲ୍ଲୀ,୨୩/୧ :  ଭାରତର ଓ୍ବିମେନ୍ସ ଅଣ୍ଡର ୧୯ ଟିମ୍ କମାଲ୍ କରିଦେଇଛି । ଟିମ୍ ଇଣ୍ଡିଆ ଅଣ୍ଡର ୧୯ ଓ୍ବିମେନ୍ସ ଟି-୨୦ ବିଶ୍ବକପ୍ ୨୦୨୫ର ମ୍ୟାଚରେ ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ହରାଇଛି । ଭାରତ ଏହି ମ୍ୟାଚ୍ ୬୦ରନରେ ଜିତି ନେଇଛି । ଟିମ୍ ଇଣ୍ଡିଆ ଲାଗି ଗୋଁଗାଡି ତୃଶା ବହୁତ ଭଲ ବ୍ୟାଟିଂ କରିଛନ୍ତି । ସେ ୪୯ରନ କରିଛନ୍ତି।   ଭାରତ ଶ୍ରୀଲଙ୍କାକୁ ବିଜୟ ଲାଗି ୧୧୯ରନର ଲକ୍ଷ୍ୟ ଦେଇଥିଲା । ଏହାର ଜବାବରେ ଶ୍ରୀଲଙ୍କା ଟିମ୍ ୫୮ରନ୍ କରିପାରିଛି । ଭାରତ ଲାଗି ଆୟୁଷୀ ଶୁକ୍ଳା ଗୋଟିଏ ଓ୍ବିକେଟ ନେଇଛନ୍ତି । 

ଭାରତ ପ୍ରଥମେ ବ୍ୟାଟିଂ କରି ୨୦ଓଭରରେ ୯ଓ୍ବିକେଟ ହରାଇ ୧୧୮ରନ୍ କରିଛି । ଏହି ସମୟରେ ତୃଶା ଏବଂ କମଳିନୀ ଓପନିଂ କରିବାକୁ ପହଞ୍ଚିଥିଲେ । କିନ୍ତୁ କମଳିନୀ କିଛି ଖାସ୍ କରିପାରିନଥିଲେ । ସେ ୫ରନ୍ କରି ଆଉଟ ହୋଇଛନ୍ତି । ଯାହାକି ତୃଶା ବହୁ ଭଲ ପାଳି ଖେଳିଥିଲେ । ସେ ୫ ଚୌକା ଏବଂ ୧ଛକ୍କାର ସାହାଯ୍ୟରେ ୪୯ରନ୍ କରିଛନ୍ତି । ସନିକା ଚାଲ୍କେ ଖାତା ପର୍ଯ୍ୟନ୍ତ ଖୋଲିପାରିନଥିଲେ । ଅଧିନାୟକ ନିକି ପ୍ରସାଦ ୧୧ରନ୍ କରି ଆଉଟ ହୋଇଥିଲେ । ସେ ୨ଟି ଚୌକା ଲଗାଇଥିଲେ । ମିଥିଲା ବିନୋଦ ୧୬ରନ୍ କରିଛନ୍ତି । ଯାହାକି ଜୋଶିଥା ୧୪ରନ୍ କରିଛନ୍ତି ।

ଶ୍ରୀଲଙ୍କାର ଓ୍ବିମେନ୍ସ ଅଣ୍ଡର ୧୯ଟିମ୍ ଭାରତକୁ ଦିଆଯାଇଥିବା ଲକ୍ଷ୍ୟର ପିଛା କରି ୫୮ରନ୍ କରିଛନ୍ତି । ଓପନର ସଞ୍ଜନା ୫ରନ୍ କରି ଆଉଟ ହୋଇଛନ୍ତି । ନିସଂସଲା ଖାତା ପର୍ଯ୍ୟନ୍ତ ଖୋଲିପାରିନାହାନ୍ତି । ଅଧିନାୟକ ମନୁଡି ନନୟକାରା ୨ରନ୍ କରି ଆଉଟ ହୋଇଥିଲେ । ହିରୁନୀ ହଂସିକା ବି ୨ରନ୍ କରି ଆଉଟ ହୋଇଥିଲେ । ଏହି ସମୟରେ ଭାରତ ଲାଗି ଶବନମ ଘାତକ ବୋଲିଂ କରିଥିଲେ । ସେ ୪ଓଭରରେ ୯ରନ ଦେଇ ୨ଓ୍ବିକେଟ ନେଇଛନ୍ତି । ପଋନିକା ଏବଂ ଜୋଶିଥା ବି ୨-୨ ଓ୍ବିକେଟ ନେଇଛନ୍ତି । ଆୟୁଷୀ ଶୁକ୍ଳାଙ୍କୁ ଗୋଟିଏ ଓ୍ବିକେଟ ମିଳିଛି ।

ଭାରତ ଓ୍ବିମେନ୍ସ ଅଣ୍ଡର ୧୯ ଟି-୨୦ ବିଶ୍ବକପ୍ ୨୦୨୫ରେ ବାରମ୍ବାର ତୃତୀୟ ବିଜୟ ହାସଲ କରିଛି । ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ଶୋଚନୀୟ ଭାବେ ହରାଇଥିଲା। ଭାରତ ଏହି ମ୍ୟାଚ୍ ୯ଓ୍ବିକେଟରେ  ଜିତି ନେଇଥିଲା । ଏହାପରେ ସେ ମଲେଶିୟାକୁ ୧୦ଓ୍ବିକେଟରେ ହରାଇଛନ୍ତି । ଏବେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଉପରେ ୬୦ରନରେ ବିଜୟୀ ହାସଲ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.