ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଇଂଲଣ୍ଡ-ଭାରତ ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜକୁ ଫେରିବାକୁ ଇଂଲଣ୍ଡର ଜୋରଦାର ପ୍ରସ୍ତୁତି, ଟକ୍କର ଦେବ ସ୍ମୃତି ବାହିନୀ

Published By : Prameya | July 1, 2025 1:05 PM

ବ୍ରିଷ୍ଟଲ,୦୧/୦୭: ଆଜି ଘରୋଇ  ଇଂଲଣ୍ଡ ମହିଳା ଦଳ ଓ ଭାରତ  ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି  ଖେଳାଯିବ । ପ୍ରଥମ ମ୍ୟାଚ୍‌ରେ ବୃହତ୍‌ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ଭାରତ ପୂର୍ବ ପ୍ରଦର୍ଶନ ଦୋହରାଇବାକୁ  ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଇଂଲଣ୍ଡ ସିରିଜକୁ ଫେରିବା ପାଇଁ ଜୋରଦାର  ପ୍ରସ୍ତୁତି କରିଛି । 

ପ୍ରଥମ ଟି-ଟ୍ୱେଣ୍ଟିରେ ଆହତ ହର୍ମନପ୍ରୀତ କୌରଙ୍କ ସ୍ଥାନରେ ସ୍ମୃତି ମନ୍ଧନା ନେତୃତ୍ୱ ନେଇଥିଲେ । ସେ କ୍ୟାରିୟରରେ ପ୍ରଥମ ଟି-ଟ୍ୱେଣ୍ଟି ଶତକ ଅର୍ଜନ କରିବା ସହ ଦଳକୁ ଜିତାଇବାରେ  ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ହର୍ମନପ୍ରୀତଙ୍କ ଖେଳିବା ନେଇ କୌଣସି  ସୂଚନା ମିଳିନାହିଁ । ମନ୍ଧନାଙ୍କ ସମେତ ଶେଫାଳି ବର୍ମା, ହର୍ଲିନ ଦେଉଲ, ଦୀପ୍ତି ଶର୍ମାଙ୍କ ସମେତ ପ୍ରଥମ ମ୍ୟାଚ୍‌ରେ  ୪ଟି ୱିକେଟ୍‌ ନେଇଥିବା ବାମ ହାତି  ସ୍ପିନର ଶ୍ରୀ ଚରଣୀଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ଇଂଲଣ୍ଡ ଦଳ ପ୍ରଥମ ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା ।  ବୋଲିଂରେ ପେସ୍‌ ବୋଲର ଲାଉରେନ ବେଲ୍‌ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବୋଲର ମନ୍ଧନାଙ୍କ ଆକ୍ରମଣରୁ ବର୍ତ୍ତି ନଥିଲେ । ସେହିପରି ବ୍ୟାଟିଂରେ ଅଧିନାୟିକା ନାତାଲି ସ୍କିଭର-ବ୍ରଣ୍ଟ୍‌  ୬୬ରନ୍‌ କରିଥିବାବେଳେ ଅନ୍ୟ  କେହି ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରିନଥିଲେ । ଆଜି ଦଳ ପୂର୍ବ  ତ୍ରୁଟି ସୁଧାରି ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରୟାସ କରିବ । 

ସମ୍ଭାବ୍ୟ ଏକାଦଶ 

ଭାରତ: ସ୍ମୃତି ମନ୍ଧନ  (ଅଧିନାୟିକା), ଶେଫାଳି ବର୍ମା,  ହର୍ଲିନ ଦେଓଲ, ରିଚା ଘୋଷ, ଜେମିମା  ରୋଡ୍ରିଗ୍ସ, ଅମନଜୋତ କୌର, ଦୀପ୍ତି ଶର୍ମା, ରାଧା ଯାଦବ, ଅରୁନ୍ଧତୀ ରେଡ୍ଡୀ,  ସ୍ନେହ ରାଣା, ଶ୍ରୀ ଚରଣୀ । 

ଇଂଲଣ୍ଡ: ସୋଫିଆ ଡଙ୍କ୍‌ଲି, ଡାନି  ୱାଟ୍‌, ନାତାଲି ସ୍କିଭର-ବ୍ରଣ୍ଟ୍‌, ଟାମି  ବ୍ୟୁମଣ୍ଟ, ଆମି ଜୋନ୍ସ, ଆଲିସ୍‌ କ୍ୟାପସୀ,  ଏମ୍‌ ଆର୍ଲୋଟ, ସୋଫି ଏକ୍ଲେଷ୍ଟୋନ,  ଲାଉରେନ ଫିଲର, ଲିନ୍‌ସୀ ସ୍ମିଥ୍‌,  ଲାଉରେନ ବେଲ୍‌ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.