ନୂଆଦିଲ୍ଲୀ,୨୨/୦୨; ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ୍ ଦଳ ୨-୧ରେ ଟି-ଟ୍ୱେଣ୍ଟି ସିରିଜ ବିଜୟ ହାସଲ କରିଛି । ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟିରେ ଆଜି ଦଳ ୧୭ ରନ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ଏହି ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ୬/୧୭୬ରନ୍ ସଂଗ୍ରହ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୯ ୱିକେଟ୍ ବିନିମୟରେ ୧୫୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିବା ସ୍ମୃତି ମନ୍ଧନା ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ଭାରତୀୟ ମହିଳା ଦଳ ଦୀର୍ଘ ୧୦ ବର୍ଷ ପରେ ଅଷ୍ଟ୍ରେଲିଆକୁ ତା’ ନିଜ ମାଟିରେ ହରାଇ ଟି-ଟ୍ୱେଣ୍ଟି ସିରିଜ ଜିତିବାରେ ସଫଳ ହୋଇଛି । ପୂର୍ବରୁ ୨୦୧୫-୧୬ରେ ଭାରତ ୨-୧ରେ ସିରିଜ ବିଜୟ ହାସଲ କରିଥିଲା । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଓପନର ଶେଫାଳି ବର୍ମା ୭ରନ୍ କରି ଆଉଟ୍ ହୋଇଥିଲେ ହେଁ ଅନ୍ୟ ଓପନର ମନ୍ଧନା ଓ ଜେମିମା ରୋଡ୍ରିଗ୍ସ ଦୃଢ଼ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । ଏହି ଯୋଡ଼ି ଭାଙ୍ଗିବା ପାଇଁ ଅଷ୍ଟ୍ରେଲିଆ ବୋଲରଙ୍କୁ ନାକେଦମ ଦେବାକୁ ପଡ଼ିଥିଲା । ମନ୍ଧନା ୩୮ବଲ୍ରେ ଏବଂ ରୋଡ୍ରିଗ୍ସ ୪୧ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ । ଦ୍ୱିତୀୟ ୱିକେଟରେ ସଂଗୃହୀତ ହୋଇଥିଲା ୧୨୧ରନ୍ । ଦଳୀୟ ସ୍କୋର ୧୪୦ରେ ମନ୍ଧନାଙ୍କ ୱିକେଟରେ ପତନ ଘଟିଥିଲା । ସେ ୫୫ବଲ୍ରେ ୮୨ରନ୍ କରିଥିଲେ । ଏହି ଇନିଂସ୍ରେ ସେ ୮ଟି ଚୌକା ଓ ୩ଟି ଛକା ମାରିଥିଲେ ।
Smiles all-around in Adelaide 🥳#TeamIndia register a commanding win by 1⃣7⃣ runs ✌️
— BCCI Women (@BCCIWomen) February 21, 2026
With that, they clinch the #AUSvIND T20I series 2⃣-1⃣ 🏆
Scorecard ▶️ https://t.co/8PDW83zavH pic.twitter.com/CTN9QjU0Vx
Authoritative and match-winning 🫡#TeamIndia Vice-captain Smriti Mandhana is the Player of the Match in the 3️⃣rd T20I for her glorious 8⃣2⃣(55) 👏
— BCCI Women (@BCCIWomen) February 21, 2026
Scorecard ▶️ https://t.co/8PDW83zavH#AUSvIND | @mandhana_smriti pic.twitter.com/XvPqQYL8Gg
ଏହାପରେ ରିଚା ଘୋଷ ୭ବଲ୍ରେ ଦ୍ରୁତ ୧୮ (୨ଚୌକା, ୧ଛକା) ରନ୍ କରି ଆଉଟ୍ ହେବା ପରେ ଦଳ ସହଳ ଆଉ ୩ଟି ୱିକେଟ୍ ହରାଇଥିଲା । ମାତ୍ର ରୋଡ୍ରିଗ୍ସ ୫୯ (୪ଚୌକା) ରନ୍ କରିବା ଫଳରେ ଦଳୀୟ ସ୍କୋର ୬/୧୭୬ରେ ପହଞ୍ଚିଥିଲା । ୧୭୭ରନ୍ ବିଜୟ ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ୬୩ରନ୍ ମଧ୍ୟରେ ୪ଟି ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା । ସ୍ପିନର ଶ୍ରେୟଙ୍କା ପାଟିଲ ଓ ଶ୍ରୀ ଚରଣୀ ଘାତକ ବୋଲିଂ କରି ବିପର୍ଯ୍ୟୟ ଘଟାଇ ଥିଲେ । ମଧ୍ୟ କ୍ରମରେ ଆସଲି ଗାର୍ଡନର ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ ହେଁ ଅନ୍ୟ ପଟରୁ ସହାୟତା ପାଇନଥିଲେ । ଶେଷରେ ଦଳ ୯/୧୫୯ ରନ୍ରେ ଅଟକି ଯାଇଥିଲା । ଗାର୍ଡନର ୫୭ (୫ଚୌକା, ୧ଛକା), ଫୋଏବ ଲିଚଫିଲ୍ଡ ୨୬ ରନ୍ କରିଥିଲେ । ଭାରତ ପକ୍ଷରୁ ଶ୍ରେୟଙ୍କା ପାଟିଲ ଓ ଶ୍ରୀ ଚରଣୀ ପ୍ରତ୍ୟେକ ୩ଟି ଲେଖାଏଁ ଏବଂ ଅରୁନ୍ଧତୀ ରେଡ୍ଡୀ ୨ଟି ୱିକେଟ୍ ଅକ୍ତିଆର କରିଥିଲେ ।