ନୂଆଦିଲ୍ଲୀ- ଅରୁଣାଚଳ ପ୍ରଦେଶରେ ହିମାଳୟର କାମେଙ୍ଗ ଉପତ୍ୟକାରେ ୧୬,୦୦୦ ଫୁଟ ଉଚ୍ଚତାରେ କାମ କରିବା ସାହସିକତାର ମିଶନ ଭଳି ହୋଇଥାଏ। ଏଠାରେ ଥିବା ପାହାଡ଼ , ଅନିଶ୍ଚିତ ମୌସୁମୀ ଓ ଖୁବ୍ ଥଣ୍ଡା ସପ୍ଲାଇ ଲାଇନ୍ସକୁ ଭାଙ୍ଗି ଦିଏ। ତୁଷାରପାତରେ ଆଗରେ ଥିବା ଆଉଟ୍ ପୋଷ୍ଟ ଗୁଡ଼ିକୁ କାଟି ଦିଏ। ପାରମ୍ପରିକ ଟ୍ରାନ୍ସପୋର୍ଟ ଯେପରିକି ଖଚର କିମ୍ୱା ପାଦଚଲା ରାସ୍ତା ବିଫଳ ସାବ୍ୟସ୍ତ ହୋଇଥାଏ।
ଭାରତୀୟ ସେନାର ଗଜରାଜ କୋର ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରିଛି। ଏକ ସ୍ୱତନ୍ତ୍ର ହାଇ ଆଲ୍ଟିଟ୍ୟୁଟ୍ ମୋନୋ ରେଲ ସିଷ୍ଟମ ପ୍ରସ୍ତୁତ କରିଛି। ଏହା ସଂପୂର୍ଣ୍ଣ ରୂପେ ଦେଶୀ ଟେକନିକ୍ରେ ନିର୍ମିତ , ଯାହା ଏବେ ୧୬୦୦୦ ଫୁଟ୍ରେ କାମ କରୁଛି ଏବଂ ଲଜିଷ୍ଟିକ୍ସକୁ ବଦଳାଉଛି।

ଗଜରାଜ କୋର, ଯାହା ଉତ୍ତର-ପୂର୍ବ ସୀମାର ସୁରକ୍ଷା କରିଥାଏ। ଏହା ଏହି ସିଷ୍ଟମକୁ ନିଜେ ଡିଜାଇନ କରିଛି। ନିର୍ମାଣ ଓ ସ୍ଥାପନ କରିଛି। ଏହି ସିଷ୍ଟମ ପୁଣି ଥରେ ୩୦୦ କଲୋରୁ ଅଧିକ ଜିନିଷ ନେଇଯାଇ ପାରେ। ଦୂରଦୂରାନ୍ତ ପୋଷ୍ଟ ଗୁଡ଼ିକ ପାଇଁ ଏହା ସଂଯୋଗକାରୀ ଲିଙ୍କ୍ ପାଲଟିଛି , ଯେଉଁଠାରେ ଅନ୍ୟ କୌଣସି ରାସ୍ତା ନାହିଁ। ବରଫ ଆଚ୍ଛାଦିତ ଶିଖର ଏବଂ ବିପଦପୂର୍ଣ୍ଣ ଢାଲ ଏବେ ସମସ୍ୟା ନାହିଁ।
ଏହା ଏକ ସାଧାରଣ କିନ୍ତୁ ମଜବୁତ ରେଳ ଟ୍ରାକ୍ ଭଳି ସିଷ୍ଟମ , ଯାହା ଉଚ୍ଚ ପାହାଡ ଓ ସ୍ଲୋପ୍ରେ ଫିଟ୍ କରିବା ପାଇଁ ତିଆରି ହୋଇଛି। ଏଥିରେ ଏକ କେବିନ କିମ୍ୱା ଟ୍ରଲି ରହିଥାଏ , ଯାହା କେବଲ କିମ୍ୱା ରେଲ୍ ଉପରେ ଚାଲିଥାଏ, ଏକାଥରେ ଏହା ଗୋଳା-ବାରୁଦ , ରାଶନ ସାମଗ୍ରୀ , ଇନ୍ଧନ , ଇଞ୍ଜିନିୟରିଂ ଉପକରଣ ଓ ଓଜନିଆ ସାମଗ୍ରୀକୁ ନେଇଯାଏ ,ଯେଉଁ ଜିନିଷ ପାଦରେ କିମ୍ୱା ହେଲିକପ୍ଟରରେ ମୁସ୍କିଲରେ ପହଞ୍ଚି ଥାଏ , ଏହା ଏବେ ସହଜରେ ପହଞ୍ଚି ପାରୁଛି।
ସବୁଠୁ ସ୍ୱତନ୍ତ୍ର କଥା –ଏହି ସିଷ୍ଟମ ଦିନ-ରାତି ଚାଲିବ। ଝଡ଼ ହେଉ , କୁଆ ପଥର ବୃଷ୍ଟି ହେଉ, କିମ୍ୱା ତୁଷାରପାତ ହେଉ , ଏଥିରେ କୌଣସି ଫରକ ପଡ଼ିବ ନାହିଁ। ବିନା ଗାର୍ଡରେ ମଧ୍ୟ ବ୍ୟବହୃତ ହୋଇ ପାରିବ। ଖରାପ ପାଗର ପ୍ରଭାବରୁ ରକ୍ଷା ପାଇବା ପାଇଁ ମଜବୁତ ଡିଜାଇନ କରାଯାଇଛି। ସେନାର ଅଧିକାରୀମାନଙ୍କ କହିବା ହେଲା ଯେ, ଏହି ସିଷ୍ଟମ ଆମର ସପ୍ଲାଇ ଚେନ୍ ମଜବୁତ୍ କରି ଦେଇଛି। ଏବେ ଆଉଟପୋଷ୍ଟ ଗୁଡ଼ିକ କେବେବି ଖାଦ୍ୟ କିମ୍ୱା ଅସ୍ତ୍ରଶସ୍ତ୍ରରେ ଖାଲି ରହିବ ନାହିଁ।
ଏହି ସିଷ୍ଟମର ଲାଭ କେବଳ ସାମଗ୍ରୀ ପହଞ୍ଚାଇବା ଯାଏ ସୀମିତ ନୁହେଁ। ଏହା ଆହତ ସୈନିକଙ୍କୁ ଶୀଘ୍ର ସ୍ଥାନାନ୍ତର କରିବାରେ ମଧ୍ୟ କାମ କରୁଛି। ହେଲିକପ୍ଟର ଗୁଡ଼ିକ ସର୍ବଦା ଉଚ୍ଚତାରେ ଉଡ଼ି ପାରିବ ନାହିଁ, ଯାହା ଫଳରେ ପାଦରେ ସ୍ଥାନାନ୍ତର ପ୍ରକ୍ରିୟା ଧୀର ଓ ବିପଦପୂର୍ଣ୍ଣ ହୋଇଯାଏ । କିନ୍ତୁ ଏହି ମନୋ ରେଲ୍ ବ୍ୟବସ୍ଥା ଆହତମାନଙ୍କୁ ସୁରକ୍ଷିତ ଓ ଶୀଘ୍ର ପଛରେ ଥିବା କ୍ୟାମ୍ପ ଯାଏ ନେଇପାରେ। ଡାକ୍ତର ଓ ମେଡିକାଲ ଟିମ୍କୁ ମଧ୍ୟ ଶୀଘ୍ର ସାହାଯ୍ୟ ମିଳିବ।