ଜୟପୁର, ୧୫/୦୧ : ୭୮ତମ ସ୍ଥଳ ସେନା ଦିବସରେ ପିଙ୍କ୍ ସିଟିରେ ଭାରତର ସୌର୍ଯ୍ୟ ପ୍ରଦର୍ଶନ। ଜୟପୁରରେ ଭବ୍ୟ ଆର୍ମି ଡେ ପରେଡ୍। ଭୈରବ ବାଟାଲିୟନର ଡେବ୍ୟୁ। ଅତ୍ୟାଧୁନିକ ଗିୟର ଏବଂ ଡ୍ରୋନ୍ ଶକ୍ତି ଦେଖି ଥରହର ଶତ୍ରୁ। ବିଶ୍ଵ ଦେଖୁଛି ଭାରତର ପରାକ୍ରମ। ସେନା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସେନାର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, 'ଯବାନଙ୍କ ନିଃସ୍ଵାର୍ଥପର ସେବାର ପ୍ରତୀକ ଏବଂ ସବୁଠାରୁ ଚ୍ୟାଲେଞ୍ଜିଂ ପରିସ୍ଥିତିରେ ମଧ୍ୟ ଅଟଳ ସଂକଳ୍ପ ସହିତ ଦେଶକୁ ସୁରକ୍ଷା ଦିଅନ୍ତି। ଦେଶ ସେମାନଙ୍କ ବୀରତ୍ୱ ଏବଂ ଅଟଳ ପ୍ରତିବଦ୍ଧତାକୁ ସଲାମ କରୁଛି।'
On Army Day, we salute the courage and resolute commitment of the Indian Army.
— Narendra Modi (@narendramodi) January 15, 2026
Our soldiers stand as a symbol of selfless service, safeguarding the nation with steadfast resolve, at times under the most challenging conditions. Their sense of duty inspires confidence and… pic.twitter.com/IRLSsmvRF0
'ଭୈରବ ବାଟାଲିୟନ' ପ୍ରମୁଖ ଆକର୍ଷଣ
ଗୁରୁବାର ସକାଳ ୧୦ଟାରେ ରାଜସ୍ଥାନର ଜୟପୁର ସ୍ଥିତ ମହଲ ରୋଡ୍ ରେ ଐତିହାସିକ ପରେଡ୍ କାର୍ଯ୍ୟକ୍ରମ ହୋଇଛି। ପିଙ୍କ୍ ସିଟିରେ ଆଜିର ସକାଳ ଇତିହାସରେ ସ୍ଵର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଛି। କାରଣ ପ୍ରଥମ ଥର ପାଇଁ ଭାରତୀୟ ସ୍ଥଳ ସେନା କୌଣସି ସୈନ୍ୟ କ୍ୟାଣ୍ଟନମେଣ୍ଟରୁ ବାହାରି ସାଧାରଣ ଲୋକଙ୍କ ଭିତରେ ସୌର୍ଯ୍ୟ ପ୍ରଦର୍ଶନ କରିଛି। ଭାରତର ଭୈରବ ବାଟାଲିୟନ ଆଜିର ପରେଡ୍ ରେ ପ୍ରମୁଖ ଆକର୍ଷଣ ଥିଲା। ସାରା ଦୁନିଆ ଭାରତର ପରାକ୍ରମ ଦେଖିଲା। ଆଧୁନିକ ହାଇବ୍ରିଡ୍ ଯୁଦ୍ଧ ପାଇଁ ଏହି ୟୁନିଟ୍ ର ଗଠନ ହୋଇଛି। ଏହା ପାରା ସ୍ପେଶାଲ୍ ଫୋର୍ସ ଏବଂ ସ୍ଥଳ ସେନାର ଟ୍ରୁପ୍ ମଧ୍ୟରେ ଏକ ସେତୁ ଭଳି କାମ କରିବ। ବିଶେଷ କରି ଏହି ବାଟାଲିୟନ ଡ୍ରୋନ୍ ଯୁଦ୍ଧ ଏବଂ ମଲ୍ଟି ଡୋମେନ ଅପରେସନରେ ପାରଙ୍ଗମ। ଅପରେସନ ସିନ୍ଦୂରରେ ଏକ ବାଟାଲିୟନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। କଠିନ ଏବଂ ଦୁର୍ଗମ ଅଞ୍ଚଳରେ ଶତ୍ରୁଙ୍କ ଠିକଣାରେ ସଠିକ୍ ଏବଂ ତ୍ଵରିତ ଆକ୍ରମଣ କରିବାରେ ମାହିର।
ମାଟିରୁ ଆକାଶ ଯାଏଁ ଭାରତର ପରାକ୍ରମ
ଆଜିର ପରେଡ୍ କାର୍ଯ୍ୟକ୍ରମରେ ଭାରତ ଅତ୍ୟାଧୁନିକ ଯୁଦ୍ଧ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିଛି। ଘାତକ ବ୍ରହ୍ମୋସ୍ ମିସାଇଲ୍, ପିନାକ ରକେଟ ସିଷ୍ଟମ, SMERCH ଏବଂ BM-21 ଗ୍ରାଡ୍ ମଲ୍ଟି ବ୍ୟାରେଲ ରକେଟ୍ ଲଞ୍ଚର, ଆକାଶତୀର ମିସାଇଲ୍ ପ୍ରଣାଳୀ, କାମିକାଜେ ଡ୍ରୋନ୍, ମାନବରହିତ MUM-T ବିମାନ, ଆପାଚି ଏବଂ ପ୍ରଚଣ୍ଡ ହେଲିକପ୍ଟର, ଭାରତୀୟ ଯୁଦ୍ଧ ଟ୍ୟାଙ୍କ T-90 ଭୀଷ୍ମର ପ୍ରଦର୍ଶନ କରାଯାଇଛି। ଏତଦ୍ ବ୍ୟତୀତ ରୋବୋଟିକ୍ ଡଗ୍ ଏବଂ UGVs ଭଳି ସ୍ୟାପର୍ ସ୍କାଉଟ୍, ଐରାବତ-1000ର ପ୍ରଦର୍ଶନ କରାଯାଇଛି।
ଏହି ଖବରଟିକୁ ପଢନ୍ତୁ- ବାୟୁସୀମା ବନ୍ଦ କଲା ଇରାନ : ଏୟାର ଇଣ୍ଡିଆ ଓ ଇଣ୍ଡିଗୋର ଆଡଭାଇଜରି, ଖୋଜା ଚାଲିଛି ବିକଳ୍ପ ରୁଟ୍