ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ଭାରତୀୟ ସେନା; ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ପାକିସ୍ଥାନି ମୃତ

Published By : Bijay Swain | February 7, 2025 7:06 PM

Image courtesy: indiatoday

ନୂଆଦିଲ୍ଲୀ: ବଦଗୁଣ ଛାଡି ପାରୁନି ପଡୋଶି ପାକିସ୍ଥାନ। ଖୋଦ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଭାରତ ସହ ଶାନ୍ତି ବୁଝାମଣା କରିବାକୁ ଚାହୁଁଥିବା ଘୋଷଣା କରିବା ପରେ ନିଜ ଅସଲି ରଙ୍ଗ ଦେଖାଇଛି ପାକିସ୍ତାନ। କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାକୁ ଏଲଓସି ନିକଟରେ ହେଉଥିବା ଏକ ଅନୁପ୍ରବେଶକୁ ଭାରତୀୟ ସେନା ପଣ୍ଡ କରିଦେଇଛି। ଖବର ଅନୁଯାୟୀ ଫେବୃୟାରି ୪-୫ ମଧ୍ୟରାତ୍ରରେ ପାକିସ୍ତାନ ପଟୁ ଏଲଓସିରେ ସାତଜଣ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଏହା ଦେଖି ଭାରତୀୟ ସେନା ଗୁଳି ଚଳାଇଥିଲା। ସେନା ଗୁଳିରେ ମୋଟ ୭ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ମୃତକ ମାନଙ୍କ ମଧ୍ୟରେ ୩ ଜଣ ପାକିସ୍ଥାନି ଯବାନ ଥିବା ନେଇ ସୂଚନା ମିଳିଛି।

ସୂଚନା ମୁତାବକ, ଏହି ଘଟଣା ଜମ୍ମୁକାଶ୍ମୀରର ପୁଞ୍ଜ ଅଞ୍ଚଳର କ୍ରିଷ୍ଣା ଘାଟି ଅଞ୍ଛଳରେ ଘଟିଛି। ବର୍ତ୍ତମାନ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ଅଞ୍ଚଳରେ କାଶ୍ମୀର ସଂହତି ଦିବସ ନାମରେ ଏକ ଭାରତ ବିରୋଧି କାର୍ଯ୍ୟକ୍ରମ ଜାରି ରହିଛି। ଏହି ପରିପ୍ରେକ୍ଷିରେ ଏହି ଅନୁପ୍ରବେଶ ହୋଇଥିବା ନେଇ ସୂଚନା ମିଳିଛି। ସେନା ଗୁଳିରେ ପ୍ରାଣ ହରାଇଥିବା ପାକିସ୍ଥାନୀମାନେ ପାକିସ୍ତାନ ଆକ୍ସନ ଟିମ(ବ୍ୟାଟ)ର ସଦସ୍ୟା ଥିବା ଜଣା ପଡିଛି। ଏହି ଟିମକୁ ବିଶେଷକରି ଅବୈଧ ଭାବେ ସୀମା ପାର କରିବା ପାଇଁ ବନାଯାଇଛି। ତେବେ ମୃତ ସମସ୍ତ ୭ଜଣଙ୍କ ମଧ୍ୟରୁ ୩ଜଣ ପାକିସ୍ତନର ଯବାନ ଥିବା ନେଇ ଚିହ୍ନଟ କରାଯାଇଛି।

ଅନ୍ୟପଟେ ଭାରତର ଜମ୍ମୁକାଶ୍ମୀରକୁ ନେଇ ଗୋଟିଏ ଆଭିମୁଖ୍ୟ ରହିଛି। ଜମ୍ମୁ, କାଶ୍ମୀର ଓ ଲଦାଖ ଭାରତରେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଓ ରହିବ ବୋଲି ଭାରତର କଡା ଆଭିମୁଖ୍ୟ ରହିଆସିଛି। ତେବେ ଆତଙ୍କବାଦ ଏବଂ ହିଂସାମୁକ୍ତ ପରିବେଶରେ ହିଁ ପାକିସ୍ତାନ ସହିତ ଭଲ ସମ୍ପର୍କ ସମ୍ଭବ ବୋଲି ଭାରତ ବିଭିନ୍ନ ଆନ୍ତର୍ଜାତିକ ପ୍ଲାଟଫର୍ମରେ କହି ଆସୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ମସିହାରେ ଜମ୍ମୁକାଶ୍ମୀରରୁ ଆର୍ଟିକିଲ ୩୭୦ ଉଚ୍ଛେଦ କରି ଜମ୍ମୁ ଓ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିଥିଲେ। ଆଉ ଏହା ପରଠୁ ଚିନ୍ତାରେ ପଡିଛି ପାକିସ୍ତାନ। ସେବେଠୁ ଦୁଇଦେଶ ମଧ୍ୟରେ କୁଟନୈତିକ ସମ୍ପର୍କ ସହ ବାଣିଜ୍ୟ କାରବାରରେ ଅବନତି ପରିଲକ୍ଷିତ ହୋଇଛି। 

ବିଗତ କିଛି ମାସ ମଧ୍ୟରେ ଜମ୍ମୁ ଅଞ୍ଚଳରେ ଆତଙ୍କୀ ଆକ୍ରମଣରେ ବୃଦ୍ଧି ଘଟିଛି। ଏହି ଆକ୍ରମଣରେ ମୋଟ ୪୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତା ମଧ୍ୟରେ ୧୮ ଜଣ ସୁରକ୍ଷା କର୍ମୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.