ପ୍ରମୂଖ ଖବର
  • ଦିବ୍ୟ ଦେବସ୍ନାନ ପୂର୍ଣ୍ଣିମା; ସ୍ନାନବେଦୀରେ ବିଜେ କଲେ ଚତୁର୍ଦ୍ଧାମୂରତୀ, ଭକ୍ତମୟ ବଡ଼ଦାଣ୍ଡ
  • ||
  • ଯାଜପୁର : ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର: ଜଣେ ମୃତ, ୨ ଗୁରୁତର
  • ||
  • ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତୀ, ଭକ୍ତମୟ ଶ୍ରୀକ୍ଷେତ୍ର, ଜନସମୁଦ୍ର ବଡ଼ଦାଣ୍ଡ
  • ||
  • ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ କରିବେ ଦିବ୍ୟସ୍ନାନ, ଗଜାନନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତୀ
  • ||
  • ଘୁଞ୍ଚି ଘୁଞ୍ଚି ଯାଉଛି ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଆକ୍ସିଓମ ମିଶନ୍-୪ ପୁଣି ବ୍ରେକ
  • ||
  • ପାର୍ଟ ପ୍ଲଟ୍‌ ବିକ୍ରି ବ୍ୟବସ୍ଥାରେ ସଂଶୋଧନ, ବିନା ଲେ-ଆଉଟରେ ବିକ୍ରି କରିହେବ ୫୦୦ ବର୍ଗମିଟରରୁ କମ୍‌ ଜମି
  • ||

ଶକ୍ତିଶାଳୀ ହେବ ସେନା, ଥରିବେ ଶତ୍ରୁ ଦେଶ; ଭାରତ ତିଆରି କରୁଛି ମହାବିନାଶକ QRSAM ମିସାଇଲ୍

Published By : Ankita S | June 10, 2025 1:07 PM

ନୂଆଦିଲ୍ଲୀ,୧୦/୦୬: ଅପରେସନ୍ ସିନ୍ଦୂର ପରେ ଶକ୍ତିଶାଳୀ ହେବାରେ ଲାଗିଛି ଭାରତୀୟ ସେନା । ଏସ୍-୪୦୦ ଏବଂ ଆକାଶ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନେଇ ଭୟ ଥିବା ଶତ୍ରୁ ଦେଶ ଏବେ ଆହୁରି ଭୟଭୀତ । କାରଣ ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି ଭାରତୀୟ ପ୍ରତିରକ୍ଷା ବିଭାଗ । ଖୁବଶୀଘ୍ର ସେନାକୁ ମିଳିବାକୁ ଯାଉଛି QRSAM ମିସାଇଲ୍ । ୩୦ ହଜାର କୋଟିରେ ଭାରତ ତିଆରି କରୁଛି ଏହି ଏୟାର ଡିଫେନ୍ସ ସିଷ୍ଟମ ।

ରକ୍ଷା ମନ୍ତ୍ରଣାଳୟ ୩୦ ହଜାର କୋଟି ଟଙ୍କାରେ QRSAM (କୁଇକ୍ ରିଆକ୍ସନ ସରଫେସ୍ ଟୁ ଏୟାର ମିସାଇଲ) ପ୍ରୋଜେକ୍ଟ ଉପରେ ଚର୍ଚ୍ଚା କରିବ । ଏହି ପ୍ରୋଜେକ୍ଟ ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନାକୁ ମଜବୁତ କରିବ । ଏହାକୁ ୩ ରେଜିମେଣ୍ଟ ସାମିଲ କରିବାକୁ ଆଲୋଚନା ଚାଲିଛି । ଖୁବଶୀଘ୍ର ଏହାକୁ ମଞ୍ଜୁରୀ ମିଳିପାରେ । ଜୁନ୍‌ ଶେଷ ସପ୍ତାହରେ ରକ୍ଷା ମନ୍ତ୍ରଣାଳୟର ଡିଫେନ୍ସ ଏକଜିସନ କାଉନିଂସିଲ (DAC) ବୈଠକ ବସିବ । ଏଥିରେ ଏହି ଯୋଜନାକୁ ମଞ୍ଜୁରୀ ମିଳିବା ଅନୁମାନ କରାଯାଉଛି । ଏହି ମିସାଇଲ୍ ଭାରତର ଏୟାର ଡିଫେନ୍ସକୁ ଅଧିକ ମଜବୁତ କରିବ ।

QRSAM କଣ ? ଏହି ଏୟାର ଡିଫେନ୍ସ ସିଷ୍ଟମ ନେଇ ୩୦ ହଜାର କୋଟି ବଜେଟ୍ ରହିଛି । ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ । ଏହାକୁ ସେନାର ବାୟୁରକ୍ଷା ୟୁନିଟରେ ସାମିଲ କରାଯିବ । ୩ଟି ରେଜିମେଣ୍ଟ ବିଶେଷ କରି ପଶ୍ଚିମ ଓ ଉତ୍ତର ସୀମାରେ ମୁତୟନ ହେବ । ସ୍ୱଦେଶୀ QRSAMର ୩୦ ହାଜର କିଲୋମିଟର ଯାଏ ରେଞ୍ଜ ରହିଛି । ଘଣ୍ଟାପ୍ରତି ୬ ହଜାର କିମି ବେଗରେ ଗତି କରିବ । ୯୮ଫୁଟ୍ ଉଚ୍ଚରୁ ୩୩ ହଜାର ଫୁଟ୍ ଉଚ୍ଚ ଯାଇପାରିବ । ଆକାଶ ଏବଂ ଏମ୍ଆରଏସଏଏମ ପରି ସିଷ୍ଟମ ସହ ମିଶି ଶତ୍ରୁକୁ ଜବାବ ଦେବ । ଡିଆରଡିଓ ଓ ସେନା ମିଳିତ ଭାବେ ଗତ ୩ରୁ ୪ ବର୍ଷ ହେବ QRSAMର ପରୀକ୍ଷା କରିଛନ୍ତି । ଏହି ସିଷ୍ଟମ ରାତି-ଦିନରେ ଶତ୍ରୁକୁ ଚକମା ଦେବ । ସହଜରେ ଏହା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇପାରିବ । ଏହାର ସଫଳ ପରୀକ୍ଷଣ ସରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.