ନୂଆଦିଲ୍ଲୀ, ୦୯/୦୧ : ସ୍ଵଦେଶୀ ରକେଟ୍‌ ଲଞ୍ଚର ରେଞ୍ଜ୍ ବଢାଉଛି ଭାରତ। ଦୂରରୁ ଶତ୍ରୁ ଠିକଣାକୁ କରିବ ଟାର୍ଗେଟ୍। ଲକ୍ଷ୍ୟଭେଦ କରିବାରେ ମାହିର ପିନାକ ରକେଟ୍ ଲଞ୍ଚର୍। ପାକିସ୍ତାନ-ଚୀନ ପାଇଁ ବାଜିଲା ସତର୍କ ଘଣ୍ଟି। ଅପରେସନ ସିନ୍ଦୂର ପରେ ଭାରତ ପ୍ରତରକ୍ଷା ସେକ୍ଟରକୁ ମଜବୁତ କରୁଛି। ଗତ କିଛି ମାସ ମଧ୍ୟରେ ଭାରତୀୟ ସେନା ସ୍ଵଦେଶୀ ଡିଫେନ୍ସ କମ୍ପାନୀଗୁଡ଼ିକ ସହ କୋଟି କୋଟି ଟଙ୍କାର ଡିଲ୍ କରିଛି। ଭାରତ, ଆମେରିକୀୟ ଏବଂ ଋଷୀୟ ସୈନ୍ୟ ଟେକନିକ୍ ଆପଣୋଉଛି। ଏବେ ଭାରତୀୟ ସେନା ସ୍ଵଦେଶୀ ପିନାକ ମଲ୍ଟି ବ୍ୟାରେଲ୍ ରକେଟ୍ ଲଞ୍ଚରକୁ ଅପଗ୍ରେଡ୍ କରିବାକୁ ଯାଉଛି। ଏଥିପାଇଁ ଟାଟା ଏବଂ ଲାର୍ସନ ଆଣ୍ଡ୍ ଟ୍ରୁବୋ କମ୍ପାନୀକୁ ବଡ଼ ଅର୍ଡର ମିଳିଛି। ଏହି କମ୍ପାନୀ ପୂର୍ବରୁ ପିନାକ ସିଷ୍ଟମ ତିଆରି କରିଛି। 

ଚୁକ୍ତି ଅନୁଯାୟୀ, ଟାଟା ଏବଂ ଲାର୍ସନ ଆଣ୍ଡ୍ ଟ୍ରୁବୋ ସେବାର ବେସ୍ ୱାର୍କସପ୍ ସହ ମିଶି କାମ କରିବେ। ପିନାକ ରକେଟ୍ ଲଞ୍ଚରର ଆବଶ୍ୟକୀୟ ଅପଗ୍ରେଡ୍ କରିବେ। ପୁରୁଣା ପାର୍ଟକୁ ବଦଳାଇ ଅତ୍ୟାଧୁନିକ ଯନ୍ତ୍ରାଂଶ ଖଞ୍ଜିବେ। ସ୍ଵଦେଶୀ ପିନାକ ଏବେ ଭାରତୀୟ ସେନାର ପ୍ରମୁଖ ଅସ୍ତ୍ର। ଏହାର ରେଞ୍ଜ୍ ୧୫୦ କିମିରୁ ଉର୍ଦ୍ଧ୍ଵକୁ ବଢାଇବାକୁ ଯୋଜନା କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୫୧୦ABW ସହଯୋଗରେ ରକେଟ୍ ଲଞ୍ଚର ଏବଂ ବ୍ୟାଟେରୀ କମାଣ୍ଡ ପୋଷ୍ଟର ମରାମତି କରାଯିବ। ପିନାକ ଡିଆରଡିଓ ଦ୍ୱାରା ବିକଶିତ ହୋଇଥିଲା। ଏହା ପ୍ରତିରକ୍ଷା କ୍ଷେତ୍ରରେ "ମେକ୍ ଇନ୍ ଇଣ୍ଡିଆ"ର ଏକ ସଫଳତାର କାହାଣୀ ପାଲଟିଛି। ଗତ ବର୍ଷ, ସରକାର ସବୁଠାରୁ ବଡ଼ ଘରୋଇ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଥିଲେ। ଏହି ଚୁକ୍ତି ପିନାକ ରକେଟ୍ ପାଇଁ ଥିଲା। ଯାହାର ମୂଲ୍ୟ ୧୦ ହଜାର କୋଟିରୁ ଅଧିକ ଥିଲା।

ପ୍ରମୁଖ ବିନ୍ଦୁ

-ପିନାକ ରକଟ୍ ଲଞ୍ଚରର ଅପଗ୍ରେଡ୍ ହେବା ପରେ ସେନାର ଶକ୍ତି ବଢିବ। 
-ଏହି ରକେଟ୍ ଦୂରରୁ ଲକ୍ଷୂଭେଦ କରିବାରେ ସକ୍ଷମ ହେବ। 
-ସ୍ଵଦେଶୀ ପ୍ରତିରକ୍ଷା ଉଦ୍ୟୋଗକୁ ପ୍ରୋତ୍ସାହନ ମିଳିବ। ଭାରତ ପ୍ରତିରକ୍ଷା ଆବଶ୍ୟକତାକୁ ପୂରଣ କରିବାରେ ଆତ୍ମନିର୍ଭର ହେବ।
-ସେନା ଏବଂ ଘରୋଇ କମ୍ପାନୀଙ୍କ ମଧ୍ୟରେ ଏହି ସହଯୋଗ ମେକ୍ ଇନ ଇଣ୍ଡିଆକୁ ବଳ ଦେବ। 
-ପିନାକ ସିଷ୍ଟମ ଭବିଷ୍ୟତର ଆବଶ୍ୟକତା ହିସାବରେ ପ୍ରସ୍ତୁତି କରିବାରେ ସହାୟକ ହେବ। 
-ଶତ୍ରୁଙ୍କୁ ସାମ୍ନା କରିବାରେ ଏହା ସବୁଠୁ ଅତ୍ୟାଧୁନିକ ଏବଂ ସକ୍ଷମ ଅସ୍ତ୍ର ପାଲଟିବ।