ନୂଆଦିଲ୍ଲୀ,୩୦/୦୬: ଭାରତୀୟ କ୍ରିକେଟର ତଥା ପଞ୍ଜାବ କିଙ୍ଗସ ଅଲରାଉଣ୍ଡର ଶଶାଙ୍କ ସିଂହ ଏବଂ ତାଙ୍କ ଅବସରପ୍ରାପ୍ତ ଆଇପିଏସ ବାପାଙ୍କ ନାମରେ ଘରୋଇ ରୋଷେୟା ମାଡ ମାରିବା ସହ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ କରିଥିଲେ । ପୁଲିସ୍ ମାମଲାରେ ଏଫଆଇଆର ଦାୟର କରିଛି । ଅଭିଯୋଗକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଶଶାଙ୍କ ସିଂହ । ସେ ଅଭିଯୋଗକୁ ଶଶାଙ୍କ ସିଂହ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହି ଖଣ୍ଡନ କରିଛନ୍ତି । ବ୍ୟକ୍ତି ଚୋରି କରିବା ଉଦ୍ଦେଶ୍ୟରେ ଘରେ ପ୍ରବେଶ କରିଥିବା କହିଛନ୍ତି ଶଶାଙ୍କ ।
ଅଭିଯୋଗକୁ ନେଇ ଭାରତୀୟ କ୍ରିକେଟ୍ର ଶଶାଙ୍କ ସିଂହ କହିଛନ୍ତି, କାହାକୁ ବନ୍ଧକ କରିନାହୁଁ । ୨ ଦିନ ହେବ ଜଣେ ଆସୁଛନ୍ତି ତାଙ୍କୁ କଣ ବନ୍ଧକ କରିବୁ । ସେ ଆସିଥିଲେ ରହିଥିଲେ । ଖାଇଥିଲେ ଭିଡିଓ କରିଥିଲେ । ହଁ ଏହା ସତ ଯେ, ସେ ରୋଷେୟା ବୋଲି କହି ଆସିଥିଲେ କିନ୍ତୁ ସେ କୁକ୍ ନୁହଁନ୍ତି । ତାଙ୍କୁ ଖାଇବା ବନାଇବା ବିଲକୁଲ ଆସେନାହିଁ । ସେ ଏଠାକୁ ଆସି କେବଳ ମଉଜ କରୁଥିଲେ । ମୋ ରୁମକୁ ଯାଇ ଭିଡିଓ, ଫଟୋ ଉଠାଉଥିଲେ । ମୋର ସନ୍ଦେହ ସେ ଆମକୁ ଲୁଟିବାକୁ ଆସିଥିଲା । ସେ ପୂର୍ବରୁ ଡ୍ରଗ୍ସ କାରବାର କରୁଥିଲା । ସୌଭାଗ୍ୟବସତଃ କିଛି ବି ଚୋରି ହୋଇନାହିଁ । ଚାନ୍ଦିର ଗଣେଶ ଆମକୁ ମିଳୁନାହିଁ । ସେ ଚୋରି ଉଦ୍ଦେଶ୍ୟରେ ହିଁ ଆସିଥିଲେ । ତାଙ୍କୁ ଆମେ ଘରେ ବନ୍ଦ କରିନାହୁଁ । ସେ ଆମ ଘରର ଭିଡିଓ ଉଠାଇଥିଲା ମୋ ମାଆ ତାକୁ ଡିଲିଟ୍ କରିଥିଲେ ।''
ଏହା ବି ପଢନ୍ତୁ...Shashank Singh: ଅଡୁଆରେ IPL ଷ୍ଟାର ଶଶାଙ୍କ ଏବଂ IPS ବାପା, ଖାଇବା ସ୍ୱାଦ ନହେବାରୁ କୁକ୍ଙ୍କୁ ପିଟିଥିବା ଅଭିଯୋଗ
#WATCH | Bhopal, Madhya Pradesh: On FIR registered against him and his father for allegedly assaulting and verbally abusing a staff member, Punjab Kings Cricketer Shashank Singh says, "No, we didn't hold him hostage... It is true that he arrived claiming to be a cook, but he… https://t.co/Dr6KawT5YT pic.twitter.com/szZYdHkpSh
— ANI (@ANI) June 30, 2026
କଣ ମାମଲା ? ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆଇପିଏଲ ଷ୍ଟାର ପଞ୍ଜାବ କିଙ୍ଗସ ଅଲରାଉଣ୍ଡର ଶଶାଙ୍କ ସିଂହ ଓ ତାଙ୍କ ବାପାଙ୍କ ନାମରେ ରୋଷେୟାଙ୍କୁ ଆକ୍ରମଣ, ଦୁର୍ବ୍ୟହାର ଏବଂ ବେଆଇନ ଭାବେ ବନ୍ଦୀ କରି ରଖିବା ଅଭିଯୋଗରେ ଭୋପାଳ ପୁଲିସ୍ ଫୌଜଦାରୀ ମାମଲା ରୁଜୁ କରିଛି । ଏହି ମାମଲାରେ ଡ୍ରାଇଭରଙ୍କୁ ମଧ୍ୟ ସହ- ଅଭିଯୁକ୍ତ ଭାବରେ ନାମିତ କରାଯାଇଛି । ଘଟଣାଟି ଭୋପାଳର ରତିବାଦ ଥାନା ଅଞ୍ଚଳ ଅନ୍ତର୍ଗତ ମେଣ୍ଡୋରି ଗାଁରେ ଥିବା ସେମାନଙ୍କ ବାସଭବନରେ ଘଟିଛି । ପୀଡିତ, ୩୧ ବର୍ଷୀୟ ରୋଷେୟା ବିପେନ୍ଦ୍ର ସିଂହ ତୋମାର ମୁଳତଃ ରେୱା ଜିଲ୍ଲାର । ସେ ଥାନାରେ ତାଙ୍କୁ ମାରପିଟ୍ ସହ ଗାଳି ଗୁଲଜ କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । ବିପେନ୍ଦ୍ରଙ୍କ ଅନୁସାରେ, ତାଙ୍କୁ ଜଣେ ପରିଚିତ ବ୍ୟକ୍ତିଙ୍କ ଜରିଆରେ ପୂର୍ବତନ ପୁଲିସ୍ ଅଧିକାରୀଙ୍କ ଘରେ କାମ କରିବାକୁ ଅଣାଯାଇଥିଲା । ସେ ମାସିକ ୧୫ ହଜାର ଟଙ୍କା ଦମରା, ଖାଦ୍ୟ, ରହିବା ଏବଂ ଭବିଷ୍ୟତରେ ସରକାରୀ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କାମ ଆରମ୍ଭ କରିବାର କିଛି ଘଣ୍ଟା ମଧ୍ୟରେ ତାଙ୍କ ମାନସିକ ଚାପ ଏବଂ ଖାଦ୍ୟ ସ୍ୱାଦ ନହେବାରୁ ଗାଳି ଦିଆଯାଇଥିବା ଅଭିଯୋଗ କରିଛନ୍ତି ବିପେନ୍ଦ୍ର ।