ନୂଆଦିଲ୍ଲୀ,୩୦/୦୬; ଅଡୁଆରେ ଆଇପିଏଲ୍ ଷ୍ଟାର । ପଞ୍ଜାବ କିଙ୍ଗସ୍ ଷ୍ଟାର ପ୍ଲେୟାର ଅଲରାଉଣ୍ଡର ଶଶାଙ୍କ ସିଂହ ଓ ତାଙ୍କ ଆଇପିଏସ୍ ବାପା ଶୈଳେଶ ସିଂହଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ହୋଇଛି । ଖାଇବା ସ୍ୱାଦିଷ୍ଟ ନହେବାରୁ ଶଶାଙ୍କ ଏବଂ ତାଙ୍କ ବାପା କୁକଙ୍କୁ ପିଟିଥିବା ଅଭିଯୋଗ ହୋଇଛି । ଥାନାରେ ମାମଲା ପହଞ୍ଚିଛି । ଘରେ ଥିବା ରୋଷୟା ବିପେନ୍ଦ୍ର ସିଂହ ତୋମାରଙ୍କୁ ମାରପିଟ କରିବା ସହ ଗାଳିଗୁଲଜ କରିଥିବା ନେଇ ଭୋପାଳ ରତିବାଦ ଥାନାରେ ଏଫଆଇଆର ଦାୟର ହୋଇଛି ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆଇପିଏଲ ଷ୍ଟାର ପଞ୍ଜାବ କିଙ୍ଗସ ଅଲରାଉଣ୍ଡର ଶଶାଙ୍କ ସିଂହ ଓ ତାଙ୍କ ବାପାଙ୍କ ନାମରେ ରୋଷେୟାଙ୍କୁ ଆକ୍ରମଣ, ଦୁର୍ବ୍ୟହାର ଏବଂ ବେଆଇନ ଭାବେ ବନ୍ଦୀ କରି ରଖିବା ଅଭିଯୋଗରେ ଭୋପାଳ ପୁଲିସ୍ ଫୌଜଦାରୀ ମାମଲା ରୁଜୁ କରିଛି । ଏହି ମାମଲାରେ ଡ୍ରାଇଭରଙ୍କୁ ମଧ୍ୟ ସହ- ଅଭିଯୁକ୍ତ ଭାବରେ ନାମିତ କରାଯାଇଛି । ପୁରା ଘଟଣାଟି ଭୋପାଳର ରତିବାଦ ଥାନା ଅଞ୍ଚଳ ଅନ୍ତର୍ଗତ ମେଣ୍ଡୋରି ଗାଁରେ ଥିବା ସେମାନଙ୍କ ବାସଭବନରେ ଘଟିଛି । ପୀଡିତ, ୩୧ ବର୍ଷୀୟ ରୋଷେୟା ବିପେନ୍ଦ୍ର ସିଂହ ତୋମାର ମୁଳତଃ ରେୱା ଜିଲ୍ଲାର । ସେ ଥାନାରେ ତାଙ୍କୁ ମାରପିଟ୍ ସହ ଗାଳି ଗୁଲଜ କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । ବିପେନ୍ଦ୍ରଙ୍କ ଅନୁସାରେ, ତାଙ୍କୁ ଜଣେ ପରିଚିତ ବ୍ୟକ୍ତିଙ୍କ ଜରିଆରେ ପୂର୍ବତନ ପୁଲିସ୍ ଅଧିକାରୀଙ୍କ ଘରେ କାମ କରିବାକୁ ଅଣାଯାଇଥିଲା । ସେ ମାସିକ ୧୫ ହଜାର ଟଙ୍କା ଦମରା, ଖାଦ୍ୟ, ରହିବା ଏବଂ ଭବିଷ୍ୟତରେ ସରକାରୀ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କାମ ଆରମ୍ଭ କରିବାର କିଛି ଘଣ୍ଟା ମଧ୍ୟରେ ତାଙ୍କ ମାନସିକ ଚାପ ଏବଂ ଖାଦ୍ୟ ସ୍ୱାଦ ନହେବାରୁ ଗାଳି ଦିଆଯାଇଥିବା ଅଭିଯୋଗ କରିଛନ୍ତି ବିପେନ୍ଦ୍ର ।
ନିଜକୁ କଠୋରୀରେ ବନ୍ଦ କରି ଜୀବନ ବଞ୍ଚାଇଲେ- ପୀଡିତ ରୋଷେୟାଙ୍କ ଅନୁଯାୟୀ, ଯେତେବେଳେ ସେ ଘରର ପରିବେଶ ଖରାପ ହେଉଥିବାରୁ ଚାକିରି ଚାଡି ରେୱା ଫେରିବାକୁ ଚାହିଁଥିଲେ, ସେଥିରେ ଶଶାଙ୍କ ଓ ତାଙ୍କ ବାପା କ୍ରୋଧିତ ହୋଇଥିଲେ । ତାଙ୍କ ମୋବାଇଲ୍ ଫୋନ୍ ବଳପୂର୍ବକ ଛଡାଇ ନେଇଥିଲେ । ଯାହା ଦ୍ୱାରା ସେ କାହା ସହିତ ଯୋଗଯୋଗ କରିପାରିନଥିଲେ । ତାଙ୍କୁ କାମ କରିବାକୁ ବାଧ୍ୟ କରାଯାଇଥିଲା । ନିଜକୁ ରକ୍ଷା କରିବାକୁ କୁକ୍ ନିଜକୁ ଏକ କଠୋରୀରେ ବନ୍ଦ କରିଦେଇଥିଲେ । କିନ୍ତୁ ବାପା-ପଉ ଏବଂ ସେମାନଙ୍ ଡ୍ରାଇଭର କବାଟ ଖୋଲି ତାଙ୍କୁ ନିର୍ମମ ଭାବରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୁଲିସ୍ ଦ୍ୱାରା କରାଯାଇଥିବା ଡାକ୍ତରୀ ପରୀଭାରେ ପୀଡିତଙ୍କ ମୁହଁ ଏବଂ ଶରୀରରେ କ୍ଷତ ଚିହ୍ନ ରହିଛି । ଯାହା ପୀଡିତଙ୍କ ଉପରେ ଆକ୍ରମଣ ହୋଇଥିବା ନିଶ୍ଚିତ କରିଛି ।
ଏହା ବି ପଢନ୍ତୁ...India vs England: ବୈଭବ ସୂର୍ଯ୍ୟବଂଶୀଙ୍କୁ ଏହି ଉପାୟରେ ମିଳିବ ଭାରତର ପ୍ଲେଇଂ ଇଲେଭେନରେ ସୁଯୋଗ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) କ୍ରିକେଟର ଶଶାଙ୍କ ସିଂହ ଏବଂ ତାଙ୍କ ପିତା, ଜଣେ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ, ଶୈଳେଶ ସିଂହଙ୍କ ବିରୁଦ୍ଧରେ ଅପରାଧ ଅଭିଯୋଗ ପରେ ପୁଲିସ୍ ମାମଲା ଦାୟର କରିଛି । ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଧାରା ୨୯୬(ବି), ୧୧୫(୨) ଏବଂ ୩(୫) ଆଧାରରେ ମାମଲା ଦାୟର ହୋଇଛି । ବର୍ତ୍ତମାନ ପୁଲିସ୍ ତଦନ୍ତ ଜାରି ରଖିଛି । ଆଗାମୀ କାର୍ଯ୍ୟାନୁଷ୍ଠାନ ଯାଞ୍ଚ ପରେ ନିଆଯିବ ।