ରେଢ଼ାଖୋଲ,୧୭/୬: ରେଢ଼ାଖୋଲ ବନଖଣ୍ଡ ବଡବାହାଲ ରେଞ୍ଜରେ ଦନ୍ତା ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ । ମୃତକ ହେଲେ ଅନୁଗୁଳ ଜିଲ୍ଲା କିଶୋର ନଗର ଥାନା ଟାପୁରସିଙ୍ଗା ଗାଁର ନରେନ୍ଦ୍ର ପ୍ରଧାନ । ସେ ମଙ୍ଗଳବାର ସାନ ନୁଆପଡା ଗାଁକୁ ଆସି ରାତି ପ୍ରାୟ ୧୧ଟାରେ ଘରକୁ ଫେରୁଥିଲେ । ଏହି ସମୟରେ ନରେନ୍ଦ୍ର ଦନ୍ତା ହାତୀ ବାହୁଡ଼ରେ ପଡ଼ିଥିଲେ । ଦନ୍ତା ତାଙ୍କୁ ଦେଖି କଚାଡ଼ି ବା ପରେ ଦଳି ମାରିଦେଇଥିବା ଜଣାପଡ଼ିଛି ।
ଖବର ପାଇ ବନ ବିଭାଗ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି। ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ଲୋକେ ଘରୁ ବାହାରୁ ନାହାନ୍ତି । ହାତୀକୁ ତୁରନ୍ତ ଜଙ୍ଗଲକୁ ସ୍ଥାନାନ୍ତର କରିବାକୁ ଦାବି ହୋଇଛି ।
ଅଧିକ ପଢନ୍ତୁ- ଝଡ଼ ବର୍ଷା ସାଜିଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ଦୁଇ ଯାଆଙ୍କ ଜୀବନ