ନୂଆଦିଲ୍ଲୀ, ୧୪/୩: ଟିମ୍ ଇଣ୍ଡିଆ ପାଖରେ ଟି-୨୦ ବିଶ୍ବକପ । ନ୍ୟୁଜିଲାଣ୍ଡକୁ ହରାଇ ଭାରତ ତୃତୀୟଥର ପାଇଁ ବିଶ୍ବକପ ହାତେଇଛି । ତେବେ ଶନିବାର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟି-୨୦ ବିଶ୍ବକପ ଧରି ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର ଯାଇଥିଲେ । ଯେଉଁଠାରେ ଭଗବାନ ଗଣେଷଙ୍କ ନିକଟରେ ପ୍ରାର୍ଥନା କରିବା ସହ ଟିମ୍ ଇଣ୍ଡିଆର ସଫଳତା ପାଇଁ ମଧ୍ୟ ଭଗବାନଙ୍କ ଆଶୀର୍ବାଦ ମାଗିଛନ୍ତି । ସେପଟେ ଟିମ୍ ଇଣ୍ଡିଆର ଷ୍ଟାର ଓପନର ଅଭିଶେକ ଶର୍ମା ଜମ୍ମୁର ମାତା ବୈଷ୍ଣଦେବୀଙ୍କ ଶରଣରେ ନଜର ଆସିଛନ୍ତି ।
#WATCH | Carrying the #ICCWorldCup2026 trophy, Head Coach of Team India, Gautam Gambhir, along with Skipper Surya Kumar Yadav, offered prayers at the Shree Siddhivinayak Temple in Mumbai pic.twitter.com/yCr9SeEbr6
— ANI (@ANI) March 14, 2026
ଅଭିଶେକ ଶର୍ମା ନିଜର ଇନଷ୍ଟାଗ୍ରାମ ଏକ ଫଟୋ ପୋଷ୍ଟ କରିଛନ୍ତି । ସେ ବୈଷ୍ଣଦେବୀଙ୍କ ଶରଣରେ ଥିବା ପୋଷ୍ଟ କରିଛନ୍ତି । ସେ ଏକ ପାରମ୍ପରିକ ପୋଷାକ ପିନ୍ଧିଥିବାବେଳେ ମଥାରେ ସିନ୍ଦୂର ଲଗାଇଛନ୍ତି । ସେ ପୋଷ୍ଟରେ ଲେଖଇଛନ୍ତି କି, ଜୟ ମାତା ଦି’ । କ୍ରିକେଟର ଅଭିଶେକ ଶର୍ମା ଜଣେ ଧାର୍ମିକ । ଯାହା ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି । ଅନେକ ସମୟରେ ସେ ମନ୍ଦିରକୁ ଯାଇଥିବାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରନ୍ତି ।