ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ଚଳିତ ବର୍ଷ ସାମାନ୍ୟ ଦୁର୍ବଳ ରହିବ ଭାରତୀୟ ଅର୍ଥନୀତ, ଅଭିବୃଦ୍ଧି ୪ ବର୍ଷର ନିମ୍ନକୁ ଖସିବ

Published By : Prameya | January 12, 2025 2:53 PM

ନୂଆଦିଲ୍ଲୀ,୧୨/୦୧: ୨୦୨୫ରେ ବିଶ୍ୱ  ଅଭିବୃଦ୍ଧି ସ୍ଥିର ରହିବ । ଏହି ସମୟରେ  ଭାରତୀୟ ଅର୍ଥନୀତି ସାମାନ୍ୟ ଦୁର୍ବଳ  ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି  (ଆଇଏମ୍‌ଏଫ୍‌) ପରିଚାଳନା ନିର୍ଦ୍ଦେଶିକା  କ୍ରିଷ୍ଟାଲିନା ଜର୍ଜିଭା କହିଛନ୍ତି । ଆମେରିକାର  ବାଣିଜ୍ୟ ନୀତି ଯୋଗୁ ବିଶ୍ୱ ବଜାରରେ  ଅନେକ ଆହ୍ୱାନ ଦେଖାଯିବାର ଆଶଙ୍କା  ରହିଛି । ଭାରତୀୟ ଅର୍ଥନୀତିକୁ ନେଇ ସେ  ବିଶେଷ କିଛି କହିନାହିଁନ୍ତି ।  

ସେ କହିଛନ୍ତି, ଆମେରିକା ଅର୍ଥନୀତି  ପୂର୍ବ ତୁଳନାରେ ବେଶ ଭଲ ପ୍ରଦର୍ଶନ କରୁଛି ।  ବ୍ରାଜିଲ ସର୍ବାଧିକ ମୁଦ୍ରାସ୍ଫୀତି ଚାପ ଦେଇ  ଗତି କରୁଛି। ଅନ୍ତରୀଣ ଚାହିଦା ପ୍ରଭାବିତ ଥିବାରୁ ଚୀନ ଚାପର ସାମ୍ନା କରିବ । ଚେଷ୍ଠା  ସତ୍ୱେ ନିମ୍ନ ଆୟକାରୀ ରାଷ୍ଟ୍ର ଗୁଡିକ ଚାପରେ  ରହିବେ । ଆମେରିକା ନୂଆ ପ୍ରଶାସନ ଟାରିଫ, ଟିକସ, ନୀତିଗତ ପଦକ୍ଷେପ ଏବଂ ସରକାରୀ  ଦକ୍ଷତା ଦୃଷ୍ଟିକୋଣରୁ ବିଶ୍ୱ ବଜାର ଲାଗି ବେଶ  ଗୁରୁତ୍ୱ ବହନ କରିବ । 

ବିଶ୍ୱ ଅର୍ଥନୀତିକୁ ଦେଖିଲେ ଯୋଗାଣ  ଶୃଙ୍ଖଳ କ୍ଷେତ୍ରରେ ଏସିଆର ମଧ୍ୟମ ଆୟ  ଅର୍ଥନୀତି ଗୁଡିକ ଆହ୍ୱାନର ସାମ୍ନା କରିବେ।  ଚଳିତ ଆର୍ଥିକ ବର୍ଷ ଭାରତୀୟ ଅର୍ଥନୀତିର  ଅଭିବୃଦ୍ଧି ୪ ବର୍ଷର ସର୍ବନିମ୍ନ ସ୍ତରରେ ରହିବ  ବୋଲି ଅନୁମାନ କରାଯାଇଛି । ଘେରୋଇ  ବଜାରର ବିନିର୍ମାଣ ଏବଂ ନିବେଶ ଏବେ  ଧିମା ରହିଛି । ତେବେ ଉନ୍ନତ କୃଷି ଉତ୍ପାଦନ  ଭାରତ ଲାଗି କିଛିଟା ଆଶ୍ୱସ୍ତି ଆଣିପାରେ । 

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ  (ଏନ୍‌ଏସ୍‌ଓ)ର ଆଗୁଆ ଆକଳନ ମୁତାବକ  ଅର୍ଥନୀତି ୬.୪% ବଢ଼ିବ । ଯାହା ଗତ ଆର୍ଥିକ ବର୍ଷରେ ୮.୨% ଥିଲା । ଯୁଦ୍ଧ ଏବଂ  ଅନିଶ୍ଚିତତା ସମୟରେ ଦେଶର ଅର୍ଥନୀତିକୁ  ଟ୍ରାକକୁ ଆଣିବାରେ ବଜେଟରେ ସରକାର କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ସେ  ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.