ନୂଆଦିଲ୍ଲୀ, ୧୩।୪: ନିଜ ଚାଲିଚଳଣି ରେକର୍ଡ କରି ନିଜ ଗୋଡ଼ରେ କୁରାଢ଼ୀ ମାରୁଛନ୍ତି କି ଭାରତୀୟ ଶ୍ରମିକ ? ଆଉ ମାତ୍ର ବର୍ଷ… ମଣିଷର ସ୍ଥାନ ନେଇଯିବ ମେସିନ୍ ! ଏହି ପ୍ରଶ୍ନ ଆଜିର ନୁହେଁ, ବରଂ କମ୍ପ୍ୟୁଟର ଯୁଗ ଆରମ୍ଭ ହେବା ଦିନରୁ ଆମକୁ ଡରାଇ ଆସୁଛି । କିନ୍ତୁ, ଆଜି ଯେଉଁ ଖବର ଆମେ ଆପଣଙ୍କ ପାଇଁ ନେଇ ଆସିଛୁ, ତାହା କେବଳ ଡର ନୁହେଁ, ବରଂ ଏକ କଠୋର ବାସ୍ତବତା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭାରତର କିଛି କାରଖାନାରେ ଶ୍ରମିକମାନେ ନିଜ ମୁଣ୍ଡରେ କ୍ୟାମେରା ପିନ୍ଧି ରୋବୋଟ୍କୁ 'ମଣିଷ' ହେବା ଶିଖାଉଛନ୍ତି ! କିନ୍ତୁ ଏହା କ’ଣ ଶ୍ରମିକଙ୍କ ରୋଜଗାର ଉପରେ କୁରାଢ଼ୀ ମାଡ଼ କି ?" ପୂରା ଘଟଣା କ'ଣ ଆସନ୍ତୁ ଜାଣିବା ।
ଏହା ବି ପଢ଼ନ୍ତୁ... ଭାରତ ସହ ବନ୍ଧୁତା ନା ଚୀନ୍ ପ୍ରେମ ? ନେପାଳ ପାଇଁ 'ମାଷ୍ଟରପ୍ଲାନ୍' ପ୍ରସ୍ତୁତ କଲା ଦିଲ୍ଲୀ, ସୀମା ଯାଏଁ ଦୌଡ଼ିବ ହାଇୱେ !
AI ଏବଂ ରୋବୋଟିକ୍ସ କମ୍ପାନୀଗୁଡ଼ିକ ଏବେ ମଣିଷର ହାତ-ଗୋଡ଼ର ଚାଲିଚଳଣି ବା 'ମୋସନ ଡାଟା' ସଂଗ୍ରହ କରୁଛନ୍ତି । ଆମେରିକା ଏବଂ ୟୁରୋପରେ ଏହି ଡାଟା ସଂଗ୍ରହ କରିବା ବହୁତ ମହଙ୍ଗା । ସେଥିପାଇଁ ବିଦେଶୀ କମ୍ପାନୀଙ୍କ ନଜର ଏବେ ଭାରତର ଶସ୍ତା ଶ୍ରମିକଙ୍କ ଉପରେ । ସିଲେଇ ହେଉ କି ପ୍ୟାକିଂ, କିମ୍ବା ଓଜନିଆ ଜିନିଷ ଉଠାଇବା, ଶ୍ରମିକମାନେ ଏହି କାମକୁ କେତେ ସହଜରେ କରୁଛନ୍ତି, ତାହା ଶ୍ରମିକଙ୍କ ମୁଣ୍ଡରେ ଲାଗିଥିବା କ୍ୟାମେରା ରେକର୍ଡ କରୁଛି । ଉଦ୍ଦେଶ୍ୟ ହେଉଛି ଗୋଟିଏ, ଭବିଷ୍ୟତରେ ଏହି ଶ୍ରମିକମାନଙ୍କୁ ହଟାଇ ରୋବୋଟ୍ ଜରିଆରେ କାମ କରାଇବା । ଟେକ୍ନୋଲୋଜି ରିଭ୍ୟୁର ଏକ ରିପୋର୍ଟ ଅନୁସାରେ, ଏହା ଏକ ନୂଆ ପ୍ରକାରର 'ଗିଗ୍ ଇକୋନୋମି' । ଶ୍ରମିକମାନେ ମୁଣ୍ଡରେ କ୍ୟାମେରା ଲଗାଇ ଡାଟା ତ ପ୍ରସ୍ତୁତ କରୁଛନ୍ତି, କିନ୍ତୁ ସେମାନଙ୍କୁ ଜଣା ନାହିଁ ଯେ ସେମାନେ ନିଜର ବିକଳ୍ପ ନିଜେ ତିଆରି କରୁଛନ୍ତି ।
ବଡ଼ ପ୍ରଶ୍ନ ହେଉଛି, ଯେଉଁ ଦିନ ରୋବୋଟ୍ ମଣିଷ ଭଳି ସିଲେଇ କରିବା ଏବଂ ପ୍ୟାକିଂ କରିବା ଶିଖିଯିବ, ସେଦିନ ଭାରତର କାରଖାନାଗୁଡ଼ିକରେ ଏହି ଗରିବ ଶ୍ରମିକଙ୍କ ପାଇଁ ସ୍ଥାନ ରହିବ ତ ? ବିଶେଷଜ୍ଞମାନଙ୍କ ମତରେ, ଶ୍ରମିକମାନେ ଅଜାଣତରେ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରୁଛନ୍ତି ।" କମ୍ପାନୀଗୁଡ଼ିକ ଏହାକୁ ରୋଜଗାରର ନୂଆ ସୁଯୋଗ ବୋଲି କହୁଛନ୍ତି ସତ, କିନ୍ତୁ ସତ୍ୟତା ବୋଧହୁଏ ଅଧିକ ଭୟଙ୍କର । ଆଜି ଯେଉଁ କ୍ୟାମେରା ଶ୍ରମିକଙ୍କ କାମକୁ ରେକର୍ଡ କରୁଛି, କାଲି ସେହି ରେକର୍ଡିଂ ଶ୍ରମିକଙ୍କ ପେଟକୁ ଲାତ ମାରିବନି ତ ? ବିଜ୍ଞାନର ଏହି ଅନ୍ଧ ଦୌଡ଼ରେ ଶ୍ରମିକର ଭବିଷ୍ୟତ କେଉଁଠି ? ଏହା ଉପରେ ଆପଣଙ୍କ ମତାମତ କ’ଣ ? ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।