ପ୍ରମୂଖ ଖବର
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ

Published By : Prameya | May 22, 2025 10:29 AM

ଅହମ୍ମଦାବାଦ,୨୨/୦୫: ଚଳିତ  ଆଇପିଏଲ୍‌ର ୬୪ତମ ଲିଗ୍‌ ମ୍ୟାଚ୍‌ରେ  ନିଜ ଘରୋଇ ଗ୍ରାଉଣ୍ଡରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସକୁ ଭେଟିବ । ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଥିବା ଟାଇଟନ୍ସ ଦଳ ଆଉ ଏକ ବିଜୟ ହାସଲ କଲେ ଶ୍ରେଷ୍ଠ ୨ରେ ସ୍ଥାନ ବଜରାୟ ରଖିବା ନିଶ୍ଚିତ ହେବ । ସୁପରଜାଏଣ୍ଟ୍‌ସ ପ୍ଲେ-ଅଫ୍‌ ଦୌଡ଼ରୁ ବାଦ ପଡ଼ି ସାରିଥିବାରୁ ଏହି ମ୍ୟାଚ୍‌ କୌଣସି ଗୁରୁତ୍ୱ ରଖୁନାହିଁ । କେବଳ ସମ୍ମାନ ସାଉଁଟିବା ପାଇଁ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ସୁପରଜାଏଣ୍ଟ୍‌ସ ପ୍ରୟାସ କରିବ । 

୧୨ଟି ମ୍ୟାଚ୍‌ରୁ ୧୮ ପଏଣ୍ଟ ଅର୍ଜନ  କରିସାରିଥିବା ସୁପରଜାଏଣ୍ଟ୍‌ସ ଆଉ ଗୋଟିଏ ମ୍ୟାଚ୍‌ ଜିତି ୨୦କୁ ପଏଣ୍ଟ ବୃଦ୍ଧି କରିବ । ଏହା ସମ୍ଭବ ହେଲେ ଟାଇଟନ୍ସର ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନ ମଧ୍ୟରେ ରହି ଲିଗ୍‌ ପର୍ଯ୍ୟାୟ ଶେଷ କରିବ । ଲିଗ ଫର୍ମାଟ୍‌ ଅନୁଯାୟୀ ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନ ହାସଲ କରୁଥିବା ଦଳକୁ ଅତିରିକ୍ତ ଏକ ସୁଯୋଗ ମିଳିବ । ପ୍ରଥମ ୨ଟି ସ୍ଥାନ ହାସଲ କରୁଥିବା ଦଳ ପ୍ରଥମ କ୍ୱାଲିଫାୟରରେ ପରାଜିତ ହେଲେ ମଧ୍ୟ ଦ୍ୱିତୀୟ  କ୍ୱାଲିଫାୟର ଖେଳିବାକୁ ସୁଯୋଗ ପାଇବେ ।  

ପ୍ରଦର୍ଶନ ଓ ଫର୍ମକୁ ଦେଖିଲେ ଆଜି  ଟାଇଟନ୍ସର ପଲା ଭାରି ରହିବା ଏକ ପ୍ରକାର  ନିଶ୍ଚିତ । ଗତ ରବିବାର ଅନୁଷ୍ଠିତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଟାଇଟନ୍ସ ୨୧୦ ରନ ବିଜୟ ଲକ୍ଷ୍ୟର ପିଛା କରି ୧୦ ୱିକେଟ୍‌ରେ  ବିଜୟ ହାସଲ କରିଥିଲା । ଟାଇଟନ୍ସକୁ ହରାଇବାର କ୍ଷମତା ସୁପରଜାଏଣ୍ଟ୍‌ସ ନିକଟରେ  ରହିଛି । ଏପର୍ଯ୍ୟନ୍ତ ମାତ୍ର ୩ଟି ଦଳ (ପଞ୍ଜାବ  କିଙ୍ଗ୍‌ସ, ରାଜସ୍ଥାନ ରୟାଲ୍ସ ଓ ସୁପରଜାଏଣ୍ଟ୍‌ସ)  ଟାଇଟନ୍ସକୁ ହରାଇଛନ୍ତି । ପୂର୍ବ ପରାଜୟର ପ୍ରତିଶୋଧ ନେବା ପାଇଁ ବର୍ତ୍ତମାନ ଟାଇଟନ୍ସ  ନିକଟରେ ସୁଯୋଗ ରହିଛି । 

୧୨ଟି ଲେଖାଏଁ ମ୍ୟାଚ୍‌ ଖେଳି ସାରିବା  ପରେ ଉଭୟ ଦଳର ତ୍ରୁଟି ଓ ପ୍ରଦର୍ଶନକୁ  ନେଇ ଆଲୋଚନା କରିବା ଠିକ୍‌ ନୁହେଁ । ଟାଇଟନ୍ସ ଅଧିକାଂଶ ମ୍ୟାଚ୍‌ରେ କେବଳ ଟପ୍‌  ଅର୍ଡର ବ୍ୟାଟରଙ୍କ ପ୍ରଦର୍ଶନ ଯୋଗୁଁ ଜିତିଛି ।  ସାଇ ସୁଦର୍ଶନ, ଶୁଭମନ ଗିଲ୍‌ ଓ ଜୋସ ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ ବ୍ୟତୀତ ପ୍ରସିଦ୍ଧ  କ୍ରିଷ୍ଣା ଓ ମହମ୍ମଦ ସିରାଜଙ୍କ ଶୃଙ୍ଖଳିତ ଦଳର  ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବାକି ଖେଳାଳିମାନେ ଏପର୍ଯ୍ୟନ୍ତ ପରୀକ୍ଷାର ସମ୍ମୁଖୀନ ହୋଇ ନାହାନ୍ତି । ସୁପରଜାଏଣ୍ଟ୍‌ସର ପ୍ରଦର୍ଶନରେ ଉତ୍ଥାନ ପତନ ଲାଗି ରହିଛି । ନିକୋଲାସ ପୂରନଙ୍କ ଫର୍ମ ହାନି ଓ ରିଷଭ  ପନ୍ତଙ୍କ ବେପରବାୟ ସଟ ଚୟନ ଯୋଗୁଁ ଦଳର ପ୍ରଦର୍ଶନରେ ଅବନତି ହୋଇଛି ।  

ଆଜି ଟାଇଟନ୍ସ ଏକାଦଶରେ  ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ତଥାପି ପ୍ରସିଦ୍ଧ କିମ୍ବା ସିରାଜଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ  ମିଳିପାରେ । ସୁପରଜାଏଣ୍ଟ୍‌ସ ଦଳରେ ଗୋଟିଏ ପରିବର୍ତ୍ତନ ହେବ । ନିଲମ୍ବିତ ହୋଇଥିବା  ଦିଗବେଶ ରାଠିଙ୍କ ସ୍ଥାନରେ ଏମ ସିଦ୍ଧାର୍ଥ ଓ  ସାହବାଜ ଅହମ୍ମଦଙ୍କ ମଧ୍ୟରୁ ଜଣେ ଖେଳିବାକୁ  ସୁଯୋଗ ପାଇବେ ।  

ଚଳିତ ସିଜନରେ ଅହମ୍ମଦାବାଦରେ ୫ଟି ମ୍ୟାଚ ଖେଳାଯାଇଛି । ଏଥିରୁ ପ୍ରଥମେ  ବ୍ୟାଟିଂ କରିଥିବା ଦଳ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି । ପିଚ୍‌ରୁ ପେସ୍‌ ବୋଲରମାନେ  ମଧ୍ୟ ଫାଇଦା ଉଠାଇଛନ୍ତି । ତେଣୁ ଟସକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ ।  ତଥାପି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା  ଆଇପିଏଲ୍‌ର ଏକ ପରମ୍ପରା ହୋଇଯାଇଛି । 

ସମ୍ଭାବ୍ୟ ଦ୍ବାଦଶ

ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ୍‌  (ଅଧିନାୟକ), ସାଇ ସୁଦର୍ଶନ, ଜୋସ  ବଟଲର, ସେରଫାନ ରଦରଫୋର୍ଡ,  ଶାହରୁଖ ଖାନ, ରାହୁଲ ତେୱାତିଆ, ରସିଦ  ଖାନ, କାଗିସୋ ରାବାଡା, ଅର୍ସଦ ଖାନ, ସାଇ  କିଶୋର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା । 

ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ: ମିଚେଲ ମାର୍ଶ,  ଆଡେନ ମାରକ୍ରମ, ରିଷଭ ପନ୍ତ, ନିକୋଲାସ  ପୂରନ, ଆୟୂଷ ବାଦୋନି, ଅବଦୁଲ  ସମଦ, ସର୍ଦୁଲ ଠାକୁର, ରବି ବିଷ୍ଣୋଇ,  ଆକାଶ ଦୀପ, ଅଭେଶ ଖାନ, ସାହବାଜ  ଅହମ୍ମଦ/ଏମ ସିଦ୍ଧାର୍ଥ, ୱିଲ୍‌ ଓ’ରୁର୍କ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.