ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

IPL 2025: ଆଜି ସୁପରଜାଏଣ୍ଟ୍‌ସ- ଇଣ୍ଡିଆନ୍ ମଧ୍ୟ ହେବ କଡ଼ା ଟକ୍କର, ନଜରରେ ପନ୍ତ, ରୋହିତଙ୍କ ବ୍ୟାଟିଂ

Published By : Prameya | April 27, 2025 9:27 AM

ମୁମ୍ବାଇ,୨୭/୦୪: ଚଳିତ ଆଇପିଏଲ୍‌ର  ୪୫ତମ ଲିଗ୍‌ ମୁକାବିଲାରେ  ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ଗ୍ରାଉଣ୍ଡ୍‌ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସକୁ ଭେଟିବ । ସମଗ୍ର କ୍ରିକେଟ୍‌  ପ୍ରେମୀଙ୍କ ନଜର ଉଭୟ ଦଳର ତାରକା ଭାରତୀୟ ଖେଳାଳିଙ୍କ ଉପରେ ରହିବ । ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ମାତ୍ର ସୁପରଜାଏଣ୍ଟ୍‌ସ ଯଥା ସମ୍ଭବ ସହଳ ବିଜୟ ଧାରାକୁ ଫେରିବାକୁ ବ୍ୟାକୁଳ । ଫଳରେ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ । 

ଗତ ୪ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ ଓ ମୁମ୍ବାଇ ଇଣ୍ଡିଆନ୍ସ ୧୨ ରନ୍‌ରେ ଉକ୍ତ ମ୍ୟାଚ୍‌ ହାରିଥିଲା । ମାତ୍ର ବିଳମ୍ବରେ ହେଉ ପଛେ ମୁମ୍ବାଇ ଇଣ୍ଡିଆନ୍ସ ଫର୍ମକୁ ଫେରିଛି । କ୍ରମାନ୍ୱୟରେ ୪ଟି ମ୍ୟାଚ୍‌ ଜିତି ଦଳ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ପହଞ୍ଚିଛି ।  

ସୁପରଜାଏଣ୍ଟ୍‌ସ ୧୦ ପଏଣ୍ଟ ଅର୍ଜନ କରିସାରିଥିଲେ ହେଁ ପ୍ରଦର୍ଶନରେ ଉତ୍‌ଥାନ ପତନ ଜାରି ରହିଛି । ଗତ ୨୨ ତାରିଖରେ ଅନୁଷ୍ଠିତ ମ୍ୟାଚ୍‌ରେ ସୁପରଜାଏଣ୍ଟ୍‌ସ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାଜିତ ହୋଇଥିଲା । ଉକ୍ତ ମ୍ୟାଚ୍‌ରେ ସପରଜାଏଣ୍ଟ୍‌ସ ଦୁଇ ଓପନର ମିଚେଲ ମାର୍ଶ ଓ ଆଡେନ ମାରକ୍ରମ ୮୭ ରନ୍‌ ସଂଗ୍ରହ କରିବା ପରେ  ଟିମ ମ୍ୟାନେଜମେଣ୍ଟ ଅଧିନାୟକ ରିଷଭ ପନ୍ତଙ୍କୁ ବ୍ୟାଟିଂ ପଠାଇ ନଥିଲା । ଡଗ୍‌ ଆଉଟ୍‌ରେ ପ୍ୟାଡ୍‌  ପିନ୍ଧି ରିଷଭ ପନ୍ତ ଅପେକ୍ଷା କରି ରହି ଯାଇଥିଲେ । ଶେଷରେ ମାତ୍ର ୨ଟି ବଲ୍‌ ବାକି ଥିବାବେଳେ  ପନ୍ତ ବ୍ୟାଟିଂ କରିବାକୁ ଗ୍ରାଉଣ୍ଡ୍‌କୁ ଓହ୍ଲାଇଥିଲେ  ଓ ଖାତା ଖୋଲି ନପାରି ଆଉଟ୍‌ ହୋଇଥିଲେ ।  ତାଙ୍କ ପୂର୍ବରୁ ଅବଦୁଲ ସମଦ, ଡେଭିଡ୍‌ ମିଲର  ଓ ଆୟୂଷ ବାଦୋନି ବ୍ୟାଟିଂ କରିଥିଲେ । ପନ୍ତଙ୍କ  ବ୍ୟାଟିଂ ଉପରେ ଟିମ ମ୍ୟାନେଜମେଣ୍ଟ ଭରସା  କରୁନଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଥିଲା ।  ଯାହା କ୍ରିକେଟ ପ୍ରେମୀଙ୍କ ନିରାଶ କରିଥିଲା । ପରେ  ସୁପରଜାଏଣ୍ଟ୍‌ସ ୮ ୱିକେଟ୍‌ରେ ଉକ୍ତ ମ୍ୟାଚ  ହାରିଥିଲା ।

 ଆଜି ପନ୍ତଙ୍କ ପ୍ରତି ଏଭଳି ଅନ୍ୟାୟ ନହେଉ ବୋଲି ଦର୍ଶକ ଆଶା ରଖିବେ । ଏହି ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା  କଷ୍ଟକର । କାରଣ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଘରୋଇ  ଗ୍ରାଉଣ୍ଡ୍‌ରେ ଖେଳୁଛି ଓ ଫର୍ମ ଫେରିପାଇଛି ।  ପୂର୍ବ ରେକର୍ଡ ସୁପରଜାଏଣ୍ଟ୍‌ସ ପକ୍ଷରେ ରହିଛି ।  ଉଭୟ ଦଳ ମଧ୍ୟରେ ମୋଟ୍‌ ୭ଟି ମ୍ୟାଚ୍‌  ଖେଳାଯାଇଛି । ଏଥିରୁ ସୁପରଜାଏଣ୍ଟ୍‌ସ ୬ଟି  ମ୍ୟାଚ୍‌ରେ ବିଜୟୀ ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସ  ଖାତାରେ ରହିଛି ମାତ୍ର ଗୋଟିଏ ବିଜୟ ।  

ଉଭୟ ଦଳର ପେସ୍‌ ବୋଲିଂ ବିଭାଗ ସୁଦୃଢ ।  ୱାଙ୍ଖଡ଼େ ଷ୍ଟାଡ଼ିୟମ୍‌ର ନାଲି ମାଟି ପିଚ ମଧ୍ୟ ପେସ୍‌  ବୋଲରଙ୍କୁ ସହାୟତା କରିବ । ତଥାପି ବ୍ୟାଟରଙ୍କ  ଉପରେ ମ୍ୟାଚ ଫଳାଫଳ ନିର୍ଭର କରିବ । ରୋହିତ ଶର୍ମା ଫର୍ମକୁ ଫେରିଥିବାରୁ ଦର୍ଶକଙ୍କ  ଉତ୍କଣ୍ଠା ଦ୍ୱିଗୁଣା ହୋଇଛି । ସେ ଲଗାତର ୨ଟି  ମ୍ୟାଚ୍‌ରେ ମ୍ୟାଚ୍‌ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି ।  

ସୂର୍ଯ୍ୟକୁମାର ଯାଦବ ମଧ୍ୟ ଅରେଞ୍ଜ କ୍ୟାପ୍‌ ଦୌଡରେ ସାମିଲ ହେଇସାରିଛନ୍ତି । ତିଳକ ବର୍ମା  ସୁଯୋଗର ସଦୁପଯୋଗ କରୁଛନ୍ତି । କେବଳ  ର‌୍ୟାନ୍‌ ରିକେଲଟନ ଦକ୍ଷତା ମୁତାବକ ପ୍ରଦର୍ଶନ  କରି ନାହାନ୍ତି । ଗତ ଏସ୍‌ଏ ଟି-ଟ୍ୱେଣ୍ଟି (ସାଉଥ  ଆଫ୍ରିକା ଟି-ଟ୍ୱେଣ୍ଟି ଲିଗ୍‌)ର ପ୍ରଦର୍ଶନକୁ ସେ ଆଜି ଦୋହରାଇବେ ବୋଲି ଆଶା କରାଯାଉଛି ।  

ସୁପରଜାଏଣ୍ଟସ ଦଳରେ ବିସ୍ଫୋରକ ବ୍ୟାଟର  ଭରପୁର ରହିଥିଲେ ହେଁ ମାର୍ଶ, ଆଡେନ ମାରକ୍ରମ  ଓ ନିକୋଲାସ ପୂରନଙ୍କ ପ୍ରଦର୍ଶନ ଉପରେ ଦଳ  ନିର୍ଭର କରିବ । ବାକି ସ୍ପିନ୍‌ ବୋଲିଂ ବିଭାଗ ମଧ୍ୟ  ସନ୍ତୁଳିତ । ଆଜି ପେସ୍‌ ବୋଲର ମୟଙ୍କ  ମାର୍କଣ୍ଡେ ଖେଳିବା ସମ୍ଭାବନା ରହିଛି । 

ୱାଙ୍ଖଡ଼େ ଷ୍ଟାଡ଼ିୟମ ପିଚ୍‌ରେ ସମସ୍ତଙ୍କୁ କିଛି  ନା କିଛି ସହାୟତା କରିବ । ଦିନରେ ମ୍ୟାଚ୍‌ ହେବ ।  ତେଣୁ ଟସ୍‌ ସେଭଳି ଗୁରୁତ୍ୱପୂର୍ଣ୍ଣ ନୁହେଁ । ତଥାପି  ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା  କରାଯାଇପାରେ।

ସମ୍ଭାବ୍ୟ ଦ୍ବାଦଶ 

ମୁମ୍ବାଇ ଇଣ୍ଡିଆନ୍ସ :-  ରୋହିତ ଶର୍ମା, ର‌୍ୟାନ ରିକେଲଟନ, ୱିଲ  ଜ୍ୟାକ୍ସ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା,  ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ନମନ ଧିର,  ମିଚେଲ ସାଣ୍ଟନର, ଦୀପକ ଚହର, ଟ୍ରେଣ୍ଟ  ବୋଲ୍ଟ, ଯଶପ୍ରୀତ ବୁମରା, ବିଘ୍ନେଶ ପୁଥୁର, । 

ସୁପରଜାଏଣ୍ଟ୍‌ସ:- ଆଡେନ ମାରକ୍ରମ, ମିଚଲ ମାର୍ଶ, ନିକୋଲାସ  ପୂରନ, ରିଷଭ ପନ୍ତ(ଅଧିନାୟକ), ଆୟୂଷ  ବାଦୋନି, ଡେଭିଡ୍‌ ମିଲର, ଅବଦୁଲ ସମଦ, ସର୍ଦୁଲ  ଠାକୁର, ଦିଗବେଶ ରାଠି, ରବି ବିଷ୍ଣୋଇ,ଅଭେଶ  ଖାନ,ପ୍ରିନ୍ସ ଯାଦବ/ମୟଙ୍କ ଯାଦବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.