ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ରହୁଥିବା ଏକ ଦମ୍ପତି ଖୁବ୍‌ ସମସ୍ୟାରେ ପଡ଼ିଛନ୍ତି । ସେ ଆମେରିକାରେ ଚିକିତ୍ସିତ ହେଉଥିବା ତାଙ୍କ ଝିଅ ପାଖକୁ ଯିବା ପାଇଁ ଆମେରିକାର ଭିସା ମିଳୁନି। ସୂଚନା ଆଧାରରେ, ଭାରତୀୟ ଛାତ୍ରୀ ନୀଲମ୍‌ ସିନ୍ଦେଙ୍କର, ୧୪ ଫେବ୍ରୁଆରୀରେ ଆମେରିକାର କାଲିଫର୍ଣ୍ଣିଆରେ ଦୁର୍ଘଟଣା ହୋଇଥିଲା। ଏକ କାର୍‌ ନୀଲମ୍‌ ସିନ୍ଦେଙ୍କୁ ଧକ୍କା ମାରି ଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ରୂପେ ଆହତ ହୋଇ ଥିଲେ। 

ବର୍ତ୍ତମାନ ସେ ଆମେରିକାରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ନିଜ ଝିଅର ଏହି ସ୍ଥିତିରେ ସେବା ଯତ୍ନ କରିବା ଓ ତାଙ୍କୁ ଭେଟିବା ପାଇଁ ମହାରାଷ୍ଟ୍ରର ସତାରା ଜିଲ୍ଲାରେ ରହୁଥିବା ନୀଲମ ସିନ୍ଦେଙ୍କ ପିତାମାତା କେନ୍ଦ୍ର ସରକାରଙ୍କୁ ଆମେରିକାର ଭିସା ପାଇଁ  ଅନୁରୋଧ କରିଛନ୍ତି। ନୀଲମ୍‌ଙ୍କର ପିତା ତାନାଜୀ ସିନ୍ଦେ ମିଡ଼ିଆ ସହ କଥାବାର୍ତ୍ତା ବେଳେ କହିଛନ୍ତି , ଆମ ଝିଅର ଦୁର୍ଘଟଣାର ଖବର ଆମକୁ ୧୬ ଫେବ୍ରୁଆରୀରେ ହୋଇ ଥିଲା। ଏହାପର ଠାରୁ ଆମେ ଆମେରିକା ଯିବା ପାଇଁ ଭିସା ପାଇବା ପାଇଁ ଦାବି କରୁଛୁ। କିନ୍ତୁ ଏତେ ଦିନ ଯିବା ପରେ ମଧ୍ୟ ଆମକୁ ଭିସା ମିଳି ପାରି ନାହିଁ। 

ଏନସିପି(ଏସପି) ସାଂସଦ ସୁପ୍ରିୟା ସୁଲେ ନୀଲମଙ୍କ ପିତା ମାତାଙ୍କୁ ଭିସା ଦେବା ପାଇଁ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଏହି ମୁସ୍କିଲ ସମୟରେ ସରକାରଙ୍କର ସହଯୋଗର ଆବଶ୍ୟକ ରହିଛି। ସୁପ୍ରିୟା କହିଛନ୍ତି କି, ମୁଁ ନୀଲମଙ୍କର ପରିବାର ଲୋକଙ୍କୁ ଅନେକ ଦିନରୁ ଆଶ୍ୱାସନା ଦେଉଛି କି ତାଙ୍କୁ ଭିସା ଦିଆଯିବ , କିନ୍ତୁ ଏହି କଠିନ କାମର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କର ସାହାଯ୍ୟର ଆବଶ୍ୟକ ରହିଛି ।


ଝିଅର ହାତ ଗୋଡ଼ ଭାଙ୍ଗି ଯାଇଛି –

ନୀଲମ୍ ସିନ୍ଦେଙ୍କ ଘରଲୋକ ଖୁବ୍‌ ଚିନ୍ତାରେ ଅଛନ୍ତି। ନୀଲମଙ୍କ ଅଙ୍କଲ କହିଛନ୍ତି କି ଦୁର୍ଘଟଣାରେ ଝିଅର ହାତ ଗୋଡ଼ ଭାଙ୍ଗି ଯାଇଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିବା କାରଣରୁ ସେ କୋମାରେ ଅଛନ୍ତି। ସେଠାର ଡାକ୍ତରମାନେ ନୀଲମଙ୍କୁ ଗୁରୁତର ଆଘାତ ଆସିବା କାରଣରୁ ସେ ଅପରେସନର ପରମିସନ ଆମ ଠାରୁ ନେଇ ଥିଲେ,ଏହାପରେ ସେ ଆଇସିୟୁରେ ହି ଭର୍ତ୍ତି ହୋଇଛନ୍ତି , ଏମିତି ସ୍ଥିତିରେ ନୀଲମଙ୍କ ଦେଖାଶୁଣାର ଆବଶ୍ୟକ ରହିଛି। କିନ୍ତୁ ଆମକୁ ଭିସା ମିଳି ପାରୁନାହିଁ।