ପ୍ରମୂଖ ଖବର
  • ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅପରାଧିକ ତଥ୍ୟ ମାଗିଲେ ହାଇକୋର୍ଟ, ସତ୍ୟପାଠ ଦାଖଲ କରିବେ ଦୀପାଳି
  • ||
  • ଓଡ଼ିଶାର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ , ନିଯୁକ୍ତି ଦେଲେ ରାଷ୍ଟ୍ରପତି
  • ||
  • ଆନନ୍ଦପୁର : ପାଣି ପାଇଁ ରାସ୍ତାରୋକ, ସମସ୍ୟାର ସମାଧାନ ନହେଲେ ରାସ୍ତାରୁ ନହଟିବାକୁ ଚେତାବନୀ
  • ||
  • ବ୍ରହ୍ମପୁର : ଏକାଧିକ ବେଆଇନ୍‌ ହୁକ୍କା ବାର୍‌ରେ ପୋଲିସର ଚଢାଉ, ୭ ମାମଲା ରୁଜୁ କରି ତଦନ୍ତ ଆରମ୍ଭ
  • ||
  • ବାର୍‌ ଡ୍ୟାନ୍ସ କଟକଣା ମାମଲା: ଜବାବ ରଖିଲେନି ସରକାର, ୨୪ରେ ଚୂଡ଼ାନ୍ତ ଶୁଣାଣି
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ
  • ||
  • ଉଦଳା : ସରକାରୀ ଚାକିରି ନାଁରେ ଠକେଇ କରୁଥିଲେ ଶିକ୍ଷକ, ୩ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚେନ୍‌ ସ୍ନାଚର୍‌ଙ୍କ ଆତଙ୍କ: ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଲୁଟ୍‌, ସିସିଟିଭି ଯାଞ୍ଚ କରୁଛି ପୋଲିସ
  • ||
  • ଉମରକୋଟରେ ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡି, ଡ୍ରାଇଭର ମୃତ, ୬ ଗୁରୁତର ହସ୍ପିଟାଲରେ ଭର୍ତ୍ତି
  • ||
  • ଅନ୍ତର୍ଜାତୀୟ ବନ ଦିବସ: ଜଳୁଛି ଜଙ୍ଗଲ, ଥମୁନି ବନ୍ୟଜନ୍ତୁ ଶିକାର
  • ||
  • ଖରା ଯୋଗୁଁ ବଦଳିଲା ସମୟ, ଆଜିଠୁ ସକାଳୁଆ ସ୍କୁଲ: ପ୍ରଥମରୁ ଦ୍ୱାଦଶ ସାଢ଼େ ୬ରୁ ସାଢ଼େ ୧୦ ପାଠପଢ଼ା
  • ||
  • ତାତିରୁ ମିଳିବ ଆଶ୍ୱସ୍ତି: ଆଜି ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆମେରିକାରେ ICUରେ ଭର୍ତ୍ତି ଭାରତୀୟ ଛାତ୍ରୀ ନୀଲମ୍‌ ସିନ୍ଦେ , ୧୦ ଦିନ ହେବ ପିତାମାତାଙ୍କୁ ମିଳୁନି ଭିସା

Published By : Prameya | February 27, 2025 4:38 PM

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ରହୁଥିବା ଏକ ଦମ୍ପତି ଖୁବ୍‌ ସମସ୍ୟାରେ ପଡ଼ିଛନ୍ତି । ସେ ଆମେରିକାରେ ଚିକିତ୍ସିତ ହେଉଥିବା ତାଙ୍କ ଝିଅ ପାଖକୁ ଯିବା ପାଇଁ ଆମେରିକାର ଭିସା ମିଳୁନି। ସୂଚନା ଆଧାରରେ, ଭାରତୀୟ ଛାତ୍ରୀ ନୀଲମ୍‌ ସିନ୍ଦେଙ୍କର, ୧୪ ଫେବ୍ରୁଆରୀରେ ଆମେରିକାର କାଲିଫର୍ଣ୍ଣିଆରେ ଦୁର୍ଘଟଣା ହୋଇଥିଲା। ଏକ କାର୍‌ ନୀଲମ୍‌ ସିନ୍ଦେଙ୍କୁ ଧକ୍କା ମାରି ଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ରୂପେ ଆହତ ହୋଇ ଥିଲେ। 

ବର୍ତ୍ତମାନ ସେ ଆମେରିକାରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ନିଜ ଝିଅର ଏହି ସ୍ଥିତିରେ ସେବା ଯତ୍ନ କରିବା ଓ ତାଙ୍କୁ ଭେଟିବା ପାଇଁ ମହାରାଷ୍ଟ୍ରର ସତାରା ଜିଲ୍ଲାରେ ରହୁଥିବା ନୀଲମ ସିନ୍ଦେଙ୍କ ପିତାମାତା କେନ୍ଦ୍ର ସରକାରଙ୍କୁ ଆମେରିକାର ଭିସା ପାଇଁ  ଅନୁରୋଧ କରିଛନ୍ତି। ନୀଲମ୍‌ଙ୍କର ପିତା ତାନାଜୀ ସିନ୍ଦେ ମିଡ଼ିଆ ସହ କଥାବାର୍ତ୍ତା ବେଳେ କହିଛନ୍ତି , ଆମ ଝିଅର ଦୁର୍ଘଟଣାର ଖବର ଆମକୁ ୧୬ ଫେବ୍ରୁଆରୀରେ ହୋଇ ଥିଲା। ଏହାପର ଠାରୁ ଆମେ ଆମେରିକା ଯିବା ପାଇଁ ଭିସା ପାଇବା ପାଇଁ ଦାବି କରୁଛୁ। କିନ୍ତୁ ଏତେ ଦିନ ଯିବା ପରେ ମଧ୍ୟ ଆମକୁ ଭିସା ମିଳି ପାରି ନାହିଁ। 

ଏନସିପି(ଏସପି) ସାଂସଦ ସୁପ୍ରିୟା ସୁଲେ ନୀଲମଙ୍କ ପିତା ମାତାଙ୍କୁ ଭିସା ଦେବା ପାଇଁ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଏହି ମୁସ୍କିଲ ସମୟରେ ସରକାରଙ୍କର ସହଯୋଗର ଆବଶ୍ୟକ ରହିଛି। ସୁପ୍ରିୟା କହିଛନ୍ତି କି, ମୁଁ ନୀଲମଙ୍କର ପରିବାର ଲୋକଙ୍କୁ ଅନେକ ଦିନରୁ ଆଶ୍ୱାସନା ଦେଉଛି କି ତାଙ୍କୁ ଭିସା ଦିଆଯିବ , କିନ୍ତୁ ଏହି କଠିନ କାମର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କର ସାହାଯ୍ୟର ଆବଶ୍ୟକ ରହିଛି ।


ଝିଅର ହାତ ଗୋଡ଼ ଭାଙ୍ଗି ଯାଇଛି –

ନୀଲମ୍ ସିନ୍ଦେଙ୍କ ଘରଲୋକ ଖୁବ୍‌ ଚିନ୍ତାରେ ଅଛନ୍ତି। ନୀଲମଙ୍କ ଅଙ୍କଲ କହିଛନ୍ତି କି ଦୁର୍ଘଟଣାରେ ଝିଅର ହାତ ଗୋଡ଼ ଭାଙ୍ଗି ଯାଇଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିବା କାରଣରୁ ସେ କୋମାରେ ଅଛନ୍ତି। ସେଠାର ଡାକ୍ତରମାନେ ନୀଲମଙ୍କୁ ଗୁରୁତର ଆଘାତ ଆସିବା କାରଣରୁ ସେ ଅପରେସନର ପରମିସନ ଆମ ଠାରୁ ନେଇ ଥିଲେ,ଏହାପରେ ସେ ଆଇସିୟୁରେ ହି ଭର୍ତ୍ତି ହୋଇଛନ୍ତି , ଏମିତି ସ୍ଥିତିରେ ନୀଲମଙ୍କ ଦେଖାଶୁଣାର ଆବଶ୍ୟକ ରହିଛି। କିନ୍ତୁ ଆମକୁ ଭିସା ମିଳି ପାରୁନାହିଁ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.