ନୂଆଦିଲ୍ଲୀ,୨୯।୪:  ଦେଶରେ ବଢୁଥିବା ପେଟ୍ରୋଲର ଦାମ୍ ଆମଦାନୀ ଉପରେ ନିର୍ଭରତା କମ୍ କରିବା ପାଇଁ କେନ୍ଦ୍ର ସରକାର ବଡ଼ ଧରଣର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାର ଡ୍ରାଫ୍ଯ ନୋଟିଫିକେସନ୍ ଜାରି କରିଛନ୍ତି। ଯାହାଦ୍ବାରା ପେଟ୍ରୋଲରେ ଅଧିକ ମାତ୍ରାରେ ଇଥାନଲ୍ ମିଶାଇବାର ନିୟମକୁ ସାମିଲ କରିବାକୁ ପ୍ରସ୍ତାବ ରଖାଯାଇଛି। ଯଦି ଏହା ଲାଗୁ ହୁଏ ତେବେ ଆଗାମୀ ସମୟରେ ଗାଡି ଗୁଡିକ ପୁରାପୁରି ଇଥାନଲ୍ରେ ଚାଲିବ।

ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ନୂତନ ଡ୍ରାଫ୍ଟ ନୋଟିଫିକେସନ୍ ଜାରି କରିଛି। ଡ୍ରାଫ୍ଟ ନିୟମରେ E85 ଫୁଏଲ ସାମିଲ କରିବାର ନିୟମ ରଖିଛନ୍ତି, ଏଥିରେ ପେଟ୍ରୋଲରେ ୮୫% ପର୍ଯ୍ୟନ୍ତ ଇଥାନଲ୍ ମିଶାଯିବ। ଏହାଛଡା E100 ର ମଧ୍ୟ ପ୍ରସ୍ତାବ ରହିଛି। ଅର୍ଥାତ ଗାଡି ଗୁଡିକ ସମ୍ପୂର୍ଣ୍ଣ ଭାବରେ ଇଥାନଲ୍ରେ ଚାଲିବ। ଏହି ପରିବର୍ତ୍ତନ ଭାରତର ଫୁଏଲ ସିଷ୍ଟମରେ ବଡ଼ ପରିବର୍ତ୍ତନ ଆଣିପାରେ। ଏପର୍ଯ୍ୟନ୍ତ E20 ପେଟ୍ରୋଲକୁ ନେଇ ଚର୍ଚ୍ଚା ହେଉଛି, ଯେଉଁଥିରେ ପେଟ୍ରୋଲରେ ୨୦% ଇଥାନଲ୍ ମିଶ୍ରଣ କରାଯାଇଥାଏ।

ସରକାର ଏହି ଡ୍ରାଫ୍ଟ ନୋଟିଫିକେସନକୁ ବର୍ତ୍ତମାନ ପବ୍ଳିକ କମେଣ୍ଟ ପାଇଁ ଜାରି କରିଛନ୍ତି। ଅର୍ଥାତ ସାଧାରଣ ଳୋକ ଓ ଇଣ୍ଡଷ୍ଟ୍ରୀ ସହିତ ଜଡିତ ଲୋକ ନିଜର ରାୟ ଦେଇ ପାରିବେ। ସବୁ ପରାମର୍ଶ ମିଳିବା ପରେ ସରକାର ଶେଷ ନିଷ୍ପତ୍ତି ନେବେ। ସରକାର ଏହି ଡ୍ରାଫ୍ଟ ନୋଟିଫିକେସନ୍କୁ ବର୍ତ୍ତମାନ ପବ୍ଲିକ କମେଣ୍ଟ ପାଇଁ ଜାରି କରିଛନ୍ତି। ଅର୍ଥାତ ସାଧାରଣ ଲୋକ ଓ ଇଣ୍ଡଷ୍ଟ୍ରୀ ସହ ଜଡିତ ଳୋକ ନିଜର ରାୟ ଦେଇପାରିବେ । ସବୁ ପରାମାର୍ର୍ ମିଳିବା ପରେ ସରକାର ଅନ୍ତିମ ନିଷ୍ପତ୍ତି ନେବେ।

ଉଲ୍ଲେଖନୀୟ ଯେ, ଗତ ବର୍ଷ ଅପ୍ରେଲରେ ସାରା ଦେଶରେ E20 ଫୁଏଲ ଲାଗୁ କରାଯାଇଥିଲା, ଏଥିରେ ୨୦% ଇଥାନଲ୍ ମିଶା ଯାଇଥିଲା। ଏବେ ସରକାର ଏହାକୁ ଆଗକୁ ବଢାଇ ଆହୁରି ଅଧିକ ମିଶ୍ରଣ କରିବା ଦିଗରେ ପଦକ୍ଷେପ ନେଇଛନ୍ତି। ସରକାରଙ୍କ ମୁଖ୍ୟ ଉଦେଶ୍ୟ ହେଉଛି ପେଟ୍ରୋଲିୟମ୍ ଉତ୍ପାଦର ଆମଦାନୀକୁ କମ୍ କରିବା। ଅଧିକ ଇଥାନଲ ମିଶାଇବା କାରଣରୁ ଅଶୋଧିତ ତୈଳର ଆବଶ୍ୟକତା ହ୍ରାସ ପାଇବ, ଯାହାଫଳରେ ଦେଶକୁ ଆର୍ଥିକ ଲାଭ ମିଳିବ ଓ ପରିବେଶ ଉପରେ ସକାରତ୍ମକ ପ୍ରଭାବ ପଡିବ। ଡ୍ରାଫ୍ଟରେ ଫୁଏଲର ନୂଆ କାଟାଗୋରୀ ଧାର୍ଯ୍ୟ କରିବାର ପ୍ରସ୍ତାବ ରହିଛି। ଯେପରିକି ପେଟ୍ରୋଲର ପରିଚୟ ଏବେ E10/E ରୁ ବଦଳାଇ E10/E20 କରାଯିବ। ଏହା ସହିତ E85 ଓ E100କୁ ଅଫିସିଆଲି ନିୟମରେ ସାମିଲ କରାଯିବ। ଏଭଳି ଭାବରେ ବାୟୋଡିଜେଲ୍କୁ B10 ରୁ ବଢାଇ B100 ପର୍ଯ୍ୟନ୍ତ ଅପଡେଟ୍ କରିବାର ପ୍ରସ୍ତାବ ରହିଛି। ଯଦି ଏହି ନିୟମ ଲାଗୁ ହୁଏ ତେବେ ଆଗାମୀ ସମୟରେ ଲୋକଙ୍କୁ ନୂଆ ପ୍ରକାର ଫୁଏଲ ଅପ୍ସନ ମିଳିବ। ତେବେ ଏଥିପାଇଁ ଗାଡିକୁ ବଦଳାଇବା ଜରୁରୀ ହେବ।, କାରଣ ହାଇ ଇଥାନଲ୍ ଠିକ୍ ଭାବରେ ଚାଲିପାରିବ ନାହିଁ। ଏହି ପରିବର୍ତ୍ତନ ଧିରେ ଧିରେ ଲାଗୁ ହେବ, କିନ୍ତୁ ଏହା ଦ୍ବାରା ଦେଶରେ ଫୁଏଲ ସିଷ୍ଟମରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ।

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକାରୀ ଗତକାଲି ଦିଲ୍ଳୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଥିଲେ ଆଗାମୀ ସମୟରେ ଏହି ଟ୍ରାଡିସନାଲ ଫୁଏଲ (ପେଟ୍ରୋଲ-ଡିଜେଲ) ଉପରେ ଚାଲୁଥିବା ଗାଡିର କୌଣସି ଭବିଷ୍ୟତ ନାହିଁ। ଗଡକାରୀ ବାହାନ ନିର୍ମାତା କମ୍ପାନୀଙ୍କୁ ଅପିଲ କରିଛନ୍ତି, ଖୁବ୍ ଶୀଘ୍ର ବାୟୋ ଫୁଏଲ ଓ ଅନ୍ୟ ବୈକଳ୍ପିକ ଫୁଏଲ ଆଡକୁ ସିଫ୍ଟ ହୁଅନ୍ତୁ। ପେଟ୍ରୋଲ ଓ ଡିଜେଲ୍ ନା କେବଳ ମହଙ୍ଗା, ବଂର ଏହା ଦେଶ ପାଇଁ ଗମ୍ଭୀର ସମସ୍ୟା ମଧ୍ୟ ସୃଷ୍ଟି କରିପାରେ।

ଆହୁରି ପଢନ୍ତୁ : ଚିଫ୍ ଜଷ୍ଟିସଙ୍କ ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟରେ ଚାଲିଲା ‘ଅଶ୍ଲୀଳ ଭିଡିଓ’, ବ୍ୟାକଗ୍ରାଉଣ୍ଡରେ ଶୁଣାଗଲା ‘ୟୁ ଆର ହ୍ୟାକ୍ଡ’