ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଭାରତରେ କମ୍ ବୟଷ୍କ ହେଉଛନ୍ତି କର୍କଟ ରୋଗର ଶିକାର, ଜାଣନ୍ତୁ ଏହାର କାରଣ...

Published By : Harapriya Sethi | October 12, 2024 11:16 AM

ଭୁବନେଶ୍ୱର,୧୨/୧୦: କର୍କଟ ରୋଗରେ ଭାରତ ଅନେକ ଦେଶକୁ ପଛରେ ପକାଇ ସାରିଲାଣି। ଆହୁରି ଚିନ୍ତାଜନକ ବିଷୟ ହେଉଛି ୫୦ବର୍ଷ ପରେ ଯେଉଁ ସବୁ ରୋଗ ହୋଇଥାଏ ଭାରତୀୟଙ୍କ ମଧ୍ୟରେ ତାହା ମାତ୍ର ୩୦-୩୫ ବର୍ଷ ବୟସ୍କଙ୍କଠାରେ ଦେଖାଯାଉଛି । ଏକ ରିପୋର୍ଟ ଅନୁସାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟରେ କୁହାଯାଇଛି ଯେ, ବିଶ୍ୱର ଅନ୍ୟ ଦେଶରେ କର୍କଟ ରୋଗ ଯେଉଁଠାରେ ଅଧିକ ବୟସ୍କଙ୍କୁ ହେଉଥିବା ବେଳେ ଭାରତରେ ବହୁତ କମ ବୟସରୁ ଲୋକମାନେ କର୍କଟ ରୋଗର ଶିକାର ହେଉଛନ୍ତି । ବିଶେଷ କରି ଯୁବପିଢିମାନେ କର୍କଟ ରୋଗର ଶିକାର ହେଉଛନ୍ତି । କେବଳ ଏତିକି ନୁହେଁ ମଧୁମେହ, ହୃଦରୋଗ, ଉଚ୍ଚ ରକ୍ତଚାପ, ମେଦବହୁଳତା, କର୍କଟ ଭଳି ଅଣ ସଂକ୍ରାମକ ରୋଗ ଭାରତୀୟ ଯୁବପିଢିଙ୍କୁ ଶୀଘ୍ର ପ୍ରଭାବିତ କରୁଛି।

ଏକ ଘରୋଇ ହସ୍ପିଟାଲର ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ କର୍କଟ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତିନି ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ପ୍ରି-ଡାଇବେଟିସ୍‌‌ ଏବଂ ୧୦ରୁ ଜଣେ ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି । ଏହାସହିତ ସାଧାରଣତଃ ଯୁବପିଢିମାନେ ମେଦବହୁଳତାର ଶିକାର ହେଉଥିବା ରିପୋର୍ଟରେ ଦର୍ଶାଯାଇଛି । ମାନସିକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାଦ୍ୱାରା ଆମ ଦେଶରେ ସବୁକିଛି ଉପରେ ପ୍ରଭାବ ପକାଉଛି । ଯଦି ଆମ ଦେଶରେ ଯୁବପିଢିମାନେ ସୁସ୍ଥ ରହିବେ ନାହିଁ, ତେବେ ଏହା ଆମର ଅର୍ଥନୀତିକୁ ଦୁର୍ବଳ କରିବା ଆରମ୍ଭ କରିବ । କିନ୍ତୁ ଏସବୁ ପଛରେ ସବୁଠାରୁ ବଡ କାରଣ ହେଉଛି ଆଜିର ଯୁବପୀଢିଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା । ଯାହା ପ୍ରତି କେହି ଧ୍ୟାନ ଦେଉନାହାଁନ୍ତି ।

ବିଶେଷଜ୍ଞଙ୍କ ମତରେ ଯୁବପିଢିମାନେ କର୍କଟ ରୋଗର ଅଧିକ ଶିକାର ହେଉଛନ୍ତି କାରଣ ସେମାନେ ଅଧିକ ଚାପରେ ରହୁଛନ୍ତି । ଚିନ୍ତା, ମେଦବହୁଳତା, ଥକ୍କାପଣ, ଶୋଇବାର ସମୟ ଅଭାବ ଇତ୍ୟାଦି ପ୍ରମୁଖ କାରଣ ବୋଲି କୁହାଯାଉଛି । ଏବିଷୟରେ ଯେତେବେଳେ ୧୮ରୁ ୩୦ବର୍ଷ ବୟସ ମଧ୍ୟରେ ୧୧ହଜାର ଲୋକଙ୍କୁ ପ୍ରଶ୍ନ କରାଯାଇଥିଲା, ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ନିଜ ଲାଇଫରେ ଚାପରେ ରହୁଥିବା ମାନିଥିଲେ। ଏଥିସହିତ ଜୀବନରେ ନିରାଶା, ଥକ୍କାପଣ, ନିଦ୍ରା ଅଭାବ ଏବଂ ଶରୀରରେ ଶକ୍ତିର ଅଭାବ ଭଳି ଗୁରୁତ୍ୱପୂରଣ କାରଣ କର୍କଟ ରୋଗର ମୁଖ୍ୟ କାରଣ ପାଲଟିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.