ଅହମ୍ମଦାବାଦ,୧୮/୦୨: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବୁଧବାର ଭାରତ ଏବଂ ନେଦରଲାଣ୍ଡ ମଧ୍ୟରେ ଆଇସିସି ଟି ୨୦ ବିଶ୍ବକପର ୩୬ତମ ମ୍ୟାଚ୍ ଖେଳାଯାଉଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୯୩ ରନ୍ କରିଛି। ଦଳ ପକ୍ଷରୁ ଶିବମ ଦୁବେ ୪ ଚୌକା ଏବଂ ୬ ଛକା ସହାୟତାରେ ସର୍ବାଧିକ ୬୬ ରନର ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଅନ୍ୟମାନଙ୍କ ପକ୍ଷରେ ସୂର୍ଯ୍ୟକୁମାର ଯାଦବ ୩୪ ରନ୍, ତିଳକ ବର୍ମା ୩୧ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୩୦ ରନ୍ ଏବଂ ଇଶାନ କିଶନ ୧୮ ରନ୍ କରିଥିଲେ।
ନେଦରଲାଣ୍ଡ ପକ୍ଷରୁ ଲୋଗନ ଭାନ୍ ବିକ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ଆର୍ଯ୍ୟନ ଦତ୍ତ ୨ଟି ଏବଂ କେଲ୍ କ୍ଳେନ ଗୋଟିଏ ଓ୍ବିକେଟ ନେଇଥିଲେ। ବର୍ତ୍ତମାନ ଭାରତ ଦେଇଥିବା ୧୯୪ ରନର ଟାର୍ଗେଟକୁ ହାସଲ କରିବାକୁ ମଇଦାନକୁ ଓହ୍ଲାଇବ ନେଦରଲାଣ୍ଡ ଦଳ।