ନୂଆଦିଲ୍ଲୀ,୧୩/୦୫: ଆମେରିକା-ଇରାନ ଯୁଦ୍ଧ ସ୍ଥିତିରେ ବିଭିନ୍ନ ସାମଗ୍ରୀ ଦର ଉପର ମୁହାଁ । ଏପ୍ରିଲ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪ ମାସର ସର୍ବୋଚ୍ଚ ସ୍ତର ୩.୪୮% ଛୁଇଁଛି । ଏହା ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରତ ସ୍ତର ନିକଟତର ହୋଇଛି । ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ୩.୭୪%କୁ ବଢ଼ିଥିବା ବେଳେ ସହରାଞ୍ଚଳରେ ଏହା ୩.୧୬% ରହିଛି । ଓଡ଼ିଶାରେ ମୁଦ୍ରାସ୍ଫୀତି ୩.୪୪% ରହିଛି ।

ଆହୁରି ପଢନ୍ତୁ- ଦେବାକୁ ପଡିବନି ଇଲେକ୍ଟ୍ରିକ୍ ବିଲ୍, ଏସିଠାରୁ ବି ଅଧିକ ଥଣ୍ଡା ହେବ ଘର : ଆସିଗଲା Nescod ଟେକ୍ନୋଲୋଜି

ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଏହା ଯଥାକ୍ରମେ ୩.୬୪% ଏବଂ ୨.୮୯% ସ୍ତରରେ ରହିଛି ।ପନିପରିବା କ୍ଷେତ୍ରରେ ମୁଦ୍ରାସ୍ଫୀତିକୁ ଦେଖିଲେ ଏହା ୩୫.୨୮%, ଶୁଖା ନଡିଆ ୪୪.୫୫%, ସୂର୍ଯ୍ୟମୁଖୀ ୨୫.୫୮% ସ୍ତରରେ ରହିଛି । ରୁପା ଗହଣା କ୍ଷେତ୍ରରେ ମୁଦ୍ରାସ୍ଫୀତି ୧୪୪.୩୪% ବଢ଼ିଛି । ସୁନା, ହୀରା ଏବଂ ପ୍ଲାଟିନମ ଗହଣା କ୍ଷେତ୍ରରେ ଏହା ୪୦.୭୨% । ଆଳୁ କ୍ଷେତ୍ରରେ ମୁଦ୍ରାସ୍ଫୀତି ବିଯୁକ୍ତ ୨୩.୬୯%, ପିଆଜ ବିଯୁକ୍ତ ୧୭.୬୮%, ମୋଟରକାର ବିଯୁକ୍ତ ୭.୧୨%, ଏସି ବିଯୁକ୍ତ ୫.୦୬% ସ୍ତରରେ ରହିଛି । ପିଏଚ୍ଡି ସିସିଆଇର ସଭାପତି ସଞ୍ଜୀବ ଜୁନେଜା କହିଛନ୍ତି, ବିଭିନ୍ନ ସାମଗ୍ରୀକୁ ଦେଖିଲେ, ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦୦ ଡଲାରକୁ ବଢ଼ିଥିଲେ ମଧ୍ୟ ପରିବହନ ବର୍ଗରେ ମୁଦ୍ରାସ୍ଫୀତି ବଢ଼ିନାହିଁ । ପେଟ୍ରୋଲ-ଡିଜେଲ ରିଟେଲ ଦର ବୃଦ୍ଧି ହୋଇ ନ ଥିବାରୁ ଏ କ୍ଷେତ୍ରରେ ମୁଦ୍ରାସ୍ଫୀତି ଚାପ କମିଛି । ଅନ୍ୟପଟେ କିଛି କ୍ଷେତ୍ରରେ ଖାଦ୍ୟ ସାମଗ୍ରୀ ଦର ଉପର ମୁହାଁ ହୋଇଛି ।