ବେଙ୍ଗାଲୁରୁ,୧୫/୦୫: ଜୁନ ୮ ସନ୍ଧ୍ୟା ୬ଟା ୪୦ରେ ଅନ୍ତର୍ଜାତୀୟ ମହାକାଶ  ଷ୍ଟେସନ (ଆଇଏସ୍‌ଏସ୍‌) ଅଭିମୁଖେ ଯାତ୍ରା କରିବ ଏକ୍ସିଓମ୍‌-୪ ମିଶନ (ଏଏକ୍ସ-୪) ।  ଭାରତର ଗ୍ରୁପ୍‌ କ୍ୟାପ୍‌ଟେନ ଶୁଭାଂଶୁ ଶୁକ୍ଳା ଏହାର ମୁଖ୍ୟ ପାଇଲଟ୍‌ ରହିବେ । ଫ୍ଲୋରିଡାସ୍ଥିତ  ନାସାର କେନେଡି ସ୍ପେସ ସେଣ୍ଟରର ଲଞ୍ଚ କମ୍ପେକ୍ସ ୩୯-ଏରୁ ସ୍ପେସ୍‌ଏକ୍ସ ଫାଲକନ୍‌ ୯  ରକେଟ୍‌ ଦ୍ୱାରା ଏକ ଡ୍ରାଗନ୍‌ ମହାକାଶଯାନରେ ଏଏକ୍ସ-୪ କ୍ରୁ ଆଇଏସ୍‌ଏସ୍‌ ଯାତ୍ରା  କରିବ । ବୁଧବାର ବିଳମ୍ବିତ ରାତ୍ରିରେ ଏକ୍ସିଓମ୍‌ ସ୍ପେସ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି ।