ପ୍ରମୂଖ ଖବର
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ଶ୍ରୀନଗରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ; ସମସ୍ତ ଯାତ୍ରୀ ସୁରକ୍ଷିତ

Published By : Bijay Swain | May 21, 2025 11:36 PM

ଶ୍ରୀନଗର: ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଯାଉଥିବା ଇଣ୍ଡିଗୋର ବିମାନ 6E 2142 ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀନଗର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ସୂଚନା ମୁତାବକ, ଉକ୍ତ ବିମାନଟି ଅଚାନକ ଏକ ଝଡ଼ତୋଫାନରେ ଫସି ଯାଇଥିଲା। ଯାହା ଫଳରେ ବିମାନର ଆଗ ଭାଗ (ନୋଜ କୋନ୍) କ୍ଷତିଗ୍ରସ୍ତ ହୋଇଥିଲା। ତେବେ ବିମାନରେ ଥିବା ୨୨୭ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ ସୁରକ୍ଷିତ ଥିବା ଜଣାପଡିଛି। ପାଇଲଟ ବିମାନଟିର ଜରୁରୀ ଅବତରଣ କରିବା ପୂର୍ବରୁ ଶ୍ରୀନଗର ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC)କୁ ଯୋଗାଯୋଗ କରି ଏହି  ଜରୁରୀ ପରିସ୍ଥିତି ସମ୍ୱଦ୍ଧରେ ଘୋଷଣା କରିଥିଲେ।

ଇଣ୍ଡିଗୋ ଏନେଇ ଏକ ବିବୃତି ଜାରି କରି କହିଛି ଯେ, “ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଉଡ଼ାଣ ଭରିଥିବା 6E 2142 ବିମାନଟି ଅଚାନକ ଝଡ଼ତୋଫାନରେ ଫସି ଯାଇଥିଲା। ତେବେ ଫ୍ଲାଇଟ ଓ କ୍ୟାବିନ କ୍ରୁ ପ୍ରୋଟୋକଲ ଅନୁସରଣ କରି ବିମାନକୁ ଶ୍ରୀନଗରରେ ସୁରକ୍ଷିତ ଭାବେ ଅବତରଣ କରାଇଥିଲେ। ବିମାନବନ୍ଦର ଟିମ୍ ଯାତ୍ରୀମାନଙ୍କର ସୁରକ୍ଷା ଓ ସୁବିଧାକୁ ପ୍ରାଥମିକତା ଦେଇ ସେମାନଙ୍କୁ ସହାୟତା କରିଥିଲେ। ବିମାନଟି ଆବଶ୍ୟକ ପରୀକ୍ଷା ଓ ମରାମତି ପରେ ପୁନଃ ଉଡ଼ାଣ ପାଇଁ ପ୍ରସ୍ତୁତ ହେବ।”

ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଇଛି ଯେ, ଝଡ଼ତୋଫାନ ଯୋଗୁଁ ବିମାନଟି ଭୀଷଣ ଭାବେ ଥରି ଉଠିଥିଲା। ଯାତ୍ରୀମାନେ ଭୟଭୀତ ହୋଇ ଚିତ୍କାର କରିବା ସହ ଆକୁଳ ପ୍ରାର୍ଥନା କରୁଥିବା ଶୁଣାଯାଇଥିଲା। ଶ୍ରୀନଗର ବିମାନବନ୍ଦରରେ ସନ୍ଧ୍ୟା ୬ଟା ୩୦ ମିନିଟ ସମୟରେ ବିମାନଟି ସୁରକ୍ଷିତ ଅବତରଣ କରିଥିଲା। କିନ୍ତୁ କ୍ଷୟକ୍ଷତି ଯୋଗୁଁ ଏହାକୁ ‘ଏୟାରକ୍ରାଫ୍ଟ ଅନ ଗ୍ରାଉଣ୍ଡ’ (AOG) ଘୋଷଣା କରାଯାଇଛି। ଅର୍ଥାତ ବମାନଟିର ମରାମତି ନ ହେବା ପର୍ଯ୍ୟନ୍ତ ଏହା ଉଡ଼ାଣ ଭରିପାରିବ ନାହିଁ।

ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଶେଖ ସାମିଉଲ୍ଲାହ କହିଛନ୍ତି ଯେ, “ମୁଁ ଏକ ନିୟମିତ ଯାତ୍ରୀ, କିନ୍ତୁ ଏଭଳି ଅନୁଭବ କେବେ ହୋଇନଥିଲା। ଏହି ଅନୁଭୂତି ଅତ୍ୟନ୍ତ ଭୟଙ୍କର ଥିଲା। ପାଇଲଟଙ୍କୁ ଧନ୍ୟବାଦ, ଯିଏ ଆମକୁ ସୁରକ୍ଷିତ ଭାବେ ଅବତରଣ କରାଇଥିଲେ।” ଅନ୍ୟ ଜଣେ ଯାତ୍ରୀ ଓୱେସ ମାକବୁଲ ହାକିମ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, “ଏହା ଏକ ମୃତ୍ୟୁ ନିକଟବର୍ତ୍ତୀ ଅନୁଭୂତି ଥିଲା। ବିମାନର ଆଗ ଓ ଡାହାଣ ପାର୍ଶ୍ୱ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା।”

ଏହି ଘଟଣା ଦିଲ୍ଲୀ-ଏନସିଆରରେ ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଏକ ଅଚାନକ ଝଡ଼ତୋଫାନ ଓ ପ୍ରବଳ ବର୍ଷା ସହ ଜଡ଼ିତ ବୋଲି ଅନୁମାନ କରାଯାଉଛି। ଭାରତୀୟ ମୌସୁମୀ ବିଭାଗ (IMD) ଅନୁଯାୟୀ, ହରିୟାଣା ଓ ଆଖପାଖ ଅଞ୍ଚଳରେ ଏକ ସାଇକ୍ଲୋନିକ ସର୍କୁଲେସନ ଏବଂ ପଞ୍ଜାବରୁ ବାଂଲାଦେଶ ପର୍ଯ୍ୟନ୍ତ ବିସ୍ତୃତ ଏକ ପୂର୍ବ-ପଶ୍ଚିମ ଟ୍ରଫ ଯୋଗୁଁ ସୃଷ୍ଟି ହୋଇଥିଲା। ଏହି ପାଗ ଯୋଗୁଁ ଦିଲ୍ଲୀରେ ପବନର ବେଗ ୭୯ କିମି ପ୍ରତି ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚିଥିଲା ଏବଂ ତାପମାତ୍ରା ୩୭ ଡିଗ୍ରୀରୁ ୨୩ ଡିଗ୍ରୀ ସେଲସିୟସକୁ ଖସି ଆସିଥିଲା।

ଏହି ଘଟଣା ପରେ ଶ୍ରୀନଗର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଥିଲା ଏବଂ ଯାତ୍ରୀମାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବିଭିନ୍ନ ଆଡୁ ପାଇଲଟ ଓ କ୍ରୁ ସଦସ୍ୟମାନଙ୍କର ସାହସିକତା ଏବଂ ଦକ୍ଷତାର ପ୍ରଶଂସା କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.