ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଇଣ୍ଡୋନେସିଆର ରାଷ୍ଟ୍ରପତି; ଘୋଷଣା କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

Published By : Bijay Swain | January 16, 2025 8:37 PM

Image courtesy: indiatoday

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ଆସନ୍ତା ୭୬ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଯାଉଛନ୍ତି ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସୁବିଆନ୍ତୋ। ଗୁରୁବାର ଏହି ସୂଚନା ଦେଇଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଆସନ୍ତା ଜାନୁଆରି ୨୫ ଓ ୨୬ ତାରିଖରେ ସୁବିଆନ୍ତୋ ଭାରତ ଗସ୍ତରେ ଆସିବେ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବାକୁ ଯାଉଛି। 

ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ସୁବିଆନ୍ତୋଙ୍କ ଯୋଗଦାନ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ କୂଟନୈତିକ ସମ୍ପର୍କକୁ ମଜବୁତ କରିବ। ଏଣୁ ତାଙ୍କର ଏହି ଯାତ୍ରାକୁ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ବୋଲି ମନେକରାଯାଉଛି। ତେବେ ଭାରତର ଆକ୍ଟ ଇଷ୍ଟ ପଲିସି ଓ ଇଣ୍ଡୋ-ପେସିଫିକ ନୀତିରେ ଇଣ୍ଡୋନେସିଆ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏଣୁ ଚଳିତ ଥରର ସାଧାରଣତନ୍ତ୍ର ଉତ୍ସବରେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଘୋଷଣା କରିଛି। 

ସୂଚନା ମୁତାବକ, ଭାରତ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗ ଦେବା ପାଇଁ ବିଶ୍ୱ ନେତା ମାନଙ୍କୁ ଆମନ୍ତ୍ରୀତ କରିଥାଏ। ପୂର୍ବ ବର୍ଷ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋ ମୁଖ୍ୟ ଅତିଥି ରୁପେ ଏହି ଉତ୍ସବରେ ଯୋଗ ଦେଇଥିଲେ। ୨୦୨୩ ମସିହାରେ ମିଶ୍ରର ରାଷ୍ଟ୍ରପତି ଅବ୍ଦେଲ ଫତହା ଅଲ-ସିସି ଏହି ଉତ୍ସବରେ ଯୋଗଦେଇ ଉତ୍ସବର ଗାରିମା ମଣ୍ଡନ କରିଥିଲେ। ୨୦୨୧ ଓ ୨୦୨୨ରେ କୋଭିଡ-୧୯ ମହାମାରୀ କାରଣରୁ ସାଧାରଣତନ୍ତ୍ର ଦିବସରେ କୌଣସି ମୁଖ୍ୟ ଅତିଥି ଏହି ଉତ୍ସବରେ ଯୋଗଦେଇ ନଥିଲେ। ତେବେ ୨୦୨୦ରେ ବ୍ରାଜିଲର ତତ୍କାଳିନ ରାଷ୍ଟ୍ରପତି ଜେର ବୋଲସେନାରେ, ୨୦୧୯ରେ ଦକ୍ଷିଣ ଆଫ୍ରିକାର ତତ୍କାଳିନ ରାଷ୍ଟ୍ରପତି ସିରିଲ ରାମାଫେସା ଓ ୨୦୧୮ରେ ASEAN ଦେଶର ସମସ୍ତ ୧୦ ନେତା ଏହି ଉତ୍ସବରେ ଯୋଗଦେଇ ଥିଲେ।

ଗଣତନ୍ତ୍ର ଦିବସରେ ଭାଗନେଇଥିବା ଅନ୍ୟ ପ୍ରମୁଖ ରାଷ୍ଟ୍ରାଧ୍ୟକ୍ଷ ମାନଙ୍କ ମଧ୍ୟରେ ନିକୋଲସ ସରଫୋଜୀ, ଭ୍ଲାଦିମିର ପୁତିନ, ନେଲସନ ମାଣ୍ଡେଲା, ଜନ ମେଜର, ମହମ୍ମଦ ଖାତମୀ ଓ ଜେକ୍ସ ସିରାଫ ଆଦି ରହିଛନ୍ତି। ୧୯୯୩ ମସିହାରେ ତତ୍କାଳିନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନ ମେଜର, ୧୯୯୫ ମସିହାରେ ନେଲସନ ମାଣ୍ଡେଲା ଓ ୨୦୧୦ ମସିହାରେ ତତ୍କାଳିନ ଦକ୍ଷିଣ କୋରିଆର ରାଷ୍ଚ୍ରପତି ଲି ମ୍ୟୁଙ୍ଗ ବାକ ମଧ୍ୟ ଏହି ମହାନ ଉତ୍ସବରେ ଯୋଗ ଦେଇ ଏହାର ଗରିମା ମଣ୍ଡନ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.