ନୂଆଦିଲ୍ଲୀ,୩୦/୯ : ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଓ୍ବିକେଟକିପର ବ୍ୟାଟର ଦିନେଶ କାର୍ତ୍ତିକ ପୁଣି ଥରେ ବିଦେଶୀ ଲିଗରେ ଖେଳୁଥିବା ଦେଖାଯିବେ । ପୂର୍ବ ବର୍ଷ କାର୍ତ୍ତିକ ଦକ୍ଷିଣ ଆଫ୍ରିକାର SAT 20 ଲିଗରେ ଖେଳିଥିଲେ । ଏବେ କାର୍ତ୍ତିକ ଅନ୍ତର୍ଜାତୀୟ ଟି୨୦ ଲିଗ୍ ତଥା ITL20 ରେ ଖେଳୁଥିବା ଦେଖାଯିବେ । ସେ ଏହି ଲିଗରେ ଶାରଜାହ ଓ୍ବାରିୟର୍ସ ଟିମର ଭାଗିଦାରୀ ହେବେ । କାର୍ତ୍ତିକ ଓ୍ବାରିୟର୍ସ ଟିମରେ  ଶ୍ରୀଲଙ୍କାର ଓ୍ବିକେଟକିପର ବ୍ୟାଟର କୁସଲ ମେଣ୍ଡିସଙ୍କ ସ୍ଥାନ ନେଇଛନ୍ତି । ଏହି ଟିମର କୋଚ୍ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଜେପି ଡୁମିନୀ ଅଟନ୍ତି ।

ଦିନେଶ କାର୍ତ୍ତିକ ଏହି ଲିଗରେ ଯୋଡ଼ି ହେବା ଉପରେ କହିଛନ୍ତି କି, ମୁଁ ଡିପି ଓ୍ବର୍ଲ୍ଡ ଆଇଏଲଟି୨୦ ଟୁର୍ଣ୍ଣାମେଣ୍ଟ ଲାଗି ଶାରଜାହ ଓ୍ବାରିୟର୍ସ ଟିମ୍ ସହ ଯୋଡ଼ି ହୋଇ ବହୁତ ଉତ୍ସାହିତ ଅଛି । ମୁଁ ଜାଣିଛି କି ଏହା ଏକ ଯୁବ ଟିମ୍ ଅଟେ ଯାହା କିଛି ଖାସ୍ କରିବାକୁ ଇଛା ରଖିଥାଏ । ମୁଁ ଏଠାକୁ ଆସି ଖୁସି ଅଛି । ଶାରଜାହ ବି ଏହି ପ୍ରତିଷ୍ଠିତ ଷ୍ଟାଡିୟମରୁ ଗୋଟିଏ ଅଟେ ଯେଉଁଠାରେ ଯେ କେହି ବି ଖେଳିବାକୁ ଚାହିଁଥାନ୍ତି । ଶାରଜାହ ଓ୍ବାରିୟର୍ସ ଫ୍ରାଞ୍ଚାଇଜିର ଭାଗିଦାରୀ ହେବା ଏକ ସ୍ବପ୍ନ ସତ ହେବା ଭଳି ଅଟେ ।