କଟକ ୨୪/୦୪: ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀକୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର। ସୁରକ୍ଷା ଦୃଷ୍ଟିରୁ ରାଜାକୁ ଚୌଦ୍ଵାର ଜେଲ୍ରୁ କରାଗଲା ସ୍ଥାନାନ୍ତର। ପୂର୍ବରୁ ମଧୁକାନ୍ତ ରାଣାକୁ ଚୌଦ୍ବାରରୁ ଝାରପଡ଼ା ଜେଲକୁ ପଠାଯାଇଥିଲା।
ରାଜାକୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର ପାଇଁ କୋର୍ଟରେ ଆବେଦନ କରିଥିଲେ ଚୌଦ୍ଵାର ଜେଲ କର୍ତ୍ତୃପକ୍ଷ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ରାଜାକୁ କୋର୍ଟରେ ହଜାର କରାଇ କଡା ସୁରକ୍ଷା ବଳୟ ମଧ୍ୟରେ ବ୍ରହ୍ମପୁର ଜେଲ୍କୁ ସ୍ଥାନାନ୍ତର କରାଯାଇଛି।। ଉଭୟଙ୍କୁ ଗୋଟିଏ ଜାଗାରେ ରଖିଲେ ଚତୁର ରାଜା ପୁଣି ଫେରାର ହେବାର ସମ୍ଭାବନା ରହିଛି। ତେଣୁ ଜେଲ କର୍ତ୍ତୃପକ୍ଷ କୋର୍ଟକୁ ଅବଗତ କରାଇ ଏଭଳି ପଦକ୍ଷେପ ନେଇଛନ୍ତି।
ଅଧିକ ପଢ଼ନ୍ତୁ :- ଚୌଦ୍ୱାର ଜେଲ୍ରୁ ବିହାରୀ ଅପରାଧୀ ଫେରାର୍ ଘଟଣା: ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା ପୁଲିସ, ରାଜାକୁ ରିମାଣ୍ଡ୍ରେ ଆଣିବାକୁ ଯୋଜନା
ସୂଚନା ଅନୁଯାୟୀ, ଗତ ୧ ତାରିଖରେ ଗିରଫ ହୋଇଥିବା ରାଜା ସାହାଣୀ ନେଇ ତଦନ୍ତ ପ୍ରାୟ ଶେଷ ପର୍ଯ୍ୟାୟରେ ରହିଛି । ରାଜାକୁ ମହୀଶୂରରୁ ପୁଲିସ ରିମାଣ୍ଡରେ ନେଇ ଫେରାଇବା ପରେ ତାକୁ ବ୍ରହ୍ମପୁର ଜେଲ୍କୁ ସ୍ଥାନାନ୍ତର କରାଯାଉଛି। ଅନ୍ୟପଟେ ଫେରାର୍ ଘଟଣାରେ ଚୌଦ୍ୱାର ପୁଲିସ ରାଜାଠାରୁ ଆଉ କିଛି ତଥ୍ୟ ଆଦାୟ କରିବାକୁ ଚାହୁଁଛି । ତେଣୁ ଆଗକୁ ରାଜାକୁ ରିମାଣ୍ଡରେ ଆଣିପାରେ କଟକ ପୁଲିସ ।
ଅଧିକ ପଢ଼ନ୍ତୁ :- Raja Sahani: ଚୌଦ୍ୱାର ଜେଲ୍କୁ ଫେରିଲା ଦୁର୍ଦ୍ଦାନ୍ତ ଅପରାଧୀ ରାଜା, ଲୁଟ୍ ଘଟଣାରେ ରିମାଣ୍ଡରେ ନେଇଥିଲା ମହୀଶୂର ପୁଲିସ