ପ୍ରମୂଖ ଖବର
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

୩ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ନାମଲେଖା ପ୍ରକ୍ରିୟା ଆରମ୍ଭ, ଆଜିଠୁ ୧୭ ତାରିଖ ଯାଏ ଚାଲିବ ଅନ୍‌ଲାଇନ୍ ଆବେଦନ

Published By : Manoj | August 4, 2025 1:12 PM

image source : Shutterstock

ଭୁବନେଶ୍ୱର,୦୪/୦୮: ୩  ବର୍ଷୀୟା ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଓ  ଏମ୍‌ଏଡ୍‌ ନାମଲେଖା ପାଇଁ ଉଚ୍ଚଶିକ୍ଷା  ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ସୋମବାରଠୁ  ଅନ୍‌ଲାଇନ୍‌ରେ ଆବେଦନ ଆରମ୍ଭ ହୋଇଛି । ୧୭ ତାରିଖ ଯାଏଁ ଆବେଦନର ସୁଯୋଗ  ମିଳିବ । ଆବେଦନ ସମୟରେ କୌଣସି  ତ୍ରୁଟି ଥିଲେ ୧୮ ତାରିଖରେ ସଂଶୋଧନ  ସୁଯୋଗ ଦିଆଯିବ । 

ପ୍ରଥମ ରାଉଣ୍ଡ  ନାମଲେଖା ପାଇଁ ୨୨ ତାରିଖରେ ମେଧା  ତାଲିକା ପ୍ରକାଶ ପାଇବ । ସମସ୍ତ ପର୍ଯ୍ୟାୟ  ନାମଲେଖା ସେପ୍ଟେମ୍ବର ୧୩ ତାରିଖ  ସୁଦ୍ଧା ଶେଷ ହେବ । ମାତ୍ର ସେପ୍ଟେମ୍ବର  ୮ ତାରିଖରୁ ପାଠପଢ଼ା ଆରମ୍ଭ କରାଯିବ ।  ଆବେଦନକାରୀଙ୍କ କ୍ୟାରିୟର ମାର୍କକୁ  ନେଇ ନାମଲେଖା ହେବ । ୨୨ ତାରିଖରେ  ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ଛାତ୍ରଛାତ୍ରୀ ୨୩ରୁ ୨୬  ତାରିଖ ମଧ୍ୟରେ ନାମ ଲେଖାଇବେ ।  ସେପ୍ଟେମ୍ବର ୧ରେ ଦ୍ୱିତୀୟ ରାଉଣ୍ଡ  ତଥା ଶେଷ ରାଉଣ୍ଡ ନାମଲେଖା ପାଇଁ  ମେଧା ତାଲିକା ପ୍ରକାଶ ପାଇବ । ଏଥିରେ  ଚୟନ ଛାତ୍ରଛାତ୍ରୀ ସେପ୍ଟେମ୍ବର ୨ରୁ ୪ ତାରିଖ ମଧ୍ୟରେ ନାମ ଲେଖାଇବେ ।  ସେପ୍ଟେମ୍ବର ୮ ତାରିଖରେ ତୃତୀୟ  ରାଉଣ୍ଡ (ୱେଟିଂ ଲିଷ୍ଟ/ସ୍ପଟ୍‌) ନାମଲେଖା  ପାଇଁ ଏକ ୱେଟିଂ ର‌୍ୟାଙ୍କ ତାଲିକା ପ୍ରକାଶ  ପାଇବ । ୯ରେ ନାମଲେଖା ପାଇଁ ଯୋଗ୍ୟ  ଆବେଦନକାରୀଙ୍କ ତାଲିକା ପ୍ରକାଶ  ପାଇବ । ଏଥିପାଇଁ ୧୦ରୁ ୧୧ ତାରିଖ  ମଧ୍ୟରେ ନାମ ଲେଖାହେବ ।  

ଦିଆଯାଇଥିବା ମାର୍ଗଦର୍ଶିକା  ଅନୁଯାୟୀ, ଜଣେ ଆବେଦନକାରୀ  ସର୍ବାଧିକ ୪ଟି ଉଚ୍ଚଶିକ୍ଷାନୁଷ୍ଠାନର  ନାମ ଦେଇପାରିବେ । ଯଦି କୌଣସି  ଛାତ୍ରଛାତ୍ରୀ ଭୁଲରେ ପ୍ରିଜ୍‌ କିମ୍ବା ସ୍ଲାଇଡ୍‌  ଅପସନ୍‌ରେ କ୍ଲିକ୍‌ କରିଥାନ୍ତି ତେବେ  ନାମଲେଖା ସମୟରେ ଓଟିପି ଯାଞ୍ଚ  ପ୍ରକ୍ରିୟା ଦ୍ୱାରା ଏହାକୁ ରିଭର୍ଟ କରାଯାଇ  ପାରିବ । ଶିକ୍ଷାର୍ଥୀ ନାମଲେଖା ସମୟରେ  କଲେଜ ଲିଭିଂ ସାର୍ଟିଫିକେଟ୍‌ ଆଣି ନଥିଲେ  ଅଣ୍ଡରଟେକିଂ ଲେଖି ୧୫ ଦିନ ମଧ୍ୟରେ  ସିଏଲ୍‌ସିକୁ ଦାଖଲ କରିପାରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.