ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ସିବିଆଇ ରେଡ୍ ମାମଲାରେ ବଢିଲା ଆଇ ଏ ଏସ ବିଷ୍ଣୁପଦ ସେଠୀ ଓ ପରିବାରର ଅନ୍ତରୀଣ ସୁରକ୍ଷା, ମେ ୬ ଯାଏଁ ବୃଦ୍ଧି କରିଛନ୍ତି ହାଇକୋର୍ଟ…

Published By : Ladu Kishor | April 7, 2025 4:45 PM

ଭୁବନେଶ୍ବର: ସିବିଆଇ ରେଡ୍ ମାମଲାରେ ବଢିଲା ଆଇ ଏ ଏସ ବିଷ୍ଣୁପଦ ସେଠୀଙ୍କ ଅନ୍ତରୀଣ ସୁରକ୍ଷା । ଏହା ସହ ତାଙ୍କ ପରିବାରର ଅନ୍ତରୀଣ ସୁରକ୍ଷା ମଧ୍ୟ ବୃଦ୍ଧି ହୋଇଛି । ଆସନ୍ତା ମେ ୬ ଯାଏଁ ଅନ୍ତରୀଣ ସୁରକ୍ଷା ବୃଦ୍ଧି କରିଛନ୍ତି ହାଇକୋର୍ଟ । ଏହି ଅବଧି ମଧ୍ୟରେ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ମେ ୬ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । 

ଉଲ୍ଲେଖଥାଉକି, ଭୁବନେଶ୍ବରର ଏକ ହୋଟେଲ ନିକଟରେ କାର ଭିତରେ ଲାଞ୍ଚ କାରବାର ପାଇଁ ଡିଲ ଚାଲିଥିବା ବେଳେ ସିବିଆଇ ଚଢାଉ କରିଥିଲା। କାରରୁ ସିବିଆଇ ୧୦ ଲକ୍ଷ ଟଙ୍କା ଜବତ କରିଥିଲା। ଏହି ଅଭିଯୋଗରେ ବ୍ରିଜ୍ ଆଣ୍ଡ୍ ରୁଫ୍‌ ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କ ସହ  ‘ଆଦିତ୍ୟଦେବ ଇନ୍‌ଫ୍ରାଟେକ୍‌ ପ୍ରାଇଭେଟ ଲିମିଟେଡ’  ମାଲିକ ଦେବଦତ୍ତ ମହାପାତ୍ର ଓ ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍‌ ଲିମିଟେଡ୍‌ କନ୍‌ଷ୍ଟ୍ରକ୍ସନ ସଂସ୍ଥାର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କୁ ସିବିଆଇ ଗିରଫ କରିଥିଲା । 

ଦେଢଶହ କୋଟିର ଏକ ଟେଣ୍ଡର ହାତେଇବାକୁ ଡିଲ ବେଳେ ଏମାନଙ୍କୁ ସିବିଆଇ ଧରିଥିଲା। ଏହି ଟେଣ୍ଡର ଘୋଟାଲାରେ ଲିଙ୍କ ଥିବା ଅଭିଯୋଗରେ ଆଇଏଏସ୍‌ ଅଫିସର ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ କରିଥିଲା। ସିବିଆଇ ସମନ ପରେ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ଦାୟିତ୍ବ ମୁକ୍ତ କରିଥିଲେ। ପ୍ରମୁଖ ଶାସନ ସଚିବ ପଦରୁ ଅବ୍ୟାହତି କରିଥିଲେ। ଫେବୃଆରୀ ୧୮ ତାରିଖରେ  ସିବିଆଇର ଏକ ଟିମ୍ ବିଷ୍ଣୁପଦଙ୍କ ସରକାରୀ କ୍ଵାର୍ଟର୍ସରେ ଚଢାଉ କରିଥିଲେ । ଏହାକୁ ନେଇ ସେତେବେଳେ ବିଷ୍ଣୁପଦ ନିଜର ଅସନ୍ତୋଷ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.