ନୂଆଦିଲ୍ଲୀ, ୩୧/୦୫: ଜାତୀୟ ସ୍ତରର ପାରା ଆଥଲେଟ ଚିରାଗ ତ୍ୟାଗୀଙ୍କୁ ଗାଜିଆବାଦରେ ଗୁଳି କରି ହତ୍ୟା କରାଯାଇଛି । ଉତ୍ତର ପ୍ରଦେଶର ମୁରାଧନଗରରେ ତାଙ୍କ ଘର । ପୁଲିସ ତାଙ୍କ ମୃତଦେହ ଶନିବାର ସାଇ ଉପବନ ଅଞ୍ଚଳରୁ ଉଦ୍ଧାର କରିଥିଲା । ଅତି ନିକଟରୁ ତାଙ୍କ ମୁଣ୍ଡକୁ ଗୁଳି କରାଯାଇଥିବା ପୁଲିସ କହିଛି ।
ନିକଟରେ ବେଙ୍ଗାଲୁରୁରେ ଆୟୋଜିତ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ରେ ଚିରାଗ ୪୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ଜିତିବା ସହ ଆଗାମୀ ପାରା ଏସୀୟ କ୍ରୀଡ଼ାକୁ ଯୋଗ୍ୟତା ହାସଲ କରିଥିଲେ । ଚିରାଗଙ୍କ ହତ୍ୟାର କାରଣ ଜଣାପଡ଼ି ନାହିଁ । କିଏ ଏବଂ କାହିଁକି ତାଙ୍କୁ ହତ୍ୟା କରିଛି ସେନେଇ ପୁଲିସ ତଦନ୍ତ ଜାରି ରଖିବା ସହ ଜଣଙ୍କୁ ଅଟକ ରଖିଛି ।
ଅଧିକ ପଢ଼ନ୍ତୁ :- IPL Final 2026: ଦ୍ୱିତୀୟ ଟାଇଟଲ ପାଇଁ ହାଇଭୋଲଟେଜ୍ ମୁକାବିଲା, ଅହମ୍ମଦାବାଦରେ ଗୁଜରାଟ- ବେଙ୍ଗାଲୁରୁ ମଧ୍ୟରେ ଫାଇଟ୍