ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଏବେ ୭୮୮ ଭାରତୀୟ ଛାତ୍ରଙ୍କର କ'ଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ

Published By : Ankita S | May 23, 2025 9:52 AM

ୱାଶିଂଟନ,୨୩/୦୫ : ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ କ୍ଷମତା ଉପରେ ପୁଣି ଟ୍ରମ୍ପ ଛାଟ । ବିଦେଶୀ ଛାତ୍ରଙ୍କୁ ହାର୍ଭାର୍ଡ ମନା ।  ଆନ୍ତର୍ଜାତୀୟ ଛାତ୍ରଙ୍କ ନାମଲେଖା କ୍ଷମତାକୁ ବନ୍ଦ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏବେ ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ କଟକଣା ଲଗାଇଛନ୍ତି । ହାର୍ଭାର୍ଡ ଏସଇଭିପିକୁ ପ୍ରତ୍ୟାହାର କରି ନେଇଛନ୍ତି ଟ୍ରମ୍ପ ପ୍ରଶାସନ । କ୍ୟାମ୍ପସ୍‌ରେ ହିଂସା, ଇହୁଦୀ ବିରୋଧୀ ଅଭିଯୋଗରେ ଏହି ଆକ୍ସନ ନେଇଛନ୍ତି ଟ୍ରମ୍ପ ସରକାର । ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ହାର୍ଭାର୍ଡ ବିଶ୍ୱବିଦ୍ୟାଳରେ ଏଣିକି ବିଦେଶୀ ଛାତ୍ର ନାମ ଲେଖାଇ ପାରିବେ ନାହିଁ । କାରଣ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ଟ୍ରମ୍ପ ପ୍ରଶାସନ ରୋକ୍‌ ଲଗାଇଛନ୍ତି । ବିଶ୍ୱବିଦ୍ୟାଳୟ ବିରୋଧରେ ହୋମଲାଣ୍ଡ ସିକ୍ୟୁରିଟି ଡିପାର୍ଟମେଣ୍ଟ ପକ୍ଷରୁ ତଦନ୍ତ କରାଯାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ବିଦେଶୀ ଛାତ୍ରଙ୍କ ନାମ ନ ଲେଖାଇବା ପାଇଁ ହୋମଲାଣ୍ଡ ସିକ୍ୟୁରିଟି ସେକ୍ରୋଟରୀ କ୍ରିଷ୍ଟି ନୋଏମ ଏ ସଂକ୍ରାନ୍ତରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି । ଉକ୍ତ ଚିଠିରେ ଦର୍ଶାଯାଇଛି ଯେ ବିଶ୍ୱବିଦ୍ୟାଳୟରେ ହିଂସା, ଭେଦଭାବ, ଇହୁଦୀ ବିରୋଧୀ ଗତିବିଧିକୁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ଚୀନୀ କମ୍ୟୁନିଷ୍ଟ ପାର୍ଟି ସହ ମିଶି କାର୍ଯ୍ୟ କରାଯାଉଛି । ବିଦେଶୀ ଛାତ୍ରଙ୍କ ଠାରୁ ବିପୁଳ ଟ୍ୟୁସନ ଫି ମଧ୍ୟ ସଂଗ୍ରହ କରାଯାଉଛି । ଯାହାଫଳରେ ବିଶ୍ୱବିଦ୍ୟାଳୟ ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଛି । ଏଠାରେ ବିଦେଶୀ ଛାତ୍ରଙ୍କ ନାମଲେଖା ଏକ ବିଶେଷାଧିକାର । କିନ୍ତୁ ଅଧିକାର ନୁହେଁ । ତେଣୁ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । 

ଯଦି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଆଗାମୀ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ଛାତ୍ର ଓ ବିନିମୟ ଆଗନ୍ତୁକ କାର୍ଯ୍ୟକ୍ରମର ପ୍ରମାଣନ ପୁନଃ ହାସଲ କରିବାକୁ ଚାହୁଁଛି ତେବେ ୭୨ ଘଣ୍ଟା ଭିତରେ ଆବଶ୍ୟକ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ପଡିବ । ୬ଟି ସର୍ତ୍ତ ମାନିବାକୁ ପଡିବ । ଟ୍ରମ୍ପ ପ୍ରଶାସନର ଏଭଳି ପଦକ୍ଷେପ ଫଳରେ ଯେଉଁମାନେ ବର୍ତ୍ତମାନ ସେଠାରେ ପଢ଼ୁଛନ୍ତି ସେମାନେ ଅନ୍ୟ ସ୍କୁଲକୁ ଚାଲିଯିବେ ନଚେତ ସେମାନଙ୍କର ବୈଧ ମାନ୍ୟତା ହରାଇବେ । ବିଶ୍ୱବିଦ୍ୟାଳୟ ୱେବସାଇଟ୍‌ ଅନୁସାରେ ପ୍ରତିବର୍ଷ ୫୦୦-୮୦୦ ଭାରତୀୟ ଛାତ୍ର ଓ ଶିକ୍ଷାବିତ୍‌ ହାର୍ଭାର୍ଡରେ ଅଧ୍ୟୟନ କରିଥାନ୍ତି । ବର୍ତ୍ତମାନ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ୭୮୮ ଜଣ ଭାରତୀୟ ଛାତ୍ର ଅଧ୍ୟୟନରତ ଅଛନ୍ତି । 

ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟ କହିଛି ଯେ ଟ୍ରମ୍ପ ପ୍ରଶାସନର ଏଭଳି ପଦକ୍ଷେପ ଯୋଗୁ ହାର୍ଭାର୍ଡର ବିପୁଳ କ୍ଷତି ଘଟିବାର ସମ୍ଭାବନା ରହିଛି । ସରକାରଙ୍କ ପଦକ୍ଷେପ ବେଆଇନ । ୧୪୦ଟି ଦେଶର ଛାତ୍ର ଓ ଶିକ୍ଷାବିତ ଏଠାରେ ଅଧ୍ୟୟନ କରୁଛନ୍ତି । ତେଣୁ ହାର୍ଭାର୍ଡର ପ୍ରତିଷ୍ଠା ବଜାୟ ରଖିବା ଲାଗି ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ଗତ ଏପ୍ରିଲରେ ଟ୍ରମ୍ପ ପ୍ରଶାସନ ହାର୍ଭାର୍ଡ ଉପରେ ନିୟନ୍ତ୍ରଣ ରଖିବାକୁ ଉଦ୍ୟମ କରିଥିଲେ । କିନ୍ତୁ ହାର୍ଭାର୍ଡ ବିଶ୍ୱିଦ୍ୟାଳୟ ଏହାକୁ ଗ୍ରହଣ କରିନଥିଲା । ଯାହାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ମିଳୁଥିବା ଆର୍ଥିକ ସହାୟତା ବନ୍ଦ କରିବାକୁ ଧମକ ଦେଇଥିଲେ । ଟ୍ରମ୍ପ ତାଙ୍କ ହିସାବରେ ହାର୍ଭାର୍ଡ ୟୁନିଭର୍ସିିଟି ଚଳାଇବାକୁ ଚାହୁଁଥିଲେ । ତେଙ୍କୁ ବିଶ୍ୱବିଦ୍ୟାଳୟ ଓ ତାଙ୍କ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.