ପ୍ରମୂଖ ଖବର
  • ବ୍ରହ୍ମପୁର, : ଲାଞ୍ଜିପଲ୍ଲୀ ଜେଲ ଗେଟ୍ ନିକଟରୁ ୩ ବୋମା ଜବତ
  • ||
  • କୋଏଲ ନଦୀରେ ବୁଡି ଛାତ୍ର ମୃତ
  • ||
  • ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ, ୧୦ ହଜାର ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କୁ ଧରିଲା ଭିଜିଲାନ୍ସ ଟିମ୍
  • ||
  • ଆସନ୍ତା ୧୯ରୁ ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ, ୮ ଦିନ ବସିବ ଅବକାଶକାଳୀନ ଅଦାଲତ
  • ||
  • ଆସନ୍ତା ୩୧ରେ ଆଇଟିଆଇ ନାମଲେଖା ଆବେଦନ ଶେଷ, ଜୁନ୍‌ ୬ରେ ପ୍ରଥମ ମେଧା ତାଲିକା
  • ||
  • ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ରାଜନୀତି, ୩୦ରେ ଆସ୍ଥା ପ୍ରମାଣିତ କରିବେ ରୋଜି
  • ||
  • ଯାଜପୁରରେ ଟାଟା କରିବ ୬୩ ହଜାର କୋଟିର ପ୍ରକଳ୍ପ, ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି
  • ||
  • କନ୍ଧମାଳ : ଗାଧେଇବା ବେଳେ ଅଘଟଣ, ପୋଖରୀରେ ବୁଡି ଶିଶୁ ମୃତ
  • ||
  • କେନ୍ଦୁଝର : ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ପାଇଁ ସ୍ଥାନୀୟଲୋକଙ୍କ ଦାବି
  • ||
  • Operation Sindoor; ଖୋଲିବ ପାକିସ୍ତାନ ପୋଲ୍, ୭ ସାଂସଦଙ୍କୁ ନେଇ ସର୍ବଦଳୀୟ ଟିମ୍‌ ଗଠନ
  • ||
  • ନୂଆପଡ଼ା: ଜୁଆ ଆଡ୍ଡା ଉପରେ ଚଢ଼ାଉ ବେ​‌ଳେ​‌ ୧୫ ଗିରଫ, ୨୭ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ବରଗଡ଼: ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • ଗଞ୍ଜାମ : ସିନ୍ଦୂରାପଲ୍ଲୀରେ ବୁଲିଲା ଖଣ୍ଡା ଏବଂ ଠେଙ୍ଗା, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ: ବିସ୍କୁଟ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, କୋଟିଏ ଟଙ୍କାର କ୍ଷୟକ୍ଷତି, ବହୁ ଅତ୍ୟାଧୁନିକ ମେସିନ୍ ପୋଡ଼ି ପାଉଁଶ
  • ||
  • ଉପକୂଳରେ କଲବଲ କରୁଛି ଅସମ୍ଭାଳ ଗୁଳୁଗୁଳି, ୫ ଦିନ ଯାଏଁ ନିସ୍ତାର ନାହିଁ
  • ||
  • ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||

ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରାକୁ ଧରି ପୋଲିସ୍ ଜିମା ଦେଲେ ଲୋକେ

Published By : Prameya | May 17, 2025 9:37 PM

ଭୋଗରାଇ,୧୭/୫ : କୌଶଳକ୍ରମେ ଏଟିଏମ୍ କାର୍ଡ଼ ବଦଳ କରି ଦୀର୍ଘ ଦିନରୁ ଗ୍ରାହକମାନଙ୍କୁ ଲୁଟ୍ କରୁଥିବା ଜଣେ ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରାକୁ ଆଜି ସ୍ଥାନୀୟ ଲୋକେ ଧରି ପୋଲିସ୍ ଜିମା ଦେଇଛନ୍ତି । ଉକ୍ତ ଯୁବକ ଜଣକ ପଶ୍ଚିମବଙ୍ଗ ରାଜ୍ୟ ପଶ୍ଚିମ ମେଦିନୀପୁର ଜିଲ୍ଲା ଦକ୍ଷିଣ ଚବିଶ ପ୍ରଗଣା ଅନ୍ତର୍ଗତ ପଶ୍ଚିମଜଟା ଦେଉଳୀ ଅଞ୍ଚଳର ପୁତୁଲ ସର୍ଦ୍ଦାରଙ୍କ ପୁଅ ଭାଷ୍କର ସର୍ଦ୍ଦାର ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିବାବେଳେ ତା'ଠାରୁ ଲୁଟରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ସହିତ ବିପୁଳ ପରିମାଣର ପୁରୁଣା ଏଟିଏମ୍ କାର୍ଡ଼ ମଧ୍ୟ ଜବତ କରାଯାଇଛି । ତେବେ ଖବର ଲେଖା ହେବା ଯାଏଁ ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ଲିଖିତ ଅଭିଯୋଗ ହୋଇନଥିବାରୁ ତାକୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ଜଣାପଡ଼ିଛି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଭୋଗରାଇ ବ୍ଲକ ଅନ୍ତର୍ଗତ ଥାନା ଛକ ନିକଟରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଦେହୁର୍ଦ୍ଦା ଶାଖାରେ । 

ସୂଚନା ଅନୁସାରେ, ଗତ ୨ତାରିଖ ଦିନ ଭାଷ୍କର ଷ୍ଟେଟ୍ ବ୍ୟାଙ୍କ୍ ଦେହୁର୍ଦ୍ଦା ଶାଖା ପାର୍ଶ୍ୱରେ ଥିବା ଏଟିଏମରେ ପଶି ସଂଖ୍ୟା ଲେଖାଥିବା ବଟନରେ ଫେବି କ୍ଲିକ୍ ଓ କାର୍ଡ଼ ଭର୍ତ୍ତି କରାଯିବା ସ୍ଥାନରେ କାଗଜ ପୁରାଇ ଏଟିଏମକୁ ଅଚଳ କରି ଦେଇଥିଲା । ଏଥି ସହିତ ଗ୍ରାହକମାନେ ଟଙ୍କା ଉଠାଇବାକୁ ଆସିବା ପରେ ଟଙ୍କା ଉଠାଇଦେବା ବାହାନା କରି ସେମାନଙ୍କଠାରୁ କୌଶଳକ୍ରମେ ଏଟିଏମ୍ କାର୍ଡ଼ ବଦଳ କରି ନେଇ ଚମ୍ପଟ ମାରିବା ସହ ପରବର୍ତ୍ତୀ ସମୟରେ ଟଙ୍କା ଉଠାଇ ନେଇଥିଲା । ତେବେ ଘଟଣାକୁ ୧୫ଦିନ ନ ପୁରୁଣୁ ଅନୁରୂପ ଭାବେ ଆଜି ଅପରାହ୍ନ ପ୍ରାୟ ୬ଟା ସମୟରେ ଭାଷ୍କର ପୁଣି ଥରେ ଉକ୍ତ ଏଟିଏମକୁ ଅଚଳ କରିବା ସହିତ ଜଣେ ଗ୍ରାହକଙ୍କ କାର୍ଡ଼ ବଦଳାଇ ନେଇ ପାଖରେ ଥିବା ଏକ୍ସିସ ବ୍ୟାଙ୍କର ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିଲା । ଏହି ସମୟରେ ବ୍ୟାଙ୍କର ସୁରକ୍ଷାକର୍ମୀ ଓ ଅନ୍ୟାନ୍ୟ ଗ୍ରାହକମାନେ ଘଟଣା ସମ୍ପର୍କରେ ଜାଣିପାରି ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ବିଭିନ୍ନ ଏଟିଏମକୁ ଯାଇ ଖୋଜାଖୋଜି କରିଥିଲେ । 

ଶେଷରେ ଥାନାଛକ ନିକଟରେ ଥିବା ଏକ୍ସିସ ବ୍ୟାଙ୍କ ଏଟିଏମରେ ଭାଷ୍କର ଟଙ୍କା ଉଠାଉଥିବା ସମୟରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ଲୋକେ ତାକୁ ଧରି ଉତ୍ତମ ମଧ୍ୟମ ଦେବା ସହ ପୋଲିସ୍ ଜିମାରେ ଦେଇଥିଲେ । ଭୋଗରାଇ ପୋଲିସ୍ ଭାଷ୍କରକୁ ଅଟକ ରଖି ପଚରାଉଚୁରା କରିବା ପରେ ଭାଷ୍କର ଏଟିଏମ୍ ଲୁଟ୍ କରୁଥିବା ମାନିଯାଇଥିଲା । ତେବେ ଷ୍ଟେଟ୍ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ତରଫରୁ ଲିଖିତ ଅଭିଯୋଗ ଆସିବା ପରେ ଭାଷ୍କରକୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଭୋଗରାଇ ଥାନାଧିକାରୀ ଶ୍ରୀବଲ୍ଲଭ ସାହୁ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.