ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

"ପାକିସ୍ତାନ ଜିନ୍ଦାବାଦ" ନାରା ଦେଇ ଦୁଇ ଯୁବକ ଗିରଫ ଘଟଣା; ଭାଇରାଲ୍ ଫଟୋକୁ ନେଇ ତଦନ୍ତ ଜାରି

Published By : Gurupada Nath | May 25, 2025 5:13 PM

କଟକ, ୨୫/୫ :  କଟକରେ ରାଷ୍ଟ୍ର ବିରୋଧୀ ସ୍ଲୋଗାନ ଦେଇ ଦୁଇ ଯୁବକ ଗିରଫ ଘଟଣାର ତଦନ୍ତ ଜାରି ରଖିଛି ଚାଉଳିଆଗଞ୍ଜ ଥାନା ପୋଲିସ। "ପାକିସ୍ତାନ ଜିନ୍ଦାବାଦ" ନାରା ଦେଇଥିଲେ ଦୁଇ ଅଭିଯୁକ୍ତ। ଗତକାଲି ସୌରଭ କୁମାର ସାହୁ ଓ ଗୌତମ ଲେଙ୍କାକୁ ଗିରଫ କରିଥିଲା କମିଶନରେଟ ପୋଲିସ। ଏହି ଘଟଣାରେ ଆଉ କାହା କାହାର ସଂପୃକ୍ତି ରହିଛି ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍। ଗିରଫ ଅଭିଯୁକ୍ତ ଗୌତମ ଲେଙ୍କାଙ୍କର ଏକ ରାଇଫଲ ଧରି ଥିବା ଫଟୋ ମଧ୍ୟ ଭାଇରାଲ୍ ହେଉଥିବାବେଳେ, ଏହି ଫଟୋ ସମ୍ପର୍କରେ ଖୋଳତାଡ଼ କରୁଛି ପୋଲିସ। 

ଗତ ୧୫ ତାରିଖ ଦିନ ମହାନଦୀ କୁଳ ଗାନ୍ଧିପଲ୍ଲୀ ଗଡ଼ା ନିକଟରେ ଏହି ରାଷ୍ଟ୍ର ବିରୋଧୀ ସ୍ଲୋଗାନ ଦିଆଯାଇଥିଲା। ଅଭିଯୁକ୍ତ ସୌରଭ "ପାକିସ୍ତାନ ଜିନ୍ଦାବାଦ" ନାରା ଦେଇଥିଲା । ଗୌତମ ଏହାକୁ ମୋବାଇଲରେ ରେକର୍ଡ଼ କରିଥିଲା। ଏହାପରେ ଏହାକୁ ଜାଣି ଶୁଣି ଭାଇରାଲ୍ କରିଥିଲେ ଅଭିଯୁକ୍ତ। ଦୁଇଟି ମୋବାଇଲ ଫୋନ୍ ଜବତ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ। ଗିରଫ ସୌରଭ ନାଁରେ ପୂର୍ବରୁ ଚାଉଳିଆଗଞ୍ଜ ଥାନାରେ ଦୁଇଟି ମାମଲା ଥିବା ବେଳେ ଗୌତମ ନାଁରେ ମର୍କତ ନଗର ଥାନାରେ ଗୋଟିଏ ମାମଲା ରହିଥିବା ସୂଚନା ଦେଇଛି କମିଶନରେଟ ପୋଲିସ। ଦୁଇ ଅଭିଯୁକ୍ତ କଟକ ସହରର ସାମ୍ପ୍ରଦାୟିକ ସଦଭାବ, ସମନ୍ୱୟକୁ ନଷ୍ଟ କରି ହିଂସା ସୃଷ୍ଟି କରିବାକୁ ଉଦ୍ୟମ କରିଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.