ମୁମ୍ବାଇ,୨୪/୫ : ଆଇପିଏଲ୍ ୨୦୨୬ରେ କେତେକ ରେକର୍ଡ଼ ହୋଇଛି । ରେକର୍ଡ଼ କରିଥିବା ଖେଳାଳୀଙ୍କ ଲିଷ୍ଟରେ ବିରାଟ କୋହଲୀ ଏବଂ ସୁନୀଲ ନରେନଙ୍କ ଭଳି ଭେଟରାନ ବି ସାମିଲ ରହିଛନ୍ତି । ଏହା ବ୍ୟତୀତ କିଛି ଟିମର ରେକର୍ଡ଼ ବି ଦେଖିବାକୁ ମିଳିଛି । ଆସନ୍ତୁ ଜାଣିବା ୧୯ତମ ସିଜିନର ୧୦ସବୁଠାରୁ ବଡ଼ ରେକର୍ଡ଼ ବିଷୟରେ ।
ବିରାଟ କୋହଲୀ
ଆଇପିଏଲ୍ ଇତିହାସରେ ବିରାଟ କୋହଲୀ ପ୍ରଥମ ଏଭଳି ଖେଳାଳୀ ହୋଇଛନ୍ତି ଯିଏ ଟୁର୍ଣ୍ଣାମେଣ୍ଟର ଇତିହାସରେ ୯ହଜାର ରନର ସଂଖ୍ୟା ପାର୍ କରି ନେଇଛନ୍ତି । ଏହାସହ କୋହଲୀ ୯ଶତକ ଲଗାଇବାରେ ବି ପ୍ରଥମ ବ୍ୟାଟର ହୋଇଛନ୍ତି ।
ସୁନୀଲ ନରେନ
କୋଲକାତା ନାଇଟ୍ ରାଇଡର୍ସ ଲାଗି ଖେଳୁଥିବା ସୁନୀଲ ନରେନ ଟୁର୍ଣ୍ଣାମେଣ୍ଟ ଇତିହାସରେ ବିଦେଶୀ ଖେଳାଳୀ ଭାବେ ୨୦୦ରୁ ଅଧିକ ମ୍ୟାଚ୍ ଖେଳିବାରେ ପ୍ରଥମ ଖେଳାଳୀ ହୋଇଛନ୍ତି । ଏହି ଲିଷ୍ଟରେ କିରୋନ ପୋଲାର୍ଡ ୧୮୯ମ୍ୟାଚ୍ ସହ ଦ୍ବିତୀୟ ସ୍ଥାନରେ ଅଛନ୍ତି ।
ସବୁଠାରୁ ବଡ଼ ରନ୍ ଚେଜ୍
ଏହି ସିଜିନରେ ପଞ୍ଜାବ କିଙ୍ଗ୍ସ ଆଇପିଏଲ୍ ଇତିହାସର ସବୁଠାରୁ ବଡ଼ ସଫଳ ରନ୍ ଚେଜ କରିବାର ରେକର୍ଡ଼ ନିଜ ନାଁରେ କରିଛି । ଏହା ପୂର୍ବରୁ ବି ଏହି ରେକର୍ଡ଼ ପଞ୍ଜାବ ନାଁରେ ହିଁ ଥିଲା । ଚଳିତ ଥର ପଞ୍ଜାବ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୨୬୪/୪ରନ୍ କରି ବିଜୟ ହାସଲ କରିଛି ।
ମହମ୍ମଦ ଶାମୀ
ଆଇପିଏଲ୍ ପାଳିରେ ପ୍ରଥମ ବଲରେ ସବୁଠାରୁ ଅଧିକ ଓ୍ବିକେଟ ନେବା ମାମଲାରେ ମହମ୍ମଦ ଶାମୀ ନମ୍ବର -୧କୁ ଆସିଯାଇଛନ୍ତି । ଶାମୀ ୬ଥର ଏହି କମାଲ୍ କରି ସାରିଛନ୍ତି । ଲିଷ୍ଟରେ ଦ୍ବିତୀୟ ସ୍ଥାନରେ ଉପସ୍ଥିତ ଜୋଫ୍ରା ଆର୍ଚର ୫ଥର ପ୍ରଥମ ବଲରେ ଓ୍ବିକେଟ ନେଇଛନ୍ତି ।
୧୦ଟିମର ଖେଳାଳୀ ଯୋଡ଼ିଛନ୍ତି ଶତକ
ଏହା ପ୍ରଥମ ଥର ଏଭଳି ଏକ ସିଜିନ ଥିଲା କି ଯେତେବେଳେ ୧୦ଟିମର ଖେଳାଳୀ ଅତି କମରେ ୧-୧ଶତକ ଲଗାଇଛନ୍ତି ।
ସମସ୍ତ ୧୦ଟିମରେ ଭାରତୀୟ ଅଧିନାୟକ
ଆଇପିଏଲ୍ ୨୦୨୬ରେ ପ୍ରଥମ ଥର ଏଭଳି ହୋଇଛି ଯେତେବେଳେ ସମସ୍ତ ୧୦ଟିମର ଅଧିନାୟକ ଭାରତୀୟ ଖେଳାଳୀ ରହିଛନ୍ତି । ଟୁର୍ଣ୍ଣାମେଣ୍ଟର ଆରମ୍ଭରେ ସନରାଇଜର୍ସ ହାଇଦ୍ରାବାଦର ନିୟମିତ ଅଧିନାୟକ ପ୍ୟାଟ କମିନ୍ସ ଆସିପାରିନଥିଲେ, ଯାହାଙ୍କ ସ୍ଥାନରେ ଇଶାନ କିଶାନ କିଛି ମ୍ୟାଚରେ ଟିମର କମାଣ୍ଡ ସମ୍ଭାଳିଥିଲେ ।
ବୈଭବ ସୂର୍ଯ୍ୟବଂଶୀ
ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ୍ ଇତିହାସରେ ୫୦୦ରନର ସଂଖ୍ୟା ପାର୍ କରିବାରେ ସବୁଠାରୁ କମ୍ ବୟସର ଖେଳାଳୀ ହୋଇଯାଇଛନ୍ତି ।
ବୈଭବ ସୂର୍ଯ୍ୟବଂଶୀ (ସବୁଠାରୁ ଅଧିକ ଛକା)
ବୈଭବ ସୂର୍ଯ୍ୟବଂଶୀ ଭାରତୀୟ ବ୍ୟାଟର ଭାବେ ଗୋଟିଏ ସିଜିନରେ ସବୁଠାରୁ ଅଧିକ ଛକା ଲଗାଇଥିବା ଖେଳାଳୀ ହୋଇଯାଇଛନ୍ତି । ବୈଭବଙ୍କ ନାଁରେ ୫୩ଛକା ରେକର୍ଡ଼ ହୋଇଛି । ଯଦି ସମ୍ପୂର୍ଣ୍ଣ ଲିଷ୍ଟ(ବିଦେଶୀ ଖେଳାଳୀଙ୍କୁ ମିଶାଇ) ଦେଖିବା ତେବେ କ୍ରିସ୍ ଗେଲ ୫୯ଛକା ସହ ପ୍ରଥମ ସ୍ଥାନରେ ଅଛନ୍ତି ।
ଗୋଟିଏ ଆଇପିଏଲ୍ ସିଜିନରେ ସବୁଠାରୁ ଅଧିକ ୧୦୦ରନର ଭାଗିଦାରୀ
ଆଇପିଏଲ୍ ୨୦୨୬ ୩୩* ଥର
ଗୋଟିଏ ଆଇପିଏଲ ସିଜିନରେ ସବୁଠାରୁ ଅଧିକ ଥର ୨୦୦+ ରନ୍ କରିଥିବା ଟିମ୍
ସନରାଇଜର୍ସ ହାଇଦ୍ରାବାଦ ୨୦୨୬ର ଆଇପିଏଲରେ ୯ଥର ୨୦୦+ ରନର ସଂଖ୍ୟା କରିଛନ୍ତି । ଏହାସହ ଟିମ୍ ପୂର୍ବ ଥରର ରେକର୍ଡ଼ ଭାଙ୍ଗି ଦେଇଛି । ଯାହା ଗୁଜୁରାଟ ଟାଇଟନ୍ସ ୨୦୨୫ରେ କରିଥିଲା । ଗୁଜୁରାଟ ୮ଥର ଏହି କମାଲ୍ କରିଥିଲା ।