ବେଙ୍ଗାଲୁରୁ,୨୪/୦୪ : ଆଇପିଏଲ୍ ୨୦୨୬ର ୩୪ ତମ ମୁକାବିଲା ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ। ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଆରସିବି। ବର୍ତ୍ତମାନର ପରିସ୍ଥିତିିକୁ ନଜରରେ ରଖିଲେ ଆରସିବିର ପଲା ଭାରି ରହିଛି। ଦଳ ଚଳିତ ଆଇପିଏଲ୍ରେ ୬ଟି ମ୍ୟାଚ୍ରୁ ୪ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି। ସେହିପରି ଗୁଜରାଟ ଟାଇଟନ୍ସ ୬ଟି ମୁକାବିଲା ଖେଳି ୩ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି।ଆଜିର ମ୍ୟାଚ୍ ଜରିଆରେ କିଙ୍ଗ୍ ବିରାଟ କୋହଲି ଓ ପ୍ରିନ୍ସ ଶୁଭମନ ଗିଲଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ଶେଷ ମ୍ୟାଚରେ ପରାଜିତ ହୋଇଥିବା ଉଭୟ ଦଳ ବିଜୟଧାରାକୁ ଫେରିବା ପାଇଁ ତତ୍ପର ରହିଥିବାରୁ ଆଜିର ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇପାରେ। ଗୁଜରାଟ ଟାଇଟାନ୍ସ ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇବ। ଓପନିଂ ବ୍ୟାଟର ଫିଲ୍ ସଲ୍ଟ ଆଘାତ ଯୋଗୁଁ ଆରସିବି ପ୍ଲେଇଂ ଏକାଦଶରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଜ୍ୟାକବ୍ ବେଥେଲ୍ ଦଳରେ ସାମିଲ ହୋଇଛନ୍ତି।ଆରସିବିର ଚୁଡ଼ାନ୍ତ ଏକାଦଶ: ବିରାଟ କୋହଲି, ଦେବଦତ୍ତ ପାଡ଼ିକଲ, ରଜତ ପାଟିଦାର (କ୍ୟାପଟେନ), ଜିତେଶ ଶର୍ମା (ୱିକେଟ୍ କିପର), ଟିମ୍ ଡେଭିଡ, ରୋମାରିଓ ସେଫର୍ଡ, କ୍ରୁଣାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜୋଶ ହେଜେଲଉଡ, ସୁୟଶ ଶର୍ମା, ରସିଖ ସଲାମ ଡାରଗୁଜୁରାଟର ଚୁଡ଼ାନ୍ତ ଏକାଦଶ: ସାଇ ସୁଦର୍ଶନ, ଶୁବମନ ଗିଲ (କ୍ୟାପଟେନ), ଜୋସ୍ ବଟଲର (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଶାହାରୁଖ ଖାନ, ଜେସନ ହୋଲ୍ଡର, ରାହୁଲ ତେୱତିଆ, ରସିଦ ଖାନ, ମାନବ ସୂତାର, କାଗିସୋ ରାବାଡା, ମହମ୍ମଦ ସିରାଜ ।