ମୁମ୍ବାଇ,୧୨/୫ : ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)୨୦୨୬ରେ ନିଜ ଘାତକ ବୋଲିଂରେ ବ୍ୟାଟରଙ୍କୁ ଚିନ୍ତାରେ ପକାଉଛନ୍ତି ଭୁବନେଶ୍ବର କୁମାର । ସେ ଏବେ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(RCB) ଲାଗି ଭଲ ପ୍ରଦର୍ଶନ କରୁଛନ୍ତି । ଭୁବନେଶ୍ବର କୁମାର ଏହି ସମୟରେ ପର୍ପଲ କ୍ୟାପର ରେସରେ ଟପରେ ଅଛନ୍ତି ଏବଂ ଲଗାତର ତାଙ୍କ ଟିମ୍ ଇଣ୍ଡିଆକୁ ଫେରିବାକୁ ଦାବି ଉଠୁଛି । ଏବେ ନିଜେ ଭୁବି ଏହି ପୂରା ମୁଦ୍ଦା ଉପରେ ବହୁତ ଶାନ୍ତ ଏବଂ ସଚ୍ଚୋଟତାର ସହ ଉତ୍ତର ଦେଇଛନ୍ତି ।

ଭୁବନେଶ୍ବର କୁମାର କହିଛନ୍ତି କି, ଏବେ ସେ ଲମ୍ବା ସମୟରୁ ଲକ୍ଷ୍ୟ କରିବା ଛାଡ଼ି ଦେଇଛନ୍ତି । ସେ ଆରସିବି ତରଫରୁ ସେୟାର କରାଯାଇଥିବା ଭିଡ଼ିଓରେ କହିଥିଲେ କି, ମୁଁ ଭାରତ ଲାଗି ଫେରିବା ବିଷୟରେ ଭାବି ନାହିଁ । ମୁଁ କେତେକ ବର୍ଷ ପୂର୍ବରୁ ଲମ୍ବା ଲକ୍ଷ୍ୟ କରିବା ଛାଡ଼ି ଦେଇଥିଲି କାରଣ ଯେତେବେଳେ ବି ଏଭଳି କରିଛି ସେତେବେଳେ ସବୁକିଛି ସେଭଳି ହୋଇ ନାହିଁ ଯେଭଳି ମୁଁ ଭାବିଥିଲି । ଭୁବି କହିଛନ୍ତି କି ତାଙ୍କ ଲାଗି ସବୁଠାରୁ ବଡ଼ ଖୁସି ଏହା ଅଟେ କି ସେ ଭାରତୀୟ ଟିମ୍ ଲାଗି ଏତେ ମ୍ୟାଚ୍ ଖେଳିଛନ୍ତି ଏବଂ ଏତେ ଓ୍ବିକେଟ ନେଇଛନ୍ତି । ୩୬ବର୍ଷୀୟ ଭୁବନେଶ୍ବର କୁମାର ଏହି ସିଜନ ନୂଆ ବଲ୍ ଏବଂ ଡେଥ ଓଭର ଦେବାରେ ବହୁତ ବିପଦଜନକ ନଜର ଆସୁଛନ୍ତି । ସେ ଏବେ ପର୍ଯ୍ୟନ୍ତ ୧୧ମ୍ୟାଚ ଖେଳି ୨୧ଓ୍ବିକେଟ ନେଇଛନ୍ତି ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲରୁକୁ ପଏଣ୍ଟ୍ସ ଟେବୁଲରେ ଭଲ ସ୍ଥିତିରେ ପହଞ୍ଚିବାରେ ବଡ଼ ଭୂମିକ ନିଭାଇଛନ୍ତି ।

ଭୁବନେଶ୍ବର କୁମାର ଏହି ସିଜନରେ ନିଜ ଶାନଦାର ସ୍ବିଂ ବୋଲିଂ ଲାଗି ଖୁବ୍ ପ୍ରଶଂସା ସାଉଣ୍ଟୁଛନ୍ତି । ନୂଆ ବଲରେ ଉଭୟ ତରଫରୁ ସ୍ବିଂ କରିବା ଲାଗି ତାଙ୍କ କ୍ଷମତା ବ୍ୟାଟିଂ ଲାଗି ବଡ଼ ଚ୍ୟାଲେଞ୍ଜ ହେଉଛି । ସେହିଭଳି ଡେଥ୍ ଓଭରରେ ବି ତାଙ୍କ ସଠିକ୍ ଲାଇନ୍- ଲେନ୍ଥ ତାଙ୍କୁ ଆଇପିଏଲ୍ ୨୦୨୬ର ସବୁଠାରୁ ଭରସାପୂର୍ଣ୍ଣ ଦ୍ରୁତବୋଲର ହୋଇଯାଇଛନ୍ତି । ଭୁବନେଶ୍ବର କୁମାର ଶେଷ ଥର ୨୦୨୨ରେ ଭାରତ ଲାଗି ମ୍ୟାଚ୍ ଖେଳିଥିଲେ । ଏହାପରେ ଭାରତୀୟ ଟିମ୍ ଯୁବ ଦ୍ରୁତବୋଲର ଉପରେ ଅଧିକ ଭରସା ଦେଖାଇଥିଲେ । କିନ୍ତୁ ଆଇପିଏଲ୍ ୨୦୨୬ରେ ତାଙ୍କ ଶାନଦାର୍ ଫେରସ୍ତ ପୁଣି ଥରେ ଚୟନକର୍ତ୍ତାଙ୍କ ଧ୍ୟାନ ଟାଣିଥିଲା ।

ଭୁବି କହିଛନ୍ତି କି ଅନ୍ତରାଷ୍ଟ୍ରୀୟ କ୍ରିକେଟ ନ ଖେଳିବାର ଏକ ସୁଫଳ ଏହା ଅଟେ କି ଏବେ ତାଙ୍କୁ ଟ୍ରେନିଂ ଏବଂ ରିକଭରୀ ଲାଗି ଅଧିକ ସମୟ ମିଳିଯାଇଥାଏ । ସେ କହିଛନ୍ତି କି, ମୁଁ ପ୍ରଥମରୁ ବି ସେହି ଜନିଷ କରୁଥିଲି, କିନ୍ତୁ ଏବେ ମୋ ପାଖରେ ଟ୍ରେନିଂ ଏବଂ ରିକଭରି ଉପରେ ଅଧିକ ଧ୍ୟାନ ଦେବାର ସମୟ ଅଛି ।