ଲକ୍ଷ୍ନୌ ୧୫/୦୫: ଚଳିତ ଆଇପିଏଲ୍ର ୫୯ତମ ଲିଗ୍ ମୁକାବିଲାରେ ଆଜି ଲକ୍ଷ୍ନୌ ଓ ଚେନ୍ନାଇ ପରସ୍ପରକୁ ଭେଟିବେ । ଏକାନ୍ନା ଷ୍ଟାଡ଼ିୟମ୍ରେ ଏହି ମ୍ୟାଚ ଖେଳାଯିବ । ଲକ୍ଷ୍ନୌ ପ୍ଲେ-ଅଫ୍ ଦୌଡ଼ରୁ ବାଦ ପଡ଼ି ସାରିଛି । ଚେନ୍ନାଇ ଆଶା ଏବେ ବି ଉଜ୍ଜୀବିତ ରହିଛି । ୧୧ଟି ମ୍ୟାଚ ଖେଳି ୧୨ ପଏଣ୍ଟ ଅର୍ଜନ କରି ତାଲିକାର ପଞ୍ଚମ ସ୍ଥାନରେ ରହିଥିବା ଚେନ୍ନାଇକୁ ପ୍ଲେ-ଅଫ୍ରେ ସ୍ଥାନ ପକ୍କା କରିବାକୁ ହେଲେ ଅତି କମ୍ରେ ୨ଟି ମ୍ୟାଚ ଜିତିବାକୁ ପଡ଼ିବ। ଚେନ୍ନାଇକୁ ଅର୍ଦ୍ଧାଧିକ ମ୍ୟାଚ ଜିତାଇଥିବା ଜାମି ଓଭରଟନ ଆହତ ହୋଇ ବାଦ ପଡ଼ିଛନ୍ତି ।
ଆଜି ଦଳ ତାଙ୍କ ଅନୁପସ୍ଥିତି ଅନୁଭବକରିବ । ମହେନ୍ଦ୍ର ସିଂହ ଧୋନି ମଧ୍ୟ ଦଳ ସହ ଲକ୍ଷ୍ନୌ ଯାତ୍ରା କରି ନାହାନ୍ତି । ତେଣୁ ତାଙ୍କ ସମର୍ଥକ ନିରାଶ ହେବା ନିଶ୍ଚିତ । ତଥାପି ଫର୍ମ ଫେରିପାଇବାକୁ ସଂଘର୍ଷ କରୁଥିବା ଲକ୍ଷ୍ନୌକୁ ହରାଇବା ଏତେ କଷ୍ଟକର ହେବ ନାହିଁ । ଲକ୍ଷ୍ନୌ ଦଳଗତ ପ୍ରଦର୍ଶନ କରିବାରେ ବିଫଳ ହୋଇଛି । କେବଳ ମିଚେଲ ମାର୍ଶଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସିବ୍ୟାଟର ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରିନାହାନ୍ତି । ଅବଶ୍ୟ ବୋଲିଂ ବିଭାଗର ଶୃଙ୍ଖଳିତ ପ୍ରଦର୍ଶନ ଯୋଗୁଁ ଦଳ କିଛି ମ୍ୟାଚ ଜିତିବାରେ ସଫଳ ହୋଇଛି ।
ଚେନ୍ନାଇକୁ ଆଜି ଲକ୍ଷ୍ନୌ ବୋଲିଂ ବାହିନୀ ପ୍ରତି ସତର୍କ ରହିବାକୁ ହେବ । ସଞ୍ଜୁ ସାମସନ ୨ଟି ଶତକୀୟ ପାଳି ଖେଳିସାରିଛନ୍ତି ।ଉର୍ଭିଲ ପଟେଲ ୧୩ଟି ବଲ୍ରୁ ଅର୍ଦ୍ଧଶତକଅର୍ଜନ କରି ବିସ୍ଫୋରକ ବ୍ୟାଟିଂ ଦକ୍ଷତା ପ୍ରମାଣିତ କରିଛନ୍ତି । ଋତୁରାଜ ଗାଏକୱାଡ ମଧ୍ୟ ଉପଯୋଗୀ ବ୍ୟାଟିଂ କରୁଛନ୍ତି । ମାତ୍ର ମଧ୍ୟକ୍ରମ ବ୍ୟାଟିଂ ବିଭାଗ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ ।
ଅଧିକ ପଢ଼ନ୍ତୁ :- IND vs AFG: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ-ଦିନିକିଆ ସିରିଜରେ କାହାକୁ ମିଳିବ ସୁଯୋଗ ? ୧୯ରେ ଭାରତୀୟ ଦଳ ଘୋଷଣା
ଉଭୟ ଦଳରେ ଆଜି ପରିବର୍ତ୍ତନ ହେବା ସମ୍ଭାବନା ରହିଛି । ଆହତ ଓଭରଟନଙ୍କ ସ୍ଥାନରେ ସ୍ପେନସର ଜନସନ ଖେଳିବା ଆଶା କରାଯାଉଛି । ନଚେତ ମାଟ ହେନରୀ ଏକାଦଶକୁ ପ୍ରତ୍ୟାବର୍ତ୍ତନ କରିବେ । ଲକ୍ଷ୍ନୌ ଦିଗବେଶ ରାଠିଙ୍କୁ ବିଶ୍ରାମ ଦେଇ ପେସ୍ ବୋଲର ମହସିନ ଖାନଙ୍କୁ ଏକାଦଶକୁ ଡ଼କାଇବା ଆଶା କରାଯାଉଛି ।
ଆଜି ନୂର ଅହମ୍ମଦ ଓ ନିକୋଲାସପୂରନଙ୍କ ମଧ୍ୟରେ ଏକ ଲଢ଼େଇ ଦେଖିବାକୁମିଳିପାରେ । ନୂରଙ୍କ ବିପକ୍ଷରେ ପୂରନ ୪ଟିମ୍ୟାଚ ଖେଳି ୩ଥର ଆଉଟ୍ ହୋଇଛନ୍ତି ।ସେହିପରି ଲକ୍ଷ୍ନୌ ସ୍ପିନର ସାହବାଜ ଅହମ୍ମଦପୂର୍ବରୁ ଋତୁରାଜ ଗାଏକୱାଡଙ୍କୁ ୩ଥର ଆଉଟ୍ କରିସାରିଛନ୍ତି ।
ସଞ୍ଜୁ ସାମସନ ଆଉ ୧୦୨ ରନ୍ କଲେଗୋଟିଏ ସିଜନରେ ସର୍ବାଧିକ (ବ୍ୟକ୍ତିଗତ) ରନକରିବେ । ପୂର୍ବରୁ ୨୦୨୪ ସିଜନରେ ସେ ୧୬ଟିମ୍ୟାଚ ଖେଳି ୫୩୧ ରନ କରିଥିଲେ । ଚଳିତସିଜନରେ ସେ ୧୧ଟି ମ୍ୟାଚ ଖେଳି ୪୩୦ ରନସଂଗ୍ରହ କରିସାରିଛନ୍ତି ।
ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ପେସ୍ ବୋଲରଙ୍କୁ ସହାୟତା କରୁଛି । ଏହି ପିଚରେ ୨ଟି ମ୍ୟାଚ ଖେଳ ହୋଇ ସାରିଛି । ପେସ୍ ବୋଲରମାନେ ଏହି ୨ଟି ମ୍ୟାଚରେ ମୋଟ୍ ୨୦ଟିୱିକେଟ୍ ଅକ୍ତିଆର କରିଛନ୍ତି । ଆଜି ବଡ଼ ସ୍କୋର ସମ୍ଭାବନା ନଥିଲେ ହେଁ ଘାତକ ପେସ୍ ବୋଲିଂ ଦେଖିବାକୁ ମିଳିବ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଦଳ
ଲକ୍ଷ୍ନୌ: ଜୋସ ଇଂଲିଶ, ମିଚେଲ ମାର୍ଶ, ନିକୋଲାସପୂରନ, ରିଷଭ ପନ୍ତ (ଅଧିନାୟକ), ଆଡେନମାରକ୍ରମ, ଅକ୍ସତ ରଘୁବଂଶୀ, ସାହବାଜ ଅହମ୍ମଦ,ହିମତ ସିଂହ, ମହମ୍ମଦ ସାମି, ଅଭେଶ ଖାନ,ପ୍ରିନ୍ସ ଯାଦବ, ମହସିନ ଖାନ ।
ଚେନ୍ନାଇ: ଋତୁରାଜ ଗାଏକୱାଡ୍ (ଅଧିନାୟକ),ସଞ୍ଜୁ ସାମସନ, ଉର୍ଭିଲ ପଟେଲ, କାର୍ତ୍ତିକ ଶର୍ମା,ଡିୱାଲ୍ଡ ବ୍ରେଭିସ୍, ଶିବମ ଦୁବେ, ପ୍ରଶାନ୍ତ ବୀର,ଅକିଲ ହୋସେନ, ଅଂଶୁଲ କାମ୍ବୋଜ, ସ୍ପେନସରଜନସନ, ନୂର ଅହମ୍ମଦ, ମୁକେଶ ଚୌଧୁରୀ ।