ନୂଆଦିଲ୍ଲୀ,୧୨/୦୪; ଚଳିତ ସିଜନରେ ଚେନ୍ନାଇ ଖାତା ଖୋଲିଛି । ଦିଲ୍ଲୀକୁ ୨୩ ରନରେ ପରାସ୍ତ କରି ପ୍ରଥମ ମ୍ୟାଚ ଜିତିଛି । ମ୍ୟାଚର ମୁଖ୍ୟ ଆକର୍ଷକ ଥିଲେ ସଞ୍ଜୁ ସାମସନ ଯିଏକି ୩ଟି ମ୍ୟାଚରେ ବିଫଳତା ପରେ ଶତକ ହାସଲ କରି ଜବରଦସ୍ତ କମବ୍ୟାକ କରିଥିଲେ । ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ପଡ଼ିଆର ପରିବେଶ ସରଗରମ ହୋଇଯାଇଥିଲା। ଅମ୍ପାୟାର ଟ୍ରିଷ୍ଟାନ୍ ଷ୍ଟବ୍ସଙ୍କ ଗ୍ଲୋବସ୍ ବଦଳାଇବା ଅନୁରୋଧକୁ ମନା କରିଦେଇଥିଲେ । ଏହା ପରେ ପରେ ହିଁ ଷ୍ଟବ୍ସ ଆଉଟ୍ ହୋଇଥିଲେ । ଏହା ପରେ ଅମ୍ପାୟାରଙ୍କ ସହ ଦିଲ୍ଲୀ ପ୍ରଶିକ୍ଷକ ଏବଂ ନୀତିଶ ରାଣା ମୁହାଁମୁହିଁ ହୋଇଥିଲେ ।
୨ ୱିକେଟ ହରାଇ ୨୧୨ରନ୍ କରିଥିଲା ଚେନ୍ନାଇ । ଯାହା ଏହି ସିଜିନରେ ଦଳର ସର୍ବାଧିକ ଦଳୀୟ ସ୍କୋର । ଦଳର ବ୍ୟାଟିଂ ସନ୍ତୁଳନ ଏବଂ ଆକ୍ରମଣାତ୍ମକ ପ୍ରଦର୍ଶନ ଦିଲ୍ଲୀ ବୋଲରଙ୍କୁ ଚାପରେ ରଖିଥିଲା । ୨୧୨ରନର ଟାର୍ଗେଟ ପିଛା କରି ଦିଲ୍ଲୀ ଭଲ ଆରମ୍ଭ କରଥିଲା କିନ୍ତୁ ମଧ୍ୟକ୍ରମ ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଚେନ୍ନାଇ ବୋଲର ଜେମି ଓଭରଟନ ୪ଟି ୱିକେଟ ନେଇ ମ୍ୟାଚର ଗତିପଥ ବଦଳାଇ ଦେଇଥିଲେ । ହେଲେ ଦ.ଆଫ୍ରିକା ବ୍ୟାଟର ଟ୍ରିଷ୍ଟାନ ଷ୍ଟବ୍ସ ଲଢୁଆ ଇନିଂସ ଖେଳି ୬୦ ରନ୍ କରିଥିଲେ । ମ୍ୟାଚକୁ ରୋମାଞ୍ଚକର ସ୍ଥିତିକୁ ଆଣୁଥିଲେ କିନ୍ତୁ ଦିଲ୍ଲୀ ୧୮୯ରେ ଅଲଆଉଟ ହୋଇଥିଲା ।
ଏହା ବି ପଢନ୍ତୁ...ସେଞ୍ଚୁରୀ ପରେ ସଞ୍ଜୁଙ୍କ ଖୁଲାସା, କାହାକୁ କହିଲେ ସବୁ ମ୍ୟାଚରେ ଆସ ? ଜାଣନ୍ତୁ ଏପ୍ରିଲ୍ ୧୧ରେ ଶତକର ସଂଯୋଗ
ଅମ୍ପାୟାର-ନୀତିଶ ଯୁକ୍ତିତର୍କ- ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେୟାର ଅମ୍ପାୟାରଙ୍କ ଏକ ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ମାମଲାଟି ହେଉଛି, ଟ୍ରିଷ୍ଟାନ ଷ୍ଟବ୍ସ ଗ୍ଲୋବସ ବଦଳାଇବାକୁ ଅନୁରୋଧ କରିଥିଲେ । ଯାହାକୁ ଅମ୍ପାୟାର ମନା କରିଥିଲେ । ଏହି ନିଷ୍ପତ୍ତି ପରେ ନୀତିଶଙ୍କ ଚତୁର୍ଥ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଦଳର ପ୍ରଶିକ୍ଷକ ହେମାଙ୍ଗ ବଦାନୀ ମଧ୍ୟ ବିରକ୍ତି ପ୍ରକାଶ କରିଥିଲେ । ୧୯ ତମ ଓଭରରେ ଏହି ଘଟଣା ଘଟିଥିଲା । ଷ୍ଟବ୍ସଙ୍କ ଗ୍ଲୋବସ ଝାଳରେ ଓଦା ହୋଇଯାଇଥିଲା । ତେଣୁ ସେ ଏହାକୁ ବଦଳାଇବାକୁ ଅନୁମତି ମାଗିଥିଲେ । ଓଭର ମଝିରେ ଗ୍ଲୋବସ ବଦଳାଇବାକୁ ଅନୁମତି ଦିଆଯାଇନଥିଲା । ଏହାକୁ ନେଇ ଦିଲ୍ଲୀ ଶିବିରରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।
୧୮ ଓଭର ସୁଦ୍ଧା ଦଳୀୟ ସ୍କୋର ୧୮୧ରେ ପହଞ୍ଚିଥିଲା । ୧୨ଟି ବଲ୍ରେ ବିଜୟ ପାଇଁ ୩୨ ରନ ଆବଶ୍ୟକ ହେଉଥିଲା । ୧୯ତମ ଓଭରରେ ଷ୍ଟବ୍ସ ଆଉଟ୍ ହେବା ପରେ ଦିଲ୍ଲୀର ସବୁ ଆଶା ମଉଳି ଯାଇଥିଲା । ସେ ୩୮ଟି ବଲ୍ରେ ୪ଚୌକା ଓ ୩ ଛକା ବଳରେ ୬୦ ରନ କରିଥିଲେ । ଶେଷରେ ଦିଲ୍ଲୀ ୧୮୯ ରନ କରି ସମସ୍ତ ୱିକେଟ୍ ହରାଇଥିଲା । ଚେନ୍ନାଇ ପକ୍ଷରୁ ଜାମି ଓଭରଟନ ୪ଟି ଓ ଅଂଶୁଲ କାମ୍ବୋଜ ୩ଟି ୱିକେଟ ଅକ୍ତିଆର କରିଥିଲେ । ଚଳିତ ସିଜିନରେ ପ୍ରଥମ ମ୍ୟାଚ ଜିତି ପଏଣ୍ଟ ଖାତା ଖୋଲିଛି ଚେନ୍ନାଇ ସୁପରକିଙ୍ଗସ ।