ନୂଆଦିଲ୍ଲୀ : ଆଇପିଏଲର ୧୫ତମ ମ୍ୟାଚରେ ଅମ୍ପାୟାରଙ୍କ ଏକ ନିଷ୍ପତ୍ତିକୁ ନେଇ ଏବେ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ଚର୍ଚ୍ଚା । ଲକ୍ଷ୍ନୌ ଏବଂ କୋଲକାତା ବିପକ୍ଷ ମ୍ୟାଚରେ ଉପୁଜିଥିବା ଏକ ବିବାଦ ଏବେ ଆଲୋଚନାର ବିଷୟ ପାଲଟିଛି । କୋଲକାତାର ଓପନର ବ୍ୟାଟ୍ସମ୍ୟାନ୍ ଫିନ୍ ଆଲେନ୍ ଦ୍ବିତୀୟ ଓଭର ଚାଲିଥିବାବେଳେ ଆଉଟ୍ ହୋଇଥିଲେ । ଲକ୍ଷ୍ନୌର ବୋଲର ପ୍ରିନ୍ସ ଯାଦବଙ୍କ ବଲରେ ସେ ଦିଗବେଶ ରାଠିଙ୍କ ହାତରେ ଧରା ପଡ଼ିଥିଲେ ।
ଦୌଡ଼ି ଦୌଡ଼ି ବାଉଣ୍ଡୁରୀ ପାଖରୁ କ୍ୟାଚ୍ ନେଇଥିଲେ ଦିଗବେଶ । ବଲଟି ଅଫ୍ ଷ୍ଟମ୍ପ ବାହାରେ ରହିଥିବାବେଳେ ବଡ଼ ସଟ୍ ମାରିବାକୁ ପ୍ରୟାସ କରିଥିଲେ ଆଲେନ୍ । ମାତ୍ର ଡିପ୍ ଥାର୍ଡମ୍ୟାନ୍ ଅଞ୍ଚଳରେ ଦିଗବେଶ କ୍ୟାଚ୍ ଧରିଥିଲେ । ପ୍ରଥମେ ଏହାକୁ ଏକ ବଡ଼ କ୍ୟାଚ୍ ବୋଲି କୁହାଯାଇଥିଲା । ମାତ୍ର ପରେ କ୍ୟାମେରାରେ କ୍ୟାପଚର ହୋଇଥିଲା କି, ବାଉଣ୍ଡୁରୀରେ ଦିଗବେଶଙ୍କ ଗୋଡ଼ ବାଜିଛି । ମାତ୍ର ଏହାକୁ ଆଉଟ୍ ଘୋଷଣା କରିଥିଲେ । ଏକ କଠିନ୍ କ୍ୟାଚ୍ ହୋଇଥିଲେ ମଧ୍ୟ ଅମ୍ପାୟାର ଚେକ୍ କରିନଥିଲେ । ସିଧା ଆଉଟ୍ ଘୋଷଣା କରିଥିଲେ ।
କ୍ୟାମେରା ଜଣାପଡ଼ିଥିଲା କି, ଏହା ଛକା ହୋଇଥିଲା ମାତ୍ର ଅମ୍ପାୟାରଙ୍କ ନିଷ୍ପତ୍ତି ପରେ ଏବେ ଏକ୍ସରେ #FinnAllenNotOut ଏବଂ #BadUmpiring ଟ୍ରେଣ୍ଡ କରିବା ଆରମ୍ଭ କରିଛି । ଅମ୍ପାୟରଙ୍କ ଏହି ତ୍ରୁଟି ଯୋଗୁଁ କୋଲକାତା ନାଇଟ୍ ରାଇଡର୍ସ ମାତ୍ର ୧୫ ରନରେ ପ୍ରଥମ ୱିକେଟ ହରାଇଥିଲା। ଫିନ୍ ଆଲେନ୍ ୮ ବଲରୁ ୯ ରନ କରି ପାଭିଲିୟନ ଫେରିଥିଲେ। ଆଲେନ୍ ଯଦି ଆଉଟ୍ ହୋଇନଥାନ୍ତେ ତାହେଲେ କେକେଆର ଏକ ବିଶାଳ ସ୍କୋର କରିପାରିଥାନ୍ତା ।
ଏହାସହ ପଢ଼ନ୍ତୁ : ପରକୀୟାପ୍ରୀତିର କରୁଣ ପରିଣତି: ପ୍ରେମିକ କଲାନି ନିଜର, ସ୍ବାମୀ କହିଲା ତୁ ମର….