ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଗୋଟିଏ ପରେ ଗୋଟିଏ ରେକର୍ଡ ଦେଖିବାକୁ ମିଳୁଛି । ବିଶାଳ ସ୍କୋର ହେଉଥିବାବେଳେ ଦଳମାନେ ଏହାକୁ ଚେଜ୍ ମଧ୍ୟ କରୁଛନ୍ତି । ବେଶ ରୋମାଞ୍ଚକ ମୋଡରେ ପହଞ୍ଚିଛି ଆଇପିଏଲର ୧୯ତମ ସିଜିନ । ଟିମ୍ ଇଣ୍ଡିଆର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବିରାଟ ଦୁଇଟି ମ୍ୟାଚରେ ଗୋଲଡେନ ଡକରେ ଆଉଟ୍ ହୋଇଥିଲେ । ମାତେ କୋଲକାତା ବିପକ୍ଷରେ ଶତକୀୟ ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ । ତେବେ ଏହି ଶତକ ପରେ ଆଇପିଏଲରେ ବଡ଼ ରେକର୍ଡ ହୋଇଛି । ଯାହା ପୂର୍ବରୁ କେବେ ମଧ୍ୟ ହୋଇନାହିଁ ।

 

ବିରାଟଙ୍କ ଶତକ ବଳରେ ଚଳିତ ବର୍ଷ ସମସ୍ତ ଦଳର ଖେଳାଳି ଶତକ ମାରିବାରେ ସଫଳ ହୋଇଛନ୍ତି । ସମସ୍ତ ୧୦ ଫ୍ରାଞ୍ଚାଇଜର ଖେଳାଳିଙ୍କ ମଧ୍ୟରେ ଶତକ ମାରିଥିବା ଖେଳାଳି ରହିଛନ୍ତି । କେବଳ ବେଙ୍ଗାଲୁରୁ ଏହି ରେସରେ ପଛରେ ରହିଥିଲା । ଯାହାକୁ ନେଇ ସୋସିଆଲ ମିଡିଆରେ ମଧ୍ ଟ୍ରୋଲ୍ କରାଯାଉଥିଲା । ଚଳିତ ସିଜିନରେ ସବୁ ଦଳ ଶତକ କରିଥିବାବେଳେ ଆରସିବିର କେହି ଏହି ତାଲିକାରେ ନାହାନ୍ତି । ମାତ୍ର କୋଲକାତା ବିପକ୍ଷ ମ୍ୟାଚରେ ବିରାଟ ଟ୍ରୋଲରଙ୍କ ମୁହଁ ବନ୍ଦ କରିଛନ୍ତି ।

 

କେଉଁ ଦଳରୁ କିଏ କରିଛନ୍ତି ଶତକ ?

ଚେନ୍ନାଇ: ସଞ୍ଜୁ ସାମସନ

କୋଲକାତା: ଫିନ୍ ଆଲେନ୍

ମୁମ୍ବାଇ: ଡି-କକ୍, ତିଲକ ବର୍ମା, ରିକଲଟନ୍

ଗୁଜୁରାଟ: ସାଇ ସୁଦର୍ଶନ

ହାଇଦ୍ରାବାଦ: ଅଭିଷେକ ଶର୍ମା

ରାଜସ୍ଥାନ: ବୈଭବ ସୂର୍ଯ୍ୟବଂଶୀ

ଲକ୍ଷ୍ନୌ: ମିଚେଲ ମାର୍ଶ

ଦିଲ୍ଲୀ: କେ.ଏଲ ରାହୁଲ

ପଞ୍ଜାବ: କୁପର କୋନଲି

ବେଙ୍ଗାଲୁରୁ: ବିରାଟ କୋହଲି