ମୁମ୍ବାଇ,୩୦/୪ : ଗୁଜୁରାଟ ଟାଇଟାନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ୱିକେଟରେ ପରାସ୍ତ କରିଛି । ୧୫୬ରନ୍ ଟାର୍ଗେଟର ପିଛା କରି ଗୁଜୁରାଟ ଟାଇଟାନ୍ସ ୧୫.୫ରେ ୬ଓ୍ବିକେଟ ହରାଇ ୧୫୮ରନ୍ କରି ନେଇଛି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭୁବନେଶ୍ୱର କୁମାରଙ୍କ ଐତିହାସିକ ପ୍ରଦର୍ଶନ ସତ୍ତ୍ୱେ, ବେଙ୍ଗାଲୁରୁ ବିଜୟ ହାସଲ କରିପାରିଲା ନାହିଁ । ଏହି ମ୍ୟାଚ୍ରେ ଭୁବନେଶ୍ୱର ୩ଟି ୱିକେଟ୍ ନେଇଥିଲେ। ସେ ତାଙ୍କ ଟି-୨୦ କ୍ୟାରିୟରରେ ୩୫୦ୱିକେଟରେ ପହଞ୍ଚିଛନ୍ତି । ଟସ୍ ହାରିବା ପରେ ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା। ବିରାଟ କୋହଲି ୨୮ ରନ ଏବଂ ଦେବଦତ୍ତ ପାଡିକ୍କଲ ୪୦ ରନ କରିଥିଲେ । ଅନ୍ୟ ସମସ୍ତ ଆରସିବି ବ୍ୟାଟସମ୍ୟାନ ବିଫଳ ହୋଇଥିଲେ। ଦଳ ପ୍ରାୟ ୧୫୫ ରନରେ ପହଞ୍ଚିପାରିଥିଲା ।
ଏହି ମ୍ୟାଚ୍ରେ ସାଇ ସୁଦର୍ଶନଙ୍କ ୱିକେଟ୍ ନେଇ ଭୁବନେଶ୍ୱର କୁମାର ତାଙ୍କ ଟି-୨୦ କ୍ୟାରିୟରରେ ୩୫୦ ୱିକେଟ୍ ପୂରଣ କରିଥିଲେ । ୟୁଜଭେନ୍ଦ୍ର ଚହଲଙ୍କ ପରେ ସେ ଟି-୨୦ କ୍ରିକେଟ୍ରେ ଏହି ସଫଳତା ହାସଲ କରିବାରେ ଦ୍ୱିତୀୟ ଭାରତୀୟ। ଭୁବନେଶ୍ୱର କୁମାର ତାଙ୍କ ୩୨୫ତମ ମ୍ୟାଚ୍ରେ ୩୫୦ ୱିକେଟ୍ ହାସଲ କରିଥିଲେ। ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ୍ରେ ସେ ସାଇ ସୁଦର୍ଶନ, ଶୁଭମନ ଗିଲ୍ ଏବଂ ଜୋସ୍ ବଟଲରଙ୍କ ୱିକେଟ୍ ନେଇଥିଲେ।
ଗୁଜୁରାଟ ଟାଇଟନ୍ସ ପକ୍ଷରୁ ସାଇ ସୁଦର୍ଶନ ୬(୫), ଶୁଭମନ ଗିଲ୪୩(୧୮), ଜୋଶ ବଟଲର ୩୯(୧୯), ଓ୍ବାଶିଂଟନ ସୁନ୍ଦର ୧୨(୧୨), ଶାହରୁଖ ଖାନ ୮(୮), ରାହୁଲ ତେଓ୍ବାଟିଆ୨୭*(୧୭), ଜଶନ ହୋଲଡର ୧୨(୧୦), ରସିଦ ଖାନ୍ ୭*(୬) କରିଛନ୍ତି । ଭୁବନେଶ୍ବରକୁମାର ସର୍ବାଧିକ ୩ଓ୍ବିକେଟ ନେଇଥିବାବେଳେ ରୋମାରିଓ ସେଫରେଦ ୨ଓ୍ବିକେଟ ନେଇଛନ୍ତି । ସୁୟାସ ଶର୍ମା ଗୋଟିଏ ଓ୍ବିକେଟ ନେଇଛନ୍ତି ।
ଆରସିବି ପ୍ରଥମେ ବ୍ୟାଟିଂ କରି ୧୯.୨ବଲରେ ୧୫୫ରନ୍ କରି ଅଲଆଉଟ୍ ହୋଇଥିଲା । ଗୁଜୁରାଟ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଆରସିବି ପକ୍ଷରୁ ଦେବିଦତ୍ତ ପାଡ଼ିକଲ ୪୦(୨୪)ରନର ପାଳି ଖେଳିଛନ୍ତି । ସେହିଭଳି ଜାକବ ବେଥେଲ ୫(୫), ବିରାଟ କୋହଲୀ୨୮(୧୩), ରଜତ ପଟ୍ଟିଦାର ୧୯(୧୫), ଜିତେଶ ଶର୍ମା ୧(୩), ଟିମ୍ ଡାଭିଡ୍ ୯(୬), କୃଣାଲ ପାଣ୍ଡ୍ୟା ୪(୪), ରୋମାରିଓ ସେଫେଡ଼ ୧୭(୧୫), ଭେଙ୍କଟେଶ ଲେୟର ୧୨(୧୫), ଭୁବନେଶ୍ବର କୁମାର ୧୫*(୧୫), ଜୋଶ୍ ହାଜେଲଉଡ଼ ୦(୧) । ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଅର୍ସଦ ଖାନ ସର୍ବାଧିକ ୩ ଓ୍ବିକେଟ ନେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜଶନ ହୋଲଡର ଓ ରସିଦ ଖାନ୍ ଦୁଇଟି ଲେଖାଏଁ ଓ୍ବିକେଟ ନେଇଛନ୍ତି । ସେହିଭଳି ମହମ୍ମଦ ସିରାଜ ଏବଂ କାଜିଶୋ ରବଡା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।