ଚେନ୍ନାଇ : ଚଳିତ ଆଇପିଏଲର ୨୨ତମ ଲିଗ୍ ମ୍ୟାଚରେ ଆଜି ଚେନ୍ନାଇ ସୁପରକିଙ୍ଗସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳା ଯାଉଥିଲା। ଏହି ମୁକାବିଲା ଏମଏ ଚିଦମ୍ୱରମ ଷ୍ଟାଡିୟମ, ଚେନ୍ନାଇରେ ଅନୁଷ୍ଠିତ ହୋଇଥିଲା। ଚେନ୍ନାଇର ୧୯୩ର ଟାର୍ଗେଟକୁ ପିଛା ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟର ୧୬୦ ରନ କରି ପାରିଛି। ଚେନ୍ନାଇ ଆଜିର ମ୍ୟାଚ୍‌ରେ ମାଜିବାତ୍ ମାରିଛି। ୩୨ ରନ୍‌ରେ କୋଲକାତାକୁ ହରାଇଛି

କେକେଆର (କୋଲକାତା ନାଇଟ୍ ରାଇଡର୍ସ) ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଚେନ୍ନାଇ ସୁପର କିଙ୍ଗସ୍ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୯୨ ରନ କରିଥିଲା, KKRକୁ ୧୯୩ ରନର ଟାର୍ଗେଟ ଦେଇଥିଲା । CSK ର ବ୍ୟାଟସମ୍ୟାନ ମାନେ ଇନିଂସକୁ ଭଲ ଭାବରେ ଶେଷ କରିବା ପାଇଁ ସଂଘର୍ଷ କରି ଥିଲେ। ଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କେକେଆର ଅଧିନାୟକ ଅଜିକ୍ୟ ରାହାଣେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।

ପ୍ରଥମେ ବ୍ୟାଟିଂ କରି ସିଏସକେ ଭଲ ଆରମ୍ଭ କରିଥିଲା , କିନ୍ତୁ ୨୫ ରନ ସ୍କୋରରେ ଅଧିନାୟକ ଗାୟକୱାଡ ୬ ବଲରେ ୭ ରନ କରି ଆଉଟ ହୋଇ ଥିଲେ। ଏହା ପରେ ଆୟୁଷ ମହାତ୍ରେ ୩୮ ରନର ଇନିଂସ ଖେଳି ଥିଲେ, କିନ୍ତୁ ସେ ମଧ୍ଯ ଏକ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତରେ ଆଉଟ ହୋଇଥିଲେ । ସଞ୍ଜୁ ସାମସନ ୩୨ ବଲରେ ୩୮ ରନ କରି ବ୍ୟାଟିଂ କରୁଥିବା ବେଳେ, କାର୍ତ୍ତିକ ତ୍ୟାଗୀ ତାଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ । ଏହା ପରେ, ସରଫରାଜ ଖାନ ଏବଂ ବ୍ରେଭିସ୍ ଇନିଂସ ଖେଳିଥିଲେ। କିନ୍ତୁ ଶେଷରେ, ସେମାନେ ମଧ୍ୟ ଦଳକୁ ୨୦୦ ରନରେ ପହଞ୍ଚାଇ ପାରିନଥିଲେ ।

କେକେଆର ପକ୍ଷରୁ ଚମତ୍କାର ବୋଲିଂ କରି କାର୍ତ୍ତିକ ତ୍ୟାଗୀ ତାଙ୍କ ଚାରି ଓଭରରେ ୩୫ ରନ୍ ଦେଇ ସଞ୍ଜୁ ସାମସନ ଓ ବ୍ରେଭିସଙ୍କ ଦୁଇଟି ଗୁରୁତ୍ବପୂର୍ଣ୍ଣ ୱିକେଟ୍ ନେଇ ଥିଲେ। ସୁନୀଲ ନରେନ୍ ଚାରି ଓଭରରେ ୨୧ ରନ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ଅନୁକୂଳ ରାୟ ତିନି ଓଭରରେ ୨୧ ରନ ଦେଇ ଗୋଟିଏ ୱିକେଟ୍ ନେଇଥିଲେ, ଯେତେବେଳେ ବୈଭବ ଆରୋରା ତାଙ୍କ ଓଭରରେ ୫୫ ରନ ଦେଇ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସେ ଗୋଟିଏ ୱିକେଟ୍ ପାଇ ଥିଲେ  ବରୁଣ ଚକ୍ରବର୍ତ୍ତୀ ତିନି ଓଭରରେ ୨୬ ରନ ଦେଇ କୌଣସି ୱିକେଟ୍ ନେଇ ନଥିଲେ। ଗ୍ରୀନ୍ ୨ ଓଭରରେ ୧୫ର ଇକୋନୋମିରେ ୩୦ ରନ ଦେଇଥିଲେ ।