ନୂଆଦିଲ୍ଲୀ, ୧୧/୩ : IPL ୨୦୨୬ ଆରମ୍ଭ ହେବା ପୂର୍ବରୁ ବଢ଼ିଲାଣି କୋଲକାତା ନାଇଟ ରାଇଡର୍ସର ବୋଲିଂ ଚିନ୍ତା । ବିବାଦ ପାଇଁ ପ୍ରଥମେ ଦଳରୁ ରିଲିଜ୍ ହେଲେ ଆଫଗାନିସ୍ତାର ଷ୍ଟାର ବୋଲର ମୁସ୍ତାଫିଜୁର ରେହେମାନ । ଏବେ ଆହତ କାରଣରୁ ସିଂହଳୀ ବୋଲର ପଥିରାନା ବିଶ୍ରାମ କରୁଛନ୍ତି । ପେସର ବୋଲର ବାହିନୀର ଦାୟିତବ ନେଇଥାନ୍ତେ କିନ୍ତୁ ସେ ଖେଳିବେ କି ନାହିଁ ଅନିଶ୍ଚିତତା ଭିତରେ ରହିଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ନଖେଳିବାର ସମ୍ଭାବନା ଅଧିକ ରହିଛି ।
ଟି-୨୦ ବିଶ୍ବକପ ସମୟରେ ଅଷ୍ଟେ୍ରଲିଆ ବିପକ୍ଷ ମ୍ୟାଚ ସମୟରେ ଆହତ ହୋଇଥିଲେ ପଥିରାନା । ଯେଉଁ କାରଣରୁ ଟୁର୍ଣ୍ଣାମେଣ୍ଟ ଅଧାରୁ ଘରକୁ ଫେରିଥିଲେ । ତାଙ୍କୁ ୪ ସପ୍ତାହ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଶେଷ ଖବର ସୁଦ୍ଧା ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇନାହାନ୍ତି । ଫେବୃଆରୀ ୧୮ ତାରିଖରେ ତାଙ୍କ ବାମ ଗୋଡ଼ରେ ଆଘାତ ଲାଗିଥିଲା । ମାଂସପେଷୀରେ ଆଘାତ ଲାଗିଥିବାବେଳେ ବିଶ୍ରାମ ନେଉଛନ୍ତି । ତେବେ ଆଇପିଏଲ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ସେ ଫେରିବେ କି ନାହିଁ ଏହାକୁ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୋଲକାତାର ଦୁଇଜଣ ପେସର ବୋଲର ପ୍ରଥମ ପର୍ଯ୍ୟାୟରୁ ରହୁନଥିବାବେଳେ ଦଳର ଚିନ୍ତା ବଢ଼ିଛି ।
ପଥିରାନା ଜଣେ ଉଚ୍ଚ କୋଟିର ବୋଲର । ସେ ପୂର୍ବରୁ ଚେନ୍ନାଇ ପକ୍ଷରୁ ମ୍ୟାଚ ଖେଳିଛନ୍ତି । ଅନେକ ମ୍ୟାଚରେ ଶେଷ ଓଭର ଗୁଡ଼ିକରେ ତାଙ୍କର ଘାତକ ବୋଲିଂ ଦଳକୁ ବିଜୟୀ ମଧ୍ୟ କରିଛି । ଏବେ କୋଲକାତା ତାଙ୍କୁ ୧୮ କୋଟି ଟଙ୍କାରେ କିଣି ଦଳରେ ସାମିଲ କରିଛି । ତେବେ ନୂଆ ଫ୍ରାଞ୍ଚାଇଜରେ ସେ କିଭଳି ଭାବେ ପ୍ରଦର୍ଶନ କରିବେ ଏହା ଉପରେ ସମସ୍ତଙ୍କ ନଜର ରହିଛି ।
ଏହାସହ ପଢ଼ନ୍ତୁ : ଫେବୃଆରୀ ୧୨ରେ ବାହାଘର, ମାର୍ଚ୍ଚ ୮ରେ ହତ୍ୟା : ୨ ଛୁଆର ବାପାକୁ ନିଜର କରିବା ପାଇଁ ସିନ୍ଦୂର ପୋଛିଦେଲା ସ୍ତ୍ରୀ