ନୂଆଦିଲ୍ଲୀ, ୧୧/୩ : ନିଜର ହେଲା ସୋସିଆଲ ମିଡିଆ ପ୍ରେମିକ ଆଉ ପର ହେଲା ନବବିବାହିତ ସ୍ବାମୀ । ୨ ଛୁଆର ବାପାର ପ୍ରେମ ଏମିତି ବାୟା କଲା ଯେ ଶେଷରେ ନିଜ ସ୍ବାମୀକୁ ମଧ୍ୟ ହତ୍ୟା କରିବାକୁ ପଛାଇଲାନି ସ୍ତ୍ରୀ । ସିଙ୍ଗରୌଲି ଜିଲ୍ଲାରୁ ଆସିଥିବା ଏଭଳି ଏକ ଖବର ଯେକେହି ବି ଶୁଣୁଛି ଦୁଃଖ ପ୍ରକାଶ କରୁଛି । ସ୍ବାମୀକୁ ହତ୍ୟା କରିବା ପରେ ଦୁର୍ଘଟଣାର ରୂପ ଦେବାକୁ ପଛାଇ ନଥିବା ପତ୍ନୀକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ । ମାଷ୍ଟରମାଇଣ୍ଡ ପତ୍ନୀ ଉମାଙ୍କୁ ପୁଲିସ ଗିରଫ କରିଥିବାବେଳେ ଏବେ ତଦନ୍ତ ଜୋରଦାର ଚାଲିଛି ।

ମୃତକ ଜଣକ ହେଲେ ଅଜୟ ବୈଶ୍ୟ । ଯିଏକି ଗତ ଫେବୃଆରୀ ୧୨ ତାରିଖରେ ଉମାଙ୍କୁ ବିବାହ କରିଥିଲେ । ସ୍ବାମୀଙ୍କ ପାଖରେ ଖୁସି ନଥିଲେ ଉମା । ବିବାହର ମାତ୍ର ଦିନ କେଇଟାରେ ସେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ଇନଷ୍ଟାଗ୍ରାମରୁ ପ୍ରେମରେ ପଡ଼ିଥିବା ଅମରଙ୍କ ପ୍ରେମରେ ପଡ଼ିଥିଲେ । ଯିଏକି ୨ ଛୁଆର ବାପା । କିନ୍ତୁ ତାଙ୍କ ପ୍ରେମ ଏମିତି ବାୟା କରିଥିଲା କି, ସେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ।

ବାପଘରକୁ ଯିବାକୁ ଉମା ଜିଦ୍ ଧରିଥିଲେ । ଆଉ ସ୍ବାମୀଙ୍କ ସହ ବାଇକରେ ଯିବା ସମୟରେ ପ୍ରତି ମୁହୂର୍ତ୍ତର ଅପଡେଟ୍ ଦେଉଥିଲେ । ଆଉ ସେ ତାଙ୍କୁ ଟ୍ରାକ୍ କରି ପହଞ୍ଚୁଥିଲେ । ଯୋଜନା ଅନୁସାରେ ସେ ଏକ ବୋଲେରୋରେ ବାଟରେ ସେମାନଙ୍କୁ ଅଟକାଇଥିଲେ । ଜାଣିଶୁଣି ଝଗଡ଼ା କରିବା ଗ୍ଲୋବକ୍ସ ପିନ୍ଧି ଛୁରୀରେ ଆକ୍ରମଣ କରିଥିଲେ । ଆଉ ପରେ ଗାଡ଼ି ଚଢ଼ାଇ ଦୁର୍ଘଟଣାର ରୂପ ଦେଇଥିଲେ ।

ଉମା ମଧ୍ୟ ଅଭିଯୋଗ କରିଥିଲେ କି, ତାଙ୍କ ସ୍ବାମୀଙ୍କର ଦୁର୍ଘଟଣା ଘଟିଛି । ମାତ୍ର ପରେ ସବୁ ସତ ଜଣା ପନିଯାଇଥିଲା । ପୁଲିସ ଯେତେବେଳେ ଉମାଙ୍କ ମୋବାଇଲକୁ ଟ୍ରାକ୍ କରିଥିଲା ସବୁ ସତ ପଦାକୁ ଆସିଥିଲା । ପୁଲିସ ହେପାଜତକୁ ଆଣି ପଚରାଉଚରା କରିବା ପରେ ସେ ସବୁ ସତ ମାନିଥିଲେ । ସେ କହିଥିଲେ କି, ମୁଁ ସ୍ବାମୀଙ୍କ ଉପରେ ଖୁସି ନାହିଁ । ଏହାସହ ଏହି ଘଟଣାରେ ସମ୍ପୃକ୍ତ ଅମର ଏବଂ ତାର ସହଯୋଗୀମାନେ ମଧ୍ୟ ଗିରଫ ହୋଇଛନ୍ତି ।

ଏହାସହ ପଢ଼ନ୍ତୁ : ପ୍ରେମିକାଙ୍କ ସହ ବୁଲୁଛନ୍ତି ହାର୍ଦ୍ଦିକ, ପତ୍ନୀ ପୋଷ୍ଟ ଏମିତି ଫଟୋ...