ନୂଆଦିଲ୍ଲୀ: ଚାଲିଛି ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଆଇପିଏଲ । ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ବେଶ ରୋମାଞ୍ଚକ ହେବାରେ ଲାଗିଛି । ତେବେ ଏଭଳି ଏକ ସମୟରେ ଆଇପିଏଲକୁ ନେଇ ବାଲାଂଦେଶୀ କ୍ରିକେଟର ଲିଟନ ଦାସ ଆଇପିଏଲ ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି ।

ନିକଟରେ ସେ ଏକ ପୋଡକାଷ୍ଟରେ ଯୋଗ ଦେଇଥିବାବେଳେ ଆଇପିଏଲକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି କି, ମୁଁ ଆଇପିଏଲରେ କେକେଆର ଦଳରେ ସାମିଲ ହୋଇଥିଲି । କିନ୍ତୁ ଦଳରେ ମୋର ଆବଶ୍ୟକତା ନଥିବା ଭଳି ମୋତେ ମନେ ହେଉଥିଲା । ମୁଁ କୋଲକାତାରୁ ଯେଉଁ ଆଶା ଏବଂ ବିଶ୍ବାସର ସହ ଯୋଗ ଦେଇଥିଲି ତାହା ମୋତେ ମିଳିନଥିଲା । ମୋତେ ଦଳରେ ମୁଁ ଆଶା କରୁଥିବା ସମର୍ଥନ ମିଳିନଥିଲା ।

ସେ ଆଇପିଏଲରେ ୨୦୨୩ରେ କେବଳ ଗୋଟିଏ ମ୍ୟାଚ କୋଲକାତା ପକ୍ଷରୁ ଖେଳିବାର ସୁଯୋଗ ପାଇଥିଲେ । ଏବଂ ସେ କହିଛନ୍ତି କି, ମ୍ୟାଚ ଖେଳିବାର ପୂର୍ବରୁ ରାତିରେ ମୋତେ କଲ୍ ଆସିଥିଲା । ଏହାସହ ରାତି ୧୧ରେ ମୋତେ କୁହାଯାଇଥିଲା କି, ତୁମେ ଆସନ୍ତାକାଲି ମ୍ୟାଚରେ ଖେଳିବ । ସେ କହିଛନ୍ତି କି, ମୁଁ ବାହାରେ ଦୁଇଟି ମ୍ୟାଚ୍ ବସିଥିଲି । କିନ୍ତୁ କେହି ମୋତେ ଖେଳିବା ନେଇ କିଛି ଜଣାଇ ନଥିଲେ । ମାତ୍ର ଯେତେବେଳେ ଖେଳିବାର ସୁଯୋଗ ମିଳିଲା ମୁଁ ମୋର ଦକ୍ଷତା ଅନୁସାରେ ଦମଦାର ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରିଥିଲି ।

ତେବେ ଜସନ ରୟଙ୍କ ସହ ପାଳି ଆରମ୍ଭ କରିବାର ସୁଯୋଗ ଲିଟନ ଦାସଙ୍କୁ ମିଳିଥିଲା । ମାତ୍ର ସେ ମାତ୍ର ୪ ରନ କରିବାରେ ସକ୍ଷମ ହୋଇଥିଲେ । ଏହାସହ ଓ୍ବିକେଟକିପିଂରେ ମଧ୍ୟ ତ୍ରୁଟି କରିଥିଲେ । ଯେଉଁ କାରଣରୁ ତାଙ୍କୁ ପରବର୍ତ୍ତୀ ମ୍ୟାଚ ଗୁଡ଼ିକରେ ଖେଳିବାର ସୁଯୋଗ ମିଳିନଥିଲା । ଯାହାକୁ ନେଇ ସେ ଏହି ପୋଡ଼କାଷ୍ଟରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । କହିଛନ୍ତି କି, ଫ୍ରାଞ୍ଚାଇଜରେ ମୋର ଆବଶ୍ୟକତା ଥିବାଭଳି ମନେ ହେଉନଥିଲା । ତେବେ ଆଇପିଏଲରେ ମାତ୍ର ଗୋଟିଏ ମ୍ୟାଚ ଖେଳିଥିବା ଲିଟନ ଦାସ ସେହି ସିଜିନରେ ତାଙ୍କ ପାରିବାରିକ ମେଡିକାଲ କାମ ମଧ୍ୟ ଅଧାରୁ ଘରକୁ ଫେରିଥିଲେ ।

ଏହାସହ ପଢ଼ନ୍ତୁ : ଟିମ୍ ଇଣ୍ଡିଆରେ ବୈଭବଙ୍କୁ ମିଳିବ କି ସୁଯୋଗ ? ଏମିତି କହିଲେ ମହମ୍ମଦ କୈଫ୍