ନୂଆଦିଲ୍ଲୀ: ଆଇପିଏଲ ୨୦୨୬ରେ କମାଲ ବ୍ୟାଟିଂ କରି ଅରେଞ୍ଜ କ୍ୟାପ୍ ଦୌଡ଼ରେ ରହିଛନ୍ତି ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ । ସେ କେବେ ଟିମ୍ ଇଣ୍ଡିଆରେ ସୁଯୋଗ ପାଇବେ ? ଏହାକୁ ନେଇ ଲାଗି ରହିଛି ଚର୍ଚ୍ଚା । ଯାହାକୁ ଅନେକ ଚର୍ଚ୍ଚା ଏବଂ ସମାଲୋଚନା ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଏହାକୁ ନେଇ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍ ଏକ ପ୍ରତିକ୍ରିୟା ଦେଇଛନ୍ତି । ସେ ଭାଷ୍ୟକାର ଭାବେ ଦାୟିତ୍ବ ତୁଲାଉଥିବାବେଳେ ବୈଭବଙ୍କୁ ନେଇ ଏକ ସମାଲୋଚନା କରିଛନ୍ତି ।
ଦିଲ୍ଲୀ ବିପକ୍ଷ ମ୍ୟାଚ ସମୟରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି । ସେ ବୈଭବଙ୍କ ଫିଲ୍ଡିଂକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି କି, ସେ ଚଳିତ ଆଇପିଏଲରେ ଗୋଟିଏ ମଧ୍ୟ କ୍ୟାଚ୍ ନେଇନାହାନ୍ତି । ଯାହାକି ତାଙ୍କ ଫିଲ୍ଡିଂ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେ କହିଛନ୍ତି କି, ଜଣେ ଭଲ ବ୍ୟାଟ୍ସମ୍ୟାନଭାବେ ନିଜକୁ ପ୍ରମାଣିତ କରିସାରିଛନ୍ତି ସୂର୍ଯ୍ୟବଂଶୀ । ହେଲେ ସେ ଫିଲ୍ଡିରେ ଦୁର୍ବଳ ରହିଛନ୍ତି ବୋଲି କହିଛନ୍ତି ।
ଦିଲ୍ଲୀ ବିପକ୍ଷ ମ୍ୟାଚ ସମୟରେ ଏକ ଫିଲ୍ଡିଂ ଛାଡ଼ିଥିଲେ । ଯାହାକି ଚୌକା ହୋଇଥିଲା । ଏହାପରେ କୈଫ ସମାଲୋଚନା କରିଥିଲେ । ଦଳରେ ସ୍ଥାନ ପାଇବାକୁ ହେଲେ ବ୍ୟାଟିଂ ସାଙ୍ଗକୁ ଫିଲ୍ଡିଂ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ । ଏବେ ଦଳରେ ବହୁ ଅଲରାଉଣ୍ଡର ରହୁଛନ୍ତି । ତେବେ ଏହାସାଙ୍ଗକୁ ଫିଲ୍ଡିଂ ଦଳକୁ ବିଜୟୀରେ ମଧ୍ୟ ଅନେକ ସାହାର୍ଯ୍ୟ କରିଥାଏ ।
ଚଳିତ ଆଇପିଏଲରେ ବୈଭବ ରାଜସ୍ଥାନର ସଫଳ ବ୍ୟାଟ୍ସମ୍ୟାନଭାବେ ଉଭା ହୋଇଛନ୍ତି । ଦଳକୁ ବିଶାଳ ସ୍କୋର କରିବାରେ ସେ ସହାୟକ ହୋଇଛନ୍ତି । ସୂର୍ଯ୍ୟବଂଶୀ ୧୨ ମ୍ୟାଚରେ ୨୩୪.୭୮ ଷ୍ଟ୍ରାଇକ୍ ରେଟରେ ୪୮୬ ରନ କରିଛନ୍ତି । ଆହୁରି ଦୁଇ ଲିଗ୍ ମ୍ୟାଚ ବାକି ରହିଥିବାବେଳେ ସେ ୫୦୦ ଉପରେ ନିଶ୍ଚିତ କରିବେ ବୋଲି କୁହାଯାଉଛି । ତେବେ ଇଣ୍ଡିଆ-ଏ ପକ୍ଷରୁ ତ୍ରିରାଷ୍ଟ୍ରୀୟ ସିରିଜ ଖେଳି ସାରିଥିବା ସୂର୍ଯ୍ୟବଂଶୀ କେବେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବେ ଏହା ଉପରେ ସମସ୍ତଙ୍କ ନଜର ରହିଛି ।
ଏହାସହ ପଢ଼ନ୍ତୁ : ବିସିସିଆଇ ଘରୋଇ କ୍ରିକେଟ୍ ସିଜନ ୨୦୨୬-୨୭, ପ୍ରଭଞ୍ଜନ ଓଡ଼ିଶା ମୁଖ୍ୟ କୋଚ୍ ନିଯୁକ୍ତ