ନୂଆଦିଲ୍ଲୀ : ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ । ହାଇଦ୍ରବାଦକୁ ୨୨୦ ରନର ବିଜୟ ଲକ୍ଷ୍ୟ ଦେଲା ହାଇଦ୍ରାବାଦ । ୬ ଓ୍ବିକେଟ୍ ହରାଇ ସନରାଇଜର୍ସ ହାଇଦ୍ରବାଦ ୨୧୯ ରନ୍ କରିବାରେ ସକ୍ଷମ ହୋଇଛି । ଦଳର ଓପନର ଅଭିଷେକ ଶର୍ମା ୨୮ ବଲରୁ ୭୪ ରନ କରିଥିବାବେଳେ ସାଥୀ ଖେଳାଳି ଟ୍ରାଭିସ୍ ହେଡ୍ ୨୩ ବଲରୁ ୩୮ ରନର ପାଳି ଖେଳିଛନ୍ତି ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ । ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବାବେଳେ ଦୁଇ ଓପନର ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ ଏବଂ ଅଭିଷେକ ଶର୍ମା ବଡ଼ ବଡ଼ ସଟରୁ ମ୍ୟାଚ ଆରମ୍ଭ କରିଥିଲେ । ଏହି ଦୁଇ ଓପନର ଯୋଡ଼ି ୧୨୦ ରନର ପାର୍ଟନରସିପ କରିଥିଲେ । ପ୍ରଥମେ ଅଭିଷେକ ଏବଂ ପରେ ହେଡ ଆଉଟ୍ ହୋଇଥିଲେ । ବିଶାଳ ସ୍କୋର ଅଭିମୁଖେ ଏହି ଦୁଇ ଖେଳାଳି ଅଗ୍ରସର କରୁଥିବାବେଳେ ଗୋଟିଏ ଓଭରରେ ଏମାନଙ୍କୁ ଆଉଟ୍ କରିଥିଲେ ଶଶାଙ୍କ ସିଂହ ।

ପରେ ଇଶାନ କିଷନ ୧୭ ବଲରୁ ୨୭ ଏବଂ ଅନିକେତ ବର୍ମା ୯ ବଲରୁ ୧୮ ରନର ପାଳି ଖେଳିଥିଲେ । ବାକି ଖେଳାଳିଙ୍କ ମଧ୍ୟରେ ସାଇ ଅରୋରା ୮ ବଲରୁ ୯ ରନ୍ କରିଥିବାବେଳେ କ୍ଲାସେନ୍ ୩୯ ରନର ପାଳି ଖେଳିଛନ୍ତି । ସେପଟେ ପଞ୍ଜାବ ପକ୍ଷରୁ ଅର୍ଶଦୀପ ଏବଂ ଶଶାଙ୍କ ସିଂହ ୨ଟି ଲେଖାଏଁ ଓ୍ବିକେଟ୍ ନେବାରେ ସଫଳ ହୋଇଛନ୍ତି । ବାର୍ସଲେଟ ଗୋଟିଏ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି ।

ଏହାସହ ପଢ଼ନ୍ତୁ : ରାଧେ ରାଧେ କହୁକହୁ ବୁଡ଼ିବାକୁ ଲାଗିଲେ ଭକ୍ତ, ଦେଖନ୍ତୁ ଯମୁନା ନଦୀ ଅଘଟଣ ପୂର୍ବର ଭିଡିଓ