ନୂଆଦିଲ୍ଲୀ: ଚଳିତବର୍ଷ ଆଇପିଏଲ ୨୦୨୬ର ପ୍ଲେଅଫରେ ୪ ଟିମ ନିଜର ସ୍ଥାନ ପକ୍କା କରିଛନ୍ତି । ମଙ୍ଗଳବାର ଗୁଜୁରାଟ ଏବଂ ବେଙ୍ଗାଲୁରୁ ମଧ୍ୟରେ ପ୍ରଥମ କ୍ବାଲିଫାୟାର ମୁକାବିଲା ଖେଳାଯିବ । ଏହାସହ ବୁଧବାର ରାଜସ୍ଥାନ ଏବଂ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ ଏଲିମିନେଟର ମୁକାବିଲା । ପ୍ରଥମ କ୍ବାଲିଫାୟାର ମୁକାବିଲା ଯେଉଁ ଦଳ ଜିତିବ ସେହି ଦଳ ସିଧା ଫାଇନାଲରେ ପହଞ୍ଚିବ । ହାରିବା ଦଳ ପାଇଁ ଗୋଟିଏ ସୁଯୋଗ ରହିବ । ଏଲିମିନେଟର ମୁକାବିଲାରେ ଜିତିବା ଦଳକୁ ଭେଟିବ । ତେବେ ଗୁଜୁରାଟ ଏବଂ ବେଙ୍ଗାଲୁରୁ ମୁକାବିଲା ଯଦି ବର୍ଷା ପାଇଁ ବାତିଲ୍ ହୁଏ ତାହେଲେ କେଉଁ ଦଳ ଫାଇନାଲରେ ପହଞ୍ଚିବ ।
ଆଇପିଏଲର କ୍ବାଲିଫାୟାରରେ କୌଣସି ରିଜର୍ଭ ଡେ’ ନାହିଁ । ଏଣୁ ସେହିଦିନ ଯଦି ବର୍ଷା ହୁଏ ତାହେଲେ ମ୍ୟାଚ୍ ବିଳମ୍ବରେ କରାଯିବ । ଏହାସହ ଅତି କମରେ ୫ ଓଭର ଖେଳାଯିବାର ବ୍ୟବସ୍ଥା ରହିଛି । ମାତ୍ର ଏହା ଯଦି ସମ୍ଭବ ନହୁଏ ତାହେଲେ ପଏଣ୍ଟ ଟେବୁଲକୁ ବିଚାରକୁ ନିଆଯିବ । ଏବେ ଆରସିବି ଟପରେ ଥିବାବେଳେ ଯଦି ବର୍ଷା ହୁଏ ତାହେଲେ ମ୍ୟାଚ୍ ନଖେଳି ସିଧା ଫାଇନାଲରେ ପହଞ୍ଚି ଯିବ । ଗୁଜୁରାଟକୁ ପରବର୍ତ୍ତୀ ମ୍ୟାଚ ପାଇଁ ଅପେକ୍ଷା କରିବାକୁ ପଡ଼ିବ ।
ସେପଟେ ଆରସିବି ଏବଂ ଗୁଜୁରାଟର ହେଡ ଟୁ ହେଡ ରେକର୍ଡକୁ ନଜର ପକାଇବା ତାହେଲେ ଉଭୟ ଦଳ ୮ଟି ମୁକାବିଲାରେ ସାମ୍ନାସାମ୍ନି ହୋଇଛନ୍ତି । ସମାନ ସଂଖ୍ୟକ ୪-୪ ଜିତିଛନ୍ତି । ତେଣୁ ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି । ତେବେ ବର୍ଷା ହେବାର କୌଣସି ସମ୍ଭାବନା ନଥିବା ଅନୁମାନ କରାଯାଉଛି ।
ଏହାସହ ପଢ଼ନ୍ତୁ : ପେପରରେ ନମ୍ବର ଲେଖି ଚିୟରଗର୍ଲଙ୍କ ଉପରକୁ ଫୋପାଡ଼ିଲେ ଫ୍ୟାନ୍ସ, ଭିଡିଓ ହେଲା ଭାଇରାଲ….